ଆଜି ବଡ଼ ଏକାଦଶୀ,ପଞ୍ଚକ ବ୍ରତ ଆରମ୍ଭ
ଭୁବନେଶ୍ୱର : ଆଜି ବଡ଼ ଏକାଦଶୀ ଠାରୁ ଆରମ୍ଭ ହୋଇଛି କାର୍ତିକମାସର ପଞ୍ଚକ ବ୍ରତ I ଧର୍ମ ପୀଠ ମାନଙ୍କରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି I ପୀଠାଧିଶ ଦେବାଦେବୀମାନେ ସ୍ୱତନ୍ତ୍ର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି I ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଆଜି ସକାଳୁ କାର୍ତ୍ତିକ ବ୍ରତଧାରୀମାନେ ପଂଚକ ସ୍ନାନ ସାରି ସମୁଦ୍ର କୂଳରେ ଓ ବଡ଼ଦାଣ୍ଡରେ ପୂଜାର୍ଚ୍ଚନା କରିଛନ୍ତି । ଏହାସହିତ ବଡ଼ ଏକାଦଶୀରେ ଶ୍ରୀଜିଉ ଲକ୍ଷ୍ମୀ ନାରାୟଣ ବେଶ ଥାନ୍ତି । […]
ଭୁବନେଶ୍ୱର : ଆଜି ବଡ଼ ଏକାଦଶୀ ଠାରୁ ଆରମ୍ଭ ହୋଇଛି କାର୍ତିକମାସର ପଞ୍ଚକ ବ୍ରତ I ଧର୍ମ ପୀଠ ମାନଙ୍କରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି I ପୀଠାଧିଶ ଦେବାଦେବୀମାନେ ସ୍ୱତନ୍ତ୍ର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି I ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଆଜି ସକାଳୁ କାର୍ତ୍ତିକ ବ୍ରତଧାରୀମାନେ ପଂଚକ ସ୍ନାନ ସାରି ସମୁଦ୍ର କୂଳରେ ଓ ବଡ଼ଦାଣ୍ଡରେ ପୂଜାର୍ଚ୍ଚନା କରିଛନ୍ତି । ଏହାସହିତ ବଡ଼ ଏକାଦଶୀରେ ଶ୍ରୀଜିଉ ଲକ୍ଷ୍ମୀ ନାରାୟଣ ବେଶ ଥାନ୍ତି । ଏହିବେଶ ଦର୍ଶନ ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ପଞ୍ଚୁକର ପ୍ରଥମ ଦିନରେ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।
କାର୍ତିକ ମାସର ଶେଷ ପାଞ୍ଚଦିନ ପଞ୍ଚକ ବ୍ରତ ପାଳନ କରାଯାଇଥାଏ I କାର୍ତ୍ତିକ ମାସର ଶେଷ ଏହି ପାଞ୍ଚଦିନ ସବୁଠାରୁ ପବିତ୍ର । ବିଶ୍ୱାସ ରହିଛି ଯେଉଁମାନେ କାର୍ତିକ ମାସ ସାରା ବ୍ରତ କରିପାରି ନ ଥାନ୍ତି ସେମାନେ କେବଳ ଏହି ଶେଷ ପାଞ୍ଚ ଦିନ ବ୍ରତକଲେ କୋଟି ଜନ୍ମର ପୂଣ୍ୟଫଳ ପାଇଥାନ୍ତି I ପଞ୍ଚକପାଇଁ ପୁରୀରେ ପ୍ରବଳ ଜନ ସମାଗମ ହୋଇଥିବାରୁ, ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମରିଚିକୋଟ ଛକ ଠାରୁ ଅସ୍ଥାୟୀ ବ୍ୟାରିକେଡ଼ କରାଯାଇଛି । ଏହାକୁ ନଜରରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଚାରି ଥାକିଆ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ମରିଚିକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଚାରିଟି ଧାଡ଼ିରେ ବାରିକେଡିଂ ବ୍ୟବସ୍ଥା କରାଯାଇଛି।
ଶ୍ରୀମନ୍ଦିରର ଚୂଡ଼ାନ୍ତ ନୀତିକାନ୍ତି ଅନୁଯାୟୀ, ପଞ୍ଚୁକର ପ୍ରଥମ ଦିନ ଅର୍ଥାତ୍ ନଭେମ୍ବର ୪ରେ ଠିଆକିଆ ବେଶ ଅନୁଷ୍ଠିତ ହେବ। ସେହିଭଳି ନଭେମ୍ବର ୫ରେ ବାଙ୍କଚୁଡ଼ ବେଶ, ନଭେମ୍ବର ୬ରେ ତ୍ରିବିକ୍ରମ ବେଶ, ନଭେମ୍ବର ୭ରେ ଲକ୍ଷ୍ମୀନୃସିଂହ ବେଶ ଓ ନଭେମ୍ବର ୮ରେ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବ। ଏହି ୫ ଦିନ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିବ। ଏହାକୁ ନଜରରେ ରଖି ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସେହିପରି ବାବା ଧବଳେଶ୍ୱର ଙ୍କୁ ସଂଯୋଗ କରୁଥିବା ଝୁଲାପୋଲ ରେ କଟକଣା ଲାଗିଛି । ଭରଚୁଆଲରେ ଆଜି ଚନ୍ଦ୍ରଚୂଡ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । କାର୍ତ୍ତିକ ମାସ ଧର୍ମର ମାସ ହୋଇଥିବାରୁ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ରାତି ୪ଟାରୁ ପହଡ ଖୋଲାଯାଇ ୧୦୮ କଳସ ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯାଇ ସମସ୍ତ ରୀତିନୀତି ଶେଷ କରାଯାଇଥିଲା ।




