ଆଜି ଠାରୁ ଘରୋଇ ବସ ଆନ୍ଦୋଳନ

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ଗଡିବନି ଘରୋଇ ବସ I ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରି ଘରୋଇ ବସ ଆନ୍ଦୋଳନ ଡାକରା ଦିଆଯାଇଛି I ଗତକାଲି ସରକାରଙ୍କ ଆଲୋଚନା ପରେ ମଧ୍ୟ କୌଣସି ଲିଖିତ ପ୍ରତିଶ୍ରୁତି ମିଳିନଥିବାରୁ ଆଜିଠୁ ଧର୍ମଘଟ ନେଇ ଘୋଷଣା କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ପାର୍ବଣ ବେଳେ ଘରୋଇ ବସ୍ ସେବା ବନ୍ଦ ହେବା ପରେ ଯାତ୍ରୀ ପରିବହନ ସେବା ଗୁରୁତର ପ୍ରଭାବିତ ହୋଇଛି। ଧର୍ମଘଟରୁ […]

Samaya Live Picture
Published On

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ଗଡିବନି ଘରୋଇ ବସ I ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରି ଘରୋଇ ବସ ଆନ୍ଦୋଳନ ଡାକରା ଦିଆଯାଇଛି I ଗତକାଲି ସରକାରଙ୍କ ଆଲୋଚନା ପରେ ମଧ୍ୟ କୌଣସି ଲିଖିତ ପ୍ରତିଶ୍ରୁତି ମିଳିନଥିବାରୁ ଆଜିଠୁ ଧର୍ମଘଟ ନେଇ ଘୋଷଣା କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ପାର୍ବଣ ବେଳେ ଘରୋଇ ବସ୍ ସେବା ବନ୍ଦ ହେବା ପରେ ଯାତ୍ରୀ ପରିବହନ ସେବା ଗୁରୁତର ପ୍ରଭାବିତ ହୋଇଛି।

ଧର୍ମଘଟରୁ ଓହରିବାକୁ ଘରୋଇ ବସ ମାଲିକ ସଂଘକୁ ଅନୁରୋଧ କରିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଆନ୍ଦୋଳନ ନୁହେଁ ଆଲୋଚନା ଜରିଆରେ ସମାଧାନ କରିବାକୁ ଅପିଲ କରିଛନ୍ତି ମନ୍ତ୍ରୀ । ପାର୍ବଣରେ ବସ ଚଳାଚଳ ବନ୍ଦ ରହିଲେ ସାଧାରଣ ଯାତ୍ରୀ ହଇରାଣ ହେବେ । ତେଣୁ ଲୋକଙ୍କ ସ୍ୱାର୍ଥକୁ ଆଖିରେ ରଖି ବସ ଧର୍ମଘଟରୁ ଓହରିବାକୁ କହିଛନ୍ତି ଟୁକୁନି ସାହୁ । ମାଲିକ ସଂଘକୁ ପରିବହନ ମନ୍ତ୍ରୀଙ୍କ ଆହ୍ବାନ। ଧର୍ମଘଟ ନୁଁହେ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଆହ୍ୱାନ ଦେଲେ ମନ୍ତ୍ରୀ ଟୁକୁନି ସାହୁ। କହିଲେ, ଲକ୍ଷ୍ମୀ ବସ ବନ୍ଦ ହେବନି ଚାଲୁ ରହିବ । ପାର୍ବଣର ସମୟ ଲୋକେ ହଇରାଣ ନହୁଅନ୍ତୁ, ଏଥିଲାଗି ବସମାଲିକ ସଙ୍ଘକୁ ଅନୁରୋଧ କରିଛନ୍ତି। ଲକ୍ଷ୍ମୀ ଯୋଜନା ମୁଖ୍ୟମନ୍ତ୍ରୀ ଙ୍କର ଲୋକାଭିମୁଖୀ କାମ । ଯୋଜନା ମାଧ୍ୟମରେ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାରୁ ବୋଲି କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ। ଘରୋଇ ବସ ମାଲିକ ସଂଘ କିନ୍ତୁ ଜିଦ୍ ରେ ଅଟଳ ଅଛନ୍ତି। କାଲି ଠାରୁ ରାଜ୍ୟରେ ଗଡ଼ିବନି ଘରୋଇ ବସ। ପୂର୍ବ ଘୋଷଣା ଅନୁଯାୟୀ କାଲିଠାରୁ ବସ ଧର୍ମଘଟକୁ ଓହ୍ଲାଇବ ସଂଘ। ସରକାର ଲିଖିତ ପ୍ରତିଶ୍ରୁତି ନଦେବାରୁ ଧର୍ମଘଟ ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି ଘରୋଇ ବସ ମାଲିକ ସଂଘ। ସେପଟେ ମନ୍ତ୍ରୀ କହିଛନ୍ତି, ଆସନ୍ତା ୨୬ରେ ଆଲୋଚନା ପାଇଁ ବସ ମାଲିକ ସଂଘକୁ ଡକାଯାଇଛି। ଆଲୋଚନା ମାଧ୍ୟମରେ ରାସ୍ତା ନିଶ୍ଚୟ ବାହାରିବ ଏବଂ ଲକ୍ଷ୍ମୀ ଭଳି ଯୋଜନା କୁ ଲୋକେ ସ୍ୱାଗତ କରୁଛନ୍ତି ଏଣୁ ଏହାକୁ ସଙ୍ଘ ମାନୁ ବୋଲି ମନ୍ତ୍ରୀ କହିଛନ୍ତି।

ସେପଟେ ବସ ମାଲିକ ସଂଘ କହିଛି ସରକାର ଯେଉଁ ପ୍ରତିଶ୍ରୁତି ମୌଖିକ ଭାବରେ ଦେଉଛନ୍ତି। ତାହା ଲିଖିତ ଭାବରେ ଦେଅନ୍ତୁ। ପୂର୍ବରୁ ବହୁ ଥର ଆଲୋଚନା କଲା ପରେ ସରକାର ପ୍ରତିଶୃତି ଦେଇକି ରଖିଲେନି ତେଣୁ ଆମକୁ ଲିଖିତ ଆକାରରେ ଦେଲେ ଆମେ ଧର୍ମଘଟରୁ ଓହରିବୁ ବୋଲି ଘରୋଇ ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି।

Tags: