ଆଜି ବସିବ ଛତିଶ ନିଯୋଗର ଗୁରୁତ୍ତ୍ୱପୂର୍ଣ ବୈଠକ
ପୁରୀ : ଶ୍ରୀ ମନ୍ଦିରରେ ୪ ଦ୍ୱାର ଖୋଲିବା ପ୍ରସଙ୍ଗ ନେଇ ଆଜି ବସିବ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ସଂଧ୍ୟା ୫ଟାରେ ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଦର୍ଶନ ବ୍ୟବସ୍ଥାରେ ଯନ୍ତ୍ରଣା ଯୋଗୁଁ ପୁରୀବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି I କେବଳ ପୁରୀବାସୀଙ୍କ ପାଇଁ ଦ୍ୱାର ଖୋଲାଯିବ ନା ସମସ୍ତଙ୍କ ପାଇଁ ଖୋଲାଯବ, ସେନେଇ ନିଷ୍କର୍ସ ବାହାରିପାରେ । ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ […]
ପୁରୀ : ଶ୍ରୀ ମନ୍ଦିରରେ ୪ ଦ୍ୱାର ଖୋଲିବା ପ୍ରସଙ୍ଗ ନେଇ ଆଜି ବସିବ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ସଂଧ୍ୟା ୫ଟାରେ ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଦର୍ଶନ ବ୍ୟବସ୍ଥାରେ ଯନ୍ତ୍ରଣା ଯୋଗୁଁ ପୁରୀବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି I କେବଳ ପୁରୀବାସୀଙ୍କ ପାଇଁ ଦ୍ୱାର ଖୋଲାଯିବ ନା ସମସ୍ତଙ୍କ ପାଇଁ ଖୋଲାଯବ, ସେନେଇ ନିଷ୍କର୍ସ ବାହାରିପାରେ ।
ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଏନେଇ ସମସ୍ତ ନିଯୋଗ ସଭାପତି ଓ ସମ୍ପଦକ ସମେତ ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କୁ ଚିଠି ଦିଆ ସରିଛି I ନୀଳାଦ୍ରୀ ଭକ୍ତ ନିବାସରେ ଆଜି ସନ୍ଧ୍ୟା ୫ ଟାରେ ଏହି ବୈଠକ ବସିବ I ଏଥିରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା କରିବେ I
ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବକଙ୍କ ମଧ୍ୟରେ ସମନ୍ଵୟ ଅଭାବ ଯୋଗୁ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ପାଇଁ ବନକଲାଗୀ ନୀତି ହୋଇପାରିନଥିବାରୁ ବୈଠକରେ ଏହା ଉପରେ ମଧ୍ୟ ଆଲୋଚନା ହୋଇପାରେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲାପାଳ, ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ, ଏସପି, ସମସ୍ତ ନିଯୋଗର ସେବାୟତ ପ୍ରତିନିଧି, ପରିଚାଳନା କମିଟିର ସମସ୍ତ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ ।




