ଆଜିଠାରୁ ମାଟ୍ରିକ୍‌‌ ପରୀକ୍ଷା ଖାତା ରି-ଚେକିଂ ପାଇଁ ଆବେଦନ

ଭୁବନେଶ୍ୱର : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌‌ ପରୀକ୍ଷା ଖାତାର ପୁନଃ ଯାଞ୍ଚ ପାଇଁ ମଙ୍ଗଳବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଯେଉଁ ଛାତ୍ରଛାତ୍ରୀମାନେ ମାଟ୍ରିକ୍‌‌ ପରୀକ୍ଷା ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିବେ ବା ସେମାନଙ୍କର କୌଣସି ବିଷୟରେ କମ୍‌‌ ମାର୍କ ରହିଛି ବୋଲି ଉପଲବ୍ଧ କରୁଥିବେ, ସେମାନେ ଚାହିଁଲେ ପୁଣିଥିରେ ନିଜ ପରୀକ୍ଷାଖାତାକୁ ଯାଞ୍ଚ କରିପାରିବେ। ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପାଇଁ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଅନ୍‌‌ଲାଇନ୍‌‌ ମାଧ୍ୟମରେ ଆବେଦନ […]

Samaya Live Picture
Published On

ଭୁବନେଶ୍ୱର : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌‌ ପରୀକ୍ଷା ଖାତାର ପୁନଃ ଯାଞ୍ଚ ପାଇଁ ମଙ୍ଗଳବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଯେଉଁ ଛାତ୍ରଛାତ୍ରୀମାନେ ମାଟ୍ରିକ୍‌‌ ପରୀକ୍ଷା ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିବେ ବା ସେମାନଙ୍କର କୌଣସି ବିଷୟରେ କମ୍‌‌ ମାର୍କ ରହିଛି ବୋଲି ଉପଲବ୍ଧ କରୁଥିବେ, ସେମାନେ ଚାହିଁଲେ ପୁଣିଥିରେ ନିଜ ପରୀକ୍ଷାଖାତାକୁ ଯାଞ୍ଚ କରିପାରିବେ। ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପାଇଁ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଅନ୍‌‌ଲାଇନ୍‌‌ ମାଧ୍ୟମରେ ଆବେଦନ କରିପାରିବେ। ସବ୍‌‌ଜେକ୍ଟିଭ୍‌‌ ଓ ଅବ୍‌‌ଜେକ୍ଟିଭ୍‌‌ ବିଷୟରେ ଯାଞ୍ଚ ଏବଂ ପରୀକ୍ଷାଖାତା ନକଲ ନେବା ପାଇଁ ଦେୟ ଦେବାକୁ ପଡ଼ିବ। ବୋର୍ଡ ୱେବ୍‌‌ସାଇଟ୍‌‌ରେ ଆବେଦନ କରିବାର ସମସ୍ତ ନିୟମାବଳୀ ଉପଲବ୍ଧ ରହିଛି। ଆସନ୍ତା ଜୁନ୍‌‌ ୬ ତାରିଖ ପର୍ଯ୍ୟନ୍ତ ଅନ୍‌‌ଲାଇନ୍‌‌ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଚାଲିବ। ଫି’ ଓ ଆବେଦନପତ୍ର ଦାଖଲ କରିବାର କିଛି ଦିନ ମଧ୍ୟରେ ବୋର୍ଡ କର୍ତ୍ତୃପକ୍ଷ ସଂଶୋଧିତ ମାର୍କସିଟ୍‌‌ ପ୍ରଦାନ କରିବେ ଏବଂ ଖାତାର ଅବିକଳ ନକଲ ଆବେଦନକାରୀମାନେ ବୋର୍ଡ ୱେବ୍‌‌ସାଇଟ୍‌‌ରୁ ଡାଉନ୍‌‌ଲୋଡ୍‌‌ କରିପାରିବେ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ସଂସ୍କୃତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ ଅଫ୍‌‌ଲାଇନ୍‌‌ ମାଧ୍ୟମରେ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ ଏବଂ ଶାଖା କାର୍ଯ୍ୟାଳୟରେ ଯାଇ ଆବେଦନ କରିବେ। ମଙ୍ଗଳବାରଠାରୁ ଜୁନ୍‌‌ ୬ ତାରିଖ ପର୍ଯ୍ୟନ୍ତ କେବଳ କାର୍ଯ୍ୟ ଦିବସଗୁଡ଼ିକରେ ଆବେଦନକାରୀ ଆବେଦନ କରିବାକୁ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Tags: