ଆଜି ଗଡିବ ତେଜସ-ରାଜଧାନୀ ଏକ୍ସପ୍ରେସ

ଭୁବନେଶ୍ୱର : ଭୁବନେଶ୍ୱର -ନୂଆଦିଲ୍ଲୀ ସମସ୍ତ ରାଜଧାନୀ ଏକ୍ସପ୍ରେସରେ ସମସ୍ତ ରେକ ତେଜସ କୋଚ ସହ ୩୦ ତାରିଖରୁ ଚଳାଚଳ ଆରମ୍ଭ କରିବ। ଏଲ୍‌‌ଏଚ୍‌‌ବି କୋଚ୍‌‌ ବଦଳରେ ସମ୍ପୂର୍ଣ୍ଣ ଭାବେ ତେଜସ୍‌‌ ରେକ ଲାଗି ଚଳାଚଳ ଆରମ୍ଭ କରିବ I ଏହି କୋଚଗୁଡିକରେ ଇଲେକ୍ଟ୍ରୋ-ପ୍ନେଉମାଟିକ ବ୍ରେକ୍‌‌, ସ୍ୱୟଞ୍ଚାଳିତ ପ୍ରବେଶ ଦ୍ୱାର, ଇ-ଲେଦର ସିଟ୍‌‌, ବାୟୋ-ଟଏଲେଟ୍‌‌, ଯାତ୍ରୀ ସୂଚନା ପ୍ରଣାଳୀ, ଡିଜିଟାଲ୍‌‌ ବୋର୍ଡ, ଅଗ୍ନି ଏବଂ ଧୂଆଁ ଚିହ୍ନଟ ପ୍ରଣାଳୀ, ସିସିଟିଭି କ୍ୟାମେରା, ଅତ୍ୟାଧୁନିକ ଶୌଚାଳୟ, ଜଳସ୍ତର ସୂଚକ […]

Samaya Live Picture
Published On

ଭୁବନେଶ୍ୱର : ଭୁବନେଶ୍ୱର -ନୂଆଦିଲ୍ଲୀ ସମସ୍ତ ରାଜଧାନୀ ଏକ୍ସପ୍ରେସରେ ସମସ୍ତ ରେକ ତେଜସ କୋଚ ସହ ୩୦ ତାରିଖରୁ ଚଳାଚଳ ଆରମ୍ଭ କରିବ। ଏଲ୍‌‌ଏଚ୍‌‌ବି କୋଚ୍‌‌ ବଦଳରେ ସମ୍ପୂର୍ଣ୍ଣ ଭାବେ ତେଜସ୍‌‌ ରେକ ଲାଗି ଚଳାଚଳ ଆରମ୍ଭ କରିବ I ଏହି କୋଚଗୁଡିକରେ ଇଲେକ୍ଟ୍ରୋ-ପ୍ନେଉମାଟିକ ବ୍ରେକ୍‌‌, ସ୍ୱୟଞ୍ଚାଳିତ ପ୍ରବେଶ ଦ୍ୱାର, ଇ-ଲେଦର ସିଟ୍‌‌, ବାୟୋ-ଟଏଲେଟ୍‌‌, ଯାତ୍ରୀ ସୂଚନା ପ୍ରଣାଳୀ, ଡିଜିଟାଲ୍‌‌ ବୋର୍ଡ, ଅଗ୍ନି ଏବଂ ଧୂଆଁ ଚିହ୍ନଟ ପ୍ରଣାଳୀ, ସିସିଟିଭି କ୍ୟାମେରା, ଅତ୍ୟାଧୁନିକ ଶୌଚାଳୟ, ଜଳସ୍ତର ସୂଚକ ଆଦି ସୁବିଧା ଉପଲବ୍‌‌ଧ ରହିଛି।

ବୁଧବାର ଓ ରବିବାର ଭୁବନେଶ୍ୱରରୁ ଛାଡ଼ୁଥିବା ଏବଂ ସୋମବାର ଓ ଶୁକ୍ରବାର ନୂଆଦିଲ୍ଲୀରୁ ଛାଡୁଥିବା ଏହି ଏକ୍ସପ୍ରେସ୍‌ ତେଜସ୍ କୋଚ୍ ସହ ଅଗଷ୍ଟ ୩୦ରୁ ଭୁବନେଶ୍ୱରରୁ, ସେପ୍ଟେମ୍ବର ୧ରୁ ନୂଆଦିଲ୍ଲୀରୁ ଚାଲିବ। ସେହିପରି ସୋମବାର, ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର ଭୁବନେଶ୍ୱରରୁ ଛାଡ଼ୁଥିବା ଏବଂ ମଙ୍ଗଳବାର, ବୁଧବାର, ଗୁରୁବାର ଓ ରବିବାର ନୂଆଦିଲ୍ଲୀରୁ ଛାଡ଼ୁଥିବା ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌(୨୨୮୨୩/୨୨୮୨୪) ତେଜସ୍ କୋଚ୍ ସହିତ ଉଭୟ ପାର୍ଶ୍ୱରୁ ଅଗଷ୍ଟ ୩୧ରୁ ଚଳାଚଳ କରିବ

ଗତ ୧୪ ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଦେଇ ଯାଉଥିବା ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ତେଜସ୍‌‌ ବଗି ଯୁକ୍ତ ଟ୍ରେନର ଆରମ୍ଭ କରିଥିଲେ। ଯାତ୍ରୀଙ୍କୁ ଉନ୍ନତମାନର ଯାତ୍ରା ଉପଲବ୍‌‌ଧ କରିବାକୁ ତେଜସ୍‌‌ କୋଚ୍‌‌ ଆରମ୍ଭ ହୋଇଛି।

Tags: