ଆଜି ଗଡିବ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ : ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ପୁରୀ : ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ଉପହାର । ଆଜିଠୁ ପୁରୀ-କୋଲକାତା ମଧ୍ୟରେ ଦୌଡ଼ିବ ବହୁ ପ୍ରତିକ୍ଷୀତ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀ-ହାୱଡ଼ା ମଧ୍ୟରେ ଦୌଡ଼ିବ ଏହି ସେମି ହାଇସ୍ପିଡ ଟ୍ରେନ । ଭିଡିଓ କନଫରେନ୍ସିଂ ଜରିଆରେ ଫ୍ଲାଗ୍ ଅଫ କରି ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଅପରାହ୍ନ ଦିନ ୧୨ ଟା ୫୩ ରେ ଭିଡିଓ କନଫରେନ୍ସିଂରେ ଫ୍ଲାଗ ଅଫ କରି ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ […]

Samaya Live Picture
Published On

ପୁରୀ : ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ଉପହାର । ଆଜିଠୁ ପୁରୀ-କୋଲକାତା ମଧ୍ୟରେ ଦୌଡ଼ିବ ବହୁ ପ୍ରତିକ୍ଷୀତ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀ-ହାୱଡ଼ା ମଧ୍ୟରେ ଦୌଡ଼ିବ ଏହି ସେମି ହାଇସ୍ପିଡ ଟ୍ରେନ । ଭିଡିଓ କନଫରେନ୍ସିଂ ଜରିଆରେ ଫ୍ଲାଗ୍ ଅଫ କରି ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଅପରାହ୍ନ ଦିନ ୧୨ ଟା ୫୩ ରେ ଭିଡିଓ କନଫରେନ୍ସିଂରେ ଫ୍ଲାଗ ଅଫ କରି ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିବେ ମୋଦି । ଏହା ସହିତ ୮,୨୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ହେବ ଉଦଘାଟନ ଓ ଶିଳାନ୍ୟାସ ।

ଆଜି ରେଳ ଉଦଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ସଜେଇ ହୋଇଛି ପୁରୀ ଷ୍ଟେସନ । ୭ ଓ ୮ ନମ୍ବର ପ୍ଲାଟଫର୍ମକୁ ସୁନ୍ଦର ଭାବରେ ସଜାଯାଇଛି । ଏହି ଦୁଇ ପ୍ଲାଟଫର୍ମରେ ଏବେ ରେଳ ଚଳାଚଳ ବନ୍ଦ ରହିଛି ।

ପୁରୀ-ହାୱଡା ମଧ୍ୟରେ ସପ୍ତାହକୁ ୬ ଦିନ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ସକାଳ ୬ ଟା ୧୦ ରେ ହାୱଡ଼ାରୁ ବାହାରି ଦିନ ୧୨ ଟା ୨୫ ରେ ପୁରୀରେ ପହଞ୍ଚିବ ଟ୍ରେନ । ପରେ ଅପରାହ୍ନ ୧ ଟା ୫୦ ରେ ପୁରୀରୁ ଛାଡ଼ିବା ସହ ସଂଧ୍ୟା ୮ .୩୦ ରେ ହାୱଡ଼ାରେ ପହଞ୍ଚିବ । ଖୋର୍ଦ୍ଧା ରୋଡ୍, ଭୁବନେଶ୍ବର, କଟକ, ଯାଜପୁର ରୋଡ୍, ଭଦ୍ରକ, ବାଲେଶ୍ବର ଓ ଖଡଗପୁର ଷ୍ଟେସନରେ ଦୁଇ ମିନିଟ ଲେଖାଏଁ ରହିବ ଏହି ଟ୍ରେନ । ଏହି ଟ୍ରେନ ଚଳାଚଳ ହେଲେ ହାୱଡ଼ା ଓ ପୁରୀ ମଧ୍ୟରେ ଦୁଇ ଘଣ୍ଟା କମିବ ବ୍ୟବଧାନ । ଏହା ଘଣ୍ଟାପ୍ରତି ୧୮୦ କିମି ବେଗରେ ଗତି କରିପାରିବ। ସେପଟେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଥିରେ ଲାଗିଛି ଅଟୋମେଟେଡ୍ କ୍ଲୋଜିଂ ଡୋର୍। ପ୍ରତି କୋଚ୍‌ରେ ୪ଟି ଲେଖାଏଁ ଏମର୍ଜେନ୍ସି ୱିଣ୍ଡୋ ଓ ୪ଟି ଲେଖାଏଁ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି । ଟ୍ରେନ୍‌ରେ ରହିଛି ବାୟୋ ଭାକ୍ୟୁମ୍ ଟଏଲେଟ୍ ।

Tags: