ଆଜି ଡିସଚାର୍ଜ ହେବ ‘ବିଜୟିନୀ’

ସମ୍ବଲପୁର : ଆଜି ବୁର୍ଲା ମେଡିକାଲରୁ ଡିସଚାର୍ଜ ହେବ କୁନି ଝିଅ ବିଜୟିନୀ I ବିଜୟିନୀ ଦୀର୍ଘଦିନ ହେବ ବୁର୍ଲା ବଡ଼ ଡାକ୍ତରଖାନାର SNCU ରେ ଚିକିତ୍ସାଧିନ ରହିଛି । କିନ୍ତୁ ତା’ର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ଆଜି ତାକୁ ମେଡିକାଲରୁ ଡିସଚାର୍ଜ କରାଯିବା ନେଇ ସୂଚନା ମିଳିଛି। ଡିସଚାର୍ଜ ପରେ ବିଜୟିନୀଙ୍କୁ ଶିଶୁ ଗୃହକୁ ପଠାଯିବ ବୋଲି ସୂଚନା ରହିଛି। ସୂଚନା ଥାଉକି, ଗତ ଡିସେମ୍ବର ୧୨ ତାରିଖରେ ସମ୍ବଲପୁର ରେଙ୍ଗାଲି ଅଞ୍ଚଳର ଜଙ୍ଗଲ ମଧ୍ୟରେ […]

Samaya Live Picture
Published On

ସମ୍ବଲପୁର : ଆଜି ବୁର୍ଲା ମେଡିକାଲରୁ ଡିସଚାର୍ଜ ହେବ କୁନି ଝିଅ ବିଜୟିନୀ I ବିଜୟିନୀ ଦୀର୍ଘଦିନ ହେବ ବୁର୍ଲା ବଡ଼ ଡାକ୍ତରଖାନାର SNCU ରେ ଚିକିତ୍ସାଧିନ ରହିଛି । କିନ୍ତୁ ତା’ର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ଆଜି ତାକୁ ମେଡିକାଲରୁ ଡିସଚାର୍ଜ କରାଯିବା ନେଇ ସୂଚନା ମିଳିଛି। ଡିସଚାର୍ଜ ପରେ ବିଜୟିନୀଙ୍କୁ ଶିଶୁ ଗୃହକୁ ପଠାଯିବ ବୋଲି ସୂଚନା ରହିଛି।

ସୂଚନା ଥାଉକି, ଗତ ଡିସେମ୍ବର ୧୨ ତାରିଖରେ ସମ୍ବଲପୁର ରେଙ୍ଗାଲି ଅଞ୍ଚଳର ଜଙ୍ଗଲ ମଧ୍ୟରେ ଥିବା ଏକ ପରିତ୍ୟକ୍ତ ବୋରୱେଲ ଭିତରେ ଏକ ନବଜାତ ଶିଶୁ ଫସି ରହିଥିବା ଖବର ସାମ୍ନାକୁ ଆସିଥିଲା। ଏହା ପରେ ସ୍ଥାନୀୟ ପ୍ରଶାସନ, ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ। ଦୀର୍ଘ ୭ ଘଣ୍ଟା ପରେ ମାଟି ତଳୁ ଉଦ୍ଧାର ହୋଇଥିଲା ନବଜାତ ଶିଶୁକନ୍ୟା I ଏହାପରେ ଶିଶୁକୁ ସେଠାରୁ ସୁରକ୍ଷିତ ଭାବରେ ଉଦ୍ଧାର କରି ତୁରନ୍ତ ବୁର୍ଲ୍ଲା ସ୍ଥିତ ଭିମସାର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା I ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଶିଶୁକନ୍ୟା ଭିମସାର SNCU ରେ ଚିକିତ୍ସାଧିନ ରହିଛି I ପ୍ରାୟ ଏକ ମାସ ଧରି ବୁର୍ଲା ବଡ଼ ଡାକ୍ତରଖାନାରେ ଉକ୍ତ ଶିଶୁକନ୍ୟାର ଚିକିତ୍ସା ଚାଲିଥିଲା। ନୂଆବର୍ଷ ଦିନ ତା’ର ୨୧ ପୂଜା ସହିତ ନାମକରଣ ବୁର୍ଲା ହସ୍ପିଟାଲ ଭିତରେ ମହା ଆନନ୍ଦରେ ପାଳନ ହୋଇଥିଲା I ତେବେ ଜୀବନକୁ ଜିତି ଯାଇଥିବାରୁ କୁନି ଝିଅର ନାଁ ‘ବିଜୟିନୀ’ରଖାଯାଇଥିଲା I ଏହାରି ମଧ୍ୟରେ କୁନିଝିଅ ‘ବିଜୟିନୀ’ର ବାପା ମା’ଙ୍କର ମଧ୍ୟ ପତ୍ତା ମିଳିଯାଇଛି I

Tags: