ଅସମ୍ଭାଳ ତାତି, ଦିନ ୧୧ ଟା ବେଳକୁ ୩୯ ଡିଗ୍ରୀରେ ଜଳିଲା ରାଜଧାନୀ
ଭୁବନେଶ୍ୱର : ଅସମ୍ଭାଳ ଖରାରେ ସିଝୁଛି ସାରା ଓଡିଶା । ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ପ୍ରଚଣ୍ଡ ତାତିରେ ଜଳୁଛି ସାରା ରାଜ୍ୟ। ଦିନ ସାଢ଼େ ୧୧ଟାରେ ଭୁବନେଶ୍ବର ତାପମାତ୍ରା ୩୯.୮ ଡ଼ିଗ୍ରୀ ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ବର ସହ ସାରା ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହେଉଛି। ଭୁବନେଶ୍ୱର ବ୍ୟତୀତ ଦିନ ୧୧ ଟା ୩୦ ସୁଦ୍ଧା କେନ୍ଦୁଝର: ୩୯.୨, ବାଲେଶ୍ୱର:୩୮, ଝାରସୁଗୁଡା : ୩୮, ରାଉରକେଲା: ୩୭.୮, […]
ଭୁବନେଶ୍ୱର : ଅସମ୍ଭାଳ ଖରାରେ ସିଝୁଛି ସାରା ଓଡିଶା । ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ପ୍ରଚଣ୍ଡ ତାତିରେ ଜଳୁଛି ସାରା ରାଜ୍ୟ। ଦିନ ସାଢ଼େ ୧୧ଟାରେ ଭୁବନେଶ୍ବର ତାପମାତ୍ରା ୩୯.୮ ଡ଼ିଗ୍ରୀ ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ବର ସହ ସାରା ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହେଉଛି। ଭୁବନେଶ୍ୱର ବ୍ୟତୀତ ଦିନ ୧୧ ଟା ୩୦ ସୁଦ୍ଧା କେନ୍ଦୁଝର: ୩୯.୨, ବାଲେଶ୍ୱର:୩୮, ଝାରସୁଗୁଡା : ୩୮, ରାଉରକେଲା: ୩୭.୮, ଚାନ୍ଦବାଲି: ୩୭.୪ , ସମ୍ବଲପୁର: ୩୭.୪ , ହୀରାକୁଦ: ୩୬.୬, ପୁରୀ: ୩୨.୪, ପାରାଦୀପ: ୩୨, ଗୋପାଳପୁର: ୩୧.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ହେବ ନାହିଁ ଏବଂ ଦିନର ତାପମାତ୍ରା ୩ ରୁ ୫ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି । ବଢୁଥିବା ତାତି କୁ ଦୃଷ୍ଟିରେ ରଖି ୬ ତାରିଖ ଯାଏଁ ହିଟ ୱେଭ ୱାର୍ନିଙ୍ଗ ଦେଇଛି ଆଞ୍ଚଳିକ ପାଇପାଗ ବିଭାଗ I ସେହିପରି ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୪୫ଡିଗ୍ରୀ ପହଞ୍ଚିବ ବୋଲି ପାଣିପାଗ ବିଜ୍ଞାନୀ ଅନୁମାନ କରିଛନ୍ତି । ଅନ୍ୟପଟେ ଗତକାଲି ୪୨ ଡିଗ୍ରୀ ଖରାରେ ସବୁଠାରୁ ଉତପ୍ତ ଜିଲା ରହିଥିଲା ବୌଦ୍ଧ ଏବଂ ମାଲକାନଗିରି I




