ଆଜି ଅନୁଷ୍ଠିତ ହେବ ରତ୍ନ ଭଣ୍ଡାର ଅଳଙ୍କାର ତାଲିକା କମିଟି ବୈଠକ
ପୁରୀ : ଖୋଲିବ ରତ୍ନ ଭଣ୍ଡାର I ପ୍ରସ୍ତୁତ ହେବ ରତ୍ନଭଣ୍ଡାର ଅଳଙ୍କାର ତାଲିକା I ଶନିବାର ଅପରାହ୍ନ ୨ଟାରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ୱସୱାନ କିମ୍ବା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କମିଟି ଗଠନ କରିବା ପରେ ଏହା ପ୍ରଥମ ବୈଠକ ହେବ। ଏଥିପାଇଁ ପାଇଁ ରାଜ୍ୟ ସରକାର ୧୨ ଜଣିଆ […]
ପୁରୀ : ଖୋଲିବ ରତ୍ନ ଭଣ୍ଡାର I ପ୍ରସ୍ତୁତ ହେବ ରତ୍ନଭଣ୍ଡାର ଅଳଙ୍କାର ତାଲିକା I ଶନିବାର ଅପରାହ୍ନ ୨ଟାରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ୱସୱାନ କିମ୍ବା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କମିଟି ଗଠନ କରିବା ପରେ ଏହା ପ୍ରଥମ ବୈଠକ ହେବ। ଏଥିପାଇଁ ପାଇଁ ରାଜ୍ୟ ସରକାର ୧୨ ଜଣିଆ କମିଟି ଗଠନ କରିଛନ୍ତି I
ଏହି ୧୨ ଜଣିଆ କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ରହିଥିବା ବେଳେ ଉପାଧ୍ୟକ୍ଷ ଅଛନ୍ତି ପ୍ରସିଦ୍ଧ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା। କମିଟିର ଅନ୍ୟ ସଦସ୍ୟମାନେ ହେଲେ ଆଲ୍ଲହାବାଦ ବ୍ୟାଙ୍କର ପୂର୍ବତନ ସିଏମ୍ଡି ଡ.ବିଧୁଭୂଷଣ ସାମଲ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏ.କେ. ସାବତ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରତିନିଧି, ଏଏସ୍ଆଇର ପ୍ରତିନିଧି,ପରିଚାଳନା କମିଟି ସେବକ ପ୍ରତିନିଧି ଦୁର୍ଗାପ୍ରସାଦ ଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର ଓ ଜଗନ୍ନାଥ କର, ଭଣ୍ଡାର ମେକାପ ସେବକ ଗଣେଶ ମେକାପ, ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ସଦସ୍ୟ ଆବାହକ ଭାବେ ରହିଛନ୍ତି। ତଦାରଖ କମିଟିର ଅଧକ୍ଷ ଅରିଜିତ୍ ପଶାୟତ ଆଜି ଦିନ ୧୧ ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଦିନ ୨ ଟାରୁ ରତ୍ନଭଣ୍ଡାରରୁ ଦୁର୍ଲଭ ଅଳଙ୍କାର ଗଣତି ପାଇଁ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ I




