ଆଜି ଉଦ୍ଘାଟିତ ହେବ ନେତାଜୀ ବସ୍ ଟର୍ମିନାଲ
କଟକ : ଆଜି ଉଦ୍ଘାଟିତ ହେବ କଟକର ନେତାଜୀ ବସ୍ ଟର୍ମିନାଲ। ଅପରାହ୍ନ ୪ଟା ୩୦ରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୬ ଏକରରୁ ଅଧିକ ଅଞ୍ଚଳରେ ନିର୍ମିତ ଏହି ବସ ଟର୍ମିନାଲ ପାଇଁ ୮୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ନୂଆ ବସ ଟର୍ମିନାଲର ଲୋକାର୍ପଣ କଟକ ସହରକୁ ଏକ ନୂଆ ପରିଚୟ ଦେବ ବୋଲି କୁହାଯାଇଛି । ଏହାସହ ସହରରେ ନିର୍ମିତ ହୋଇଥିବା ଓ ହେବାକୁ ଯାଉଥିବା ନୂଆ […]
କଟକ : ଆଜି ଉଦ୍ଘାଟିତ ହେବ କଟକର ନେତାଜୀ ବସ୍ ଟର୍ମିନାଲ। ଅପରାହ୍ନ ୪ଟା ୩୦ରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୬ ଏକରରୁ ଅଧିକ ଅଞ୍ଚଳରେ ନିର୍ମିତ ଏହି ବସ ଟର୍ମିନାଲ ପାଇଁ ୮୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ନୂଆ ବସ ଟର୍ମିନାଲର ଲୋକାର୍ପଣ କଟକ ସହରକୁ ଏକ ନୂଆ ପରିଚୟ ଦେବ ବୋଲି କୁହାଯାଇଛି ।
ଏହାସହ ସହରରେ ନିର୍ମିତ ହୋଇଥିବା ଓ ହେବାକୁ ଯାଉଥିବା ନୂଆ ୧୨ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ମଧ୍ୟ ମୁଖ୍ୟମନ୍ତ୍ରୀ କରିବେ। ତେବେ ବସ୍ଷ୍ଟାଣ୍ଡକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ଶୈଳୀକୁ ନେଇ ସ୍ଥାନୀୟ ଲୋକେ ଆପତ୍ତି ଉଠାଇଛନ୍ତି। ଟ୍ରାଫିକ ସମସ୍ୟା ସହ ଦୁର୍ଘଟଣା ମଧ୍ୟ ଘଟିବାର ଲୋକେ ଆଶଙ୍କା କରିଛନ୍ତି। ଏହି ବସ ଟର୍ମିନାଲକୁ ସ୍ଥାନାନ୍ତରିତ ହେବ କଟକର ବାଦାମବାଡ଼ି, ଅନୁଗୁଳ, ପୁରୀ ଆଦି ସମସ୍ତ ବସ ଷ୍ଟାଣ୍ଡ। ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ କରାଯାଇଛି ଏହି ବସ ଟର୍ମିନାଳରେ। ଏଠାକାର ଅନ୍ୟତମ ମୁଖ୍ୟ ଆକର୍ଷଣ ଏଠାକାର ଆହାର କେନ୍ଦ୍ର। ପଞ୍ଚ ତାରକା ରେଷ୍ଟୁରାଣ୍ଟ ର ଭ୍ରମ ସୃଷ୍ଟି କରୁଛି ଏହି ଆହାର କେନ୍ଦ୍ର। ପାଞ୍ଚ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଅଛନ୍ତି ମିଶନ ଶକ୍ତିର ସଦସ୍ୟାମାନେ। ଜଳଖିଆ ସହିତ ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ଏଠାରେ ଉପଲବ୍ଧ ହେବ।




