ଆଜି ପଶ୍ଚିମ ଓଡ଼ିଶାରେ ପାଳନ ହେଉଛି ଭାଇ ଜିଉଁନ୍ତିଆ

ବଲାଙ୍ଗୀର : ଆଜି ଦୁର୍ଗାପୂଜା ମଣ୍ଡପ ଗୁଡିକରେ ପାଳିତ ହେଉଛି ମା’ଦୁର୍ଗାଙ୍କର ମହାଷ୍ଟମୀ ପୂଜା I ପୂଜା ମଣ୍ଡପ ଗୁଡିକରେ ବ୍ରତଧାରୀଙ୍କର ଭିଡ଼ ଲାଗି ରହିଛି । ଏହି ଅବସରରେ ପଶ୍ଚିମ ଓଡ଼ିଶାରେ ଭାଇମାନଙ୍କ ପାଇଁ ପାଳନ ହେଉଛି ଭାଇ ଜିଉଁତିଆ ପର୍ବ । ଏହି ପର୍ବରେ ଭଉଣୀମାନେ ଭାଇଙ୍କ ପାଇଁ ଓପାସ ରହି ଶୁଭ ମନାସିଥାନ୍ତି । ଭଉଣୀମାନେ ମା’ଙ୍କ ଠାରେ ପୂଜା କରି ଭାଇର ଦୀର୍ଘାୟୁ କାମନା କରିବା ସହ ସେମାନଙ୍କ ବନ୍ଧନ ସବୁବେଳେ […]

Samaya Live Picture
Published On

ବଲାଙ୍ଗୀର : ଆଜି ଦୁର୍ଗାପୂଜା ମଣ୍ଡପ ଗୁଡିକରେ ପାଳିତ ହେଉଛି ମା’ଦୁର୍ଗାଙ୍କର ମହାଷ୍ଟମୀ ପୂଜା I ପୂଜା ମଣ୍ଡପ ଗୁଡିକରେ ବ୍ରତଧାରୀଙ୍କର ଭିଡ଼ ଲାଗି ରହିଛି । ଏହି ଅବସରରେ ପଶ୍ଚିମ ଓଡ଼ିଶାରେ ଭାଇମାନଙ୍କ ପାଇଁ ପାଳନ ହେଉଛି ଭାଇ ଜିଉଁତିଆ ପର୍ବ । ଏହି ପର୍ବରେ ଭଉଣୀମାନେ ଭାଇଙ୍କ ପାଇଁ ଓପାସ ରହି ଶୁଭ ମନାସିଥାନ୍ତି । ଭଉଣୀମାନେ ମା’ଙ୍କ ଠାରେ ପୂଜା କରି ଭାଇର ଦୀର୍ଘାୟୁ କାମନା କରିବା ସହ ସେମାନଙ୍କ ବନ୍ଧନ ସବୁବେଳେ ଅତୁଟ ରହୁ ବୋଲି ମା’ଙ୍କ ଠାରେ ପ୍ରାର୍ଥନା କରନ୍ତି । ଭାଇର ମଙ୍ଗଳ କାମନା ପାଇଁ ଭଉଣୀମାନେ କରନ୍ତି କୋଠର କାଷ୍ଠା । ସେଇ କାଷ୍ଠା ମଧ୍ୟରୁ ସବୁଠାରୁ ବଡ଼ ବ୍ରତ ହେଉଛି ଭାଇ ଜିଉଁତିଆ । ଏହା ଅଶ୍ୱିନୀ ମାସ ଅଷ୍ଟୀମି ତିଥିରେ ହୁଏ ।

ଓଷା ଦିନ ଭଉଣୀ ନିର୍ଜଳା ଉପବାସ ରଖି ସଂଧ୍ୟାରେ ଜଗତଜନନୀ ମା ଦୁର୍ଗାଙ୍କଠାରେ ୧୦୮ ଦୁବ,୧୦୮ଅକ୍ଷତ ଅରୁଆ ଚାଉଳକୁ ଏକ ଦନାରେ ଜିଉନ୍ତିଆ ଦ୍ଵାରା ବନ୍ଧା ଯାଇଥିବା ପୁଡ଼ିଆ, ଫଳ ମୂଳ ସହ ପୂଜାର୍ଚ୍ଚନା କରିଥାଏ। ଭାଇର ମଙ୍ଗଳ ପାଇଁ ମାଆଙ୍କ ପାଖରେ ଗୁହାରୀ କରିଥାଏ। ପରଦିନ ବଢି ଭୋରରୁ ଗାଧୋଇ ଗାଧୁଆ ତୁଠରେ ସରଗି କାଠି ,କାକୁଡି ,ଫୁଲରେ ବାଲି ଉପରେ ପୂଜା କରିଥାଏ।ତାପରେ ଘରକୁ ଆସି ନିଜ ଭାଇକୁ ବନ୍ଦାପନା କରି ଜିଉନ୍ତିଆ ଦ୍ଵାରା ବନ୍ଧାଯାଉଥିବା ଦୁବ ପୁଡ଼ିଆକୁ ଅଷ୍ଟାଙ୍ଗ ଶରୀରରେ ଛୁଇଁ ଦେଇଥାଏ। ଯଦ୍ଵାରା ଭାଇର ଶରୀର ସୁସ୍ଥ ସବଳ ନିରୋଗବ ରହିବ। ପରେ ପାଣି ପିଇ ଉପଦାସ ଭଙ୍ଗ କରିଥାଏ । ଭାଇକୁ ନବବସ୍ତ୍ର ଉପହାର ମଧ୍ୟ ପ୍ରଦାନ କରିଥାଏ। ଭଉଣୀ ସବୁବେଳ ଭାଇର ମଙ୍ଗଳ ଚାହେଁ। ଦ୍ଵାପର ଯୁଗରେ ଦ୍ରୌପଦୀ ଭାଇ ଶ୍ରୀକୃଷ୍ଣଙ୍କ ପାଇଁ ଉପବାସ ରଖିଥିବା ପୁରାଣରେ ବର୍ଣ୍ଣିତ ରହିଛି।

ସେହିପରି ଆଜି ସମ୍ବଲପୁରରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ଠାରେ ଖଣ୍ଡା ଧୁଆ ନୀତିକାନ୍ତି ସମ୍ପନ୍ନ ହୋଇଛି । ସମଲେଶ୍ୱରୀ ମନ୍ଦିରର ପୂଜକ ମାନେ ମା’ଙ୍କ ନିକଟରେ ଥିବା ଖଣ୍ଡାକୁ ପ୍ରଥମ ମହାନଦୀର ମଛିନ୍ଦ୍ର ଘାଟରେ ଧୋଇବା ପରେ ପୂଜାର୍ଚ୍ଚନା କରିଥିଲେ । ପରମ୍ପରା ଅନୁସାରେ ମହାଷ୍ଟମୀ ଦିନ ମାଙ୍କର ଖଣ୍ଡା ପୂଜା ପରେ ମାଙ୍କ ଠାରେ ସନ୍ଧି ପୂଜା ହୋଇଥାଏ । ଏହାପରେ ମାଙ୍କ ପୀଠରେ ନବମୀ ଲାଗିଥାଏ ।

Tags: