ଆଜିଠୁ ମାଲକାନଗିରିକୁ ଉଡ଼ିବ ବିମାନ,ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜିଠାରୁ ଉପାନ୍ତ ଜିଲ୍ଲା ମାଲକାନଗିରିକୁ ଆରମ୍ଭ ହେବ ବିମାନସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବହୁ ପ୍ରତିକ୍ଷିତ ବିମାନବନ୍ଦର ଲୋକାର୍ପଣ କରିବେ । ନବନିର୍ମିତ ଏହି ବିମାନବନ୍ଦର କାର୍ଯ୍ୟ ଶେଷ ହୋଇଥିବା ବେଳେ ରବିବାର ଏଠାରେ ଟ୍ରାଏଲ୍‌-ରନ୍‌ ସଫଳତାର ସହ ହୋଇଥିଲା। ଜଣେ ପାଇଲଟ ଓ ୨ ଜଣ କ୍ରୁ ମେମ୍ବରଙ୍କୁ ନେଇ ଅବତରଣ କରିଥିଲା ୭ଟି ସିଟ୍ ବିଶିଷ୍ଟ VT 100 ଏୟାରକ୍ରାଫ୍ଟ। ୨୯ କୋଟି ଟଙ୍କା ବ୍ୟୟରେ ୧୦୬ ହେକ୍ଟର ଜମିରେ […]

Samaya Live Picture
Published On

ଭୁବନେଶ୍ୱର : ଆଜିଠାରୁ ଉପାନ୍ତ ଜିଲ୍ଲା ମାଲକାନଗିରିକୁ ଆରମ୍ଭ ହେବ ବିମାନସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବହୁ ପ୍ରତିକ୍ଷିତ ବିମାନବନ୍ଦର ଲୋକାର୍ପଣ କରିବେ । ନବନିର୍ମିତ ଏହି ବିମାନବନ୍ଦର କାର୍ଯ୍ୟ ଶେଷ ହୋଇଥିବା ବେଳେ ରବିବାର ଏଠାରେ ଟ୍ରାଏଲ୍‌-ରନ୍‌ ସଫଳତାର ସହ ହୋଇଥିଲା। ଜଣେ ପାଇଲଟ ଓ ୨ ଜଣ କ୍ରୁ ମେମ୍ବରଙ୍କୁ ନେଇ ଅବତରଣ କରିଥିଲା ୭ଟି ସିଟ୍ ବିଶିଷ୍ଟ VT 100 ଏୟାରକ୍ରାଫ୍ଟ। ୨୯ କୋଟି ଟଙ୍କା ବ୍ୟୟରେ ୧୦୬ ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ ୧ ହଜାର ୬୦୨ ମିଟର ଲମ୍ବ ଓ ୩୦ ମିଟର ଓସାରର ରନୱେ ପ୍ରସ୍ତୁତି ହେଇଛି।

ଭୁବନେଶ୍ୱର ବିମାନ ବନ୍ଦରରୁ VT-100 ଏୟାର କ୍ରାପ୍ଟରେ ବାହାରି ଦିନ ୧୧ଟା ୪୫ରେ ମାଲକାନଗିରି ବିମାନ ବନ୍ଦରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ।

ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳ ୧୧ .୪୫ ରେ ମାଲକାନଗିରିରେ ପହଞ୍ଚି ସହରର ଉପକଣ୍ଠରେ ଥିବା ଗୋଦାଗୁଡା ପଞ୍ଚାୟତ ଅନ୍ତର୍ଗତ କାଟେଲଗୁଡା ଠାରେ ବିମାନବନ୍ଦରର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଛାଡ଼ିବା କାର୍ଯ୍ୟକ୍ରମ ରହିଛି। ବିମାନ ବନ୍ଦର ଉଦଘାଟନ ଲାଗି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୨୦୧୮ ମସିହାରେ ଗୁରୁପ୍ରିୟା ସେତୁର ଲୋକାର୍ପଣ ପରେ ବିକାଶର ଗୋଟିଏ ପରେ ଗୋଟିଏ ପାହାଚ ଚଢୁଛି ସ୍ବାଭିମାନ ଅଞ୍ଚଳ ।

Tags: