ଆଜି ବାହୁଡ଼ିବେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର : ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜ ନିଜ ମନ୍ଦିରକୁ ବାହୁଡ଼ିବେ। ଶନିବାର ଦ୍ୱାଦଶୀ ତିଥିରେ ମହାପ୍ରଭୁ ରାମେଶ୍ୱରରୁ ମନ୍ଦିରକୁ ବାହୁଡ଼ିବେ I ପାଞ୍ଚ ଦିନର ଏହି ରଥଯାତ୍ରାରେ ଏଥର ପ୍ରଭୁ ଲିଙ୍ଗରାଜ ମାତ୍ର ୪୧ ଘଣ୍ଟା ମାଉସୀ ମା’ ଘରେ ବିତାଇଛନ୍ତି। ତେବେ ଏହି ରୁକୁଣା ରଥର ଆଗମନରେ ରାମେଶ୍ବର ମନ୍ଦିରରେ ସ୍ଵତନ୍ତ୍ର ନିତିକାନ୍ତି ହୋଇଥିଲା। ରାମେଶ୍ବର ମନ୍ଦିରରେ ହୋମ, ଯଜ୍ଞ, ନାମ ସଂକୀର୍ତ୍ତନ ମହା ଆଡମ୍ବର ସହିତ ହରିହାଟ ମଧ୍ୟ ହୋଇଥିଲା। ସୂଚନା ଅନୁସାରେ , […]

Samaya Live Picture
Published On

ଭୁବନେଶ୍ୱର : ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜ ନିଜ ମନ୍ଦିରକୁ ବାହୁଡ଼ିବେ। ଶନିବାର ଦ୍ୱାଦଶୀ ତିଥିରେ ମହାପ୍ରଭୁ ରାମେଶ୍ୱରରୁ ମନ୍ଦିରକୁ ବାହୁଡ଼ିବେ I ପାଞ୍ଚ ଦିନର ଏହି ରଥଯାତ୍ରାରେ ଏଥର ପ୍ରଭୁ ଲିଙ୍ଗରାଜ ମାତ୍ର ୪୧ ଘଣ୍ଟା ମାଉସୀ ମା’ ଘରେ ବିତାଇଛନ୍ତି। ତେବେ ଏହି ରୁକୁଣା ରଥର ଆଗମନରେ ରାମେଶ୍ବର ମନ୍ଦିରରେ ସ୍ଵତନ୍ତ୍ର ନିତିକାନ୍ତି ହୋଇଥିଲା। ରାମେଶ୍ବର ମନ୍ଦିରରେ ହୋମ, ଯଜ୍ଞ, ନାମ ସଂକୀର୍ତ୍ତନ ମହା ଆଡମ୍ବର ସହିତ ହରିହାଟ ମଧ୍ୟ ହୋଇଥିଲା।

ସୂଚନା ଅନୁସାରେ , ଆଜି ନିଜ ମନ୍ଦିରକୁ ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ। ଶ୍ରୀ ଜୀଉଙ୍କ ବାହୁଡା ଯାତ୍ରା ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି I ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ପୂର୍ବରୁ ସମସ୍ତ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି। ଆଜି ସକାଳ ସାଢେ ୬ଟାରେ ମଙ୍ଗଳ ଆଳତୀ, ସାଢେ ୬ଟାରୁ ସାଢେ ୯ଟା ସାହାଣ ମେଲା ଦର୍ଶନ, ସାଢେ୮ଟା ମଧ୍ୟରେ ରୋଷ ହୋମ ଓ ପାକ କାର୍ଯ୍ୟ, ଛାମୁ ମହାସ୍ନାନ, ସୂର୍ଯ୍ୟପୂଜା ଓ ଦ୍ବାରପାଳ ପୂଜା ୧୦ଟାରେ , ଶ୍ରୀଜିଉଙ୍କ ବଲ୍ଲଭ, ଭୋଗ ମଣ୍ଡପ ସାଢେ୧୧ରୁ ସାଢେ୧୨ଟା, ପହଣ୍ଡି ପରେ ରଥଟଣା ସାଢେ୩ଟାରେ ଆରମ୍ଭ ହେବ।

Tags: