ଅସହ୍ୟ ହେଉଛି ଅକ୍ଟୋବର ଗୁଳୁଗୁଳି,ଆହୁରି ଆଗକୁ ବଢିବ ତାତି
ଭୁବନେଶ୍ୱର : ଫେରି ଯାଇଛି ମୌସୁମୀ I ଲାଗାତାର ୫ ଦିନ ହେଲା ବର୍ଷାର ଦେଖାନାହିଁ। ଧୁ ଧୁ ଟାଣ ଖରା ସାଙ୍ଗକୁ ଅସହ୍ୟ ହେଲାଣି ଗୁଳୁଗୁଳି I ତାତିରେ ଆଉଟୁପାଉଟୁ ସାରା ଓଡ଼ିଶା। ଉପକୂଳରୁ ଉପାନ୍ତ ସବୁଆଡ଼େ ଗ୍ରୀଷ୍ମ ପ୍ରବାହ। ଏଯାଏଁ ଉତ୍ତରା ପବନର ଆଗମନ ହୋଇନଥିବାରୁ ଦିନର ତାପମାତ୍ରା ଅତ୍ୟଧିକ ହେଉଛି । ୩୬ ଡିଗ୍ରୀ ଉପରେ ରହୁଛି ଅଧିକାଂଶ ଜିଲ୍ଲାର ତାପମାତ୍ରା I ତେବେ ଏହା ଖରାଦିନର ୪୩ ଡିଗ୍ରୀ ଗ୍ରାମକୁ ମଧ୍ୟ […]
ଭୁବନେଶ୍ୱର : ଫେରି ଯାଇଛି ମୌସୁମୀ I ଲାଗାତାର ୫ ଦିନ ହେଲା ବର୍ଷାର ଦେଖାନାହିଁ। ଧୁ ଧୁ ଟାଣ ଖରା ସାଙ୍ଗକୁ ଅସହ୍ୟ ହେଲାଣି ଗୁଳୁଗୁଳି I ତାତିରେ ଆଉଟୁପାଉଟୁ ସାରା ଓଡ଼ିଶା। ଉପକୂଳରୁ ଉପାନ୍ତ ସବୁଆଡ଼େ ଗ୍ରୀଷ୍ମ ପ୍ରବାହ। ଏଯାଏଁ ଉତ୍ତରା ପବନର ଆଗମନ ହୋଇନଥିବାରୁ ଦିନର ତାପମାତ୍ରା ଅତ୍ୟଧିକ ହେଉଛି । ୩୬ ଡିଗ୍ରୀ ଉପରେ ରହୁଛି ଅଧିକାଂଶ ଜିଲ୍ଲାର ତାପମାତ୍ରା I ତେବେ ଏହା ଖରାଦିନର ୪୩ ଡିଗ୍ରୀ ଗ୍ରାମକୁ ମଧ୍ୟ ବଳି ଗଲାଣି I ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣ ସାଙ୍ଗକୁ ଆର୍ଦ୍ରତା ଅଧିକ ରହୁଥିବାରୁ ସକାଳ ୧୦ଟାରେ ଘରୁ ପଦାକୁ ବାହାରିବା ମୁସ୍କିଲ ହେଇଗଲାଣି I ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ଶୁଖିଲା ରହିବା ସାଙ୍ଗକୁ ଆଗକୁ ଆହୁରି ତାତି ବଢିବ ବୋଲି ସୂଚନା ରହିଛି ।




