ଅଳ୍ପକେ ଟଳିଲା ଆଉ ଏକ ଟ୍ରେନ ଦୁର୍ଘଟଣା
କଟକ : ଅଳ୍ପକେ ଟଳିଗଲା ଆଉ ଏକ ଟ୍ରେନ ଦୁର୍ଘଟଣା I କଟକ ଜଗତପୁର ନିକଟରେ ଦୁଇଟି ଯାତ୍ରୀବାହୀ ଟ୍ରେନ୍ ମୁହାଁମୁହିଁ ହୋଇଛନ୍ତି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି I ମୁହାଁମୁହିଁ ହୋଇଥିବା ଦୁଇଟି ଟ୍ରେନ ମଧ୍ୟରେ ଗୋଟିଏ ପାସେଞ୍ଜର ଟ୍ରେନ୍ ଏବଂ ଅନ୍ୟଟି ମେମୁ ଟ୍ରେନ୍ ହୋଇଥିବା କୁହାଯାଉଛି । ଉଭୟ ଗାଡ଼ି ମଧ୍ୟରେ ରେଳବାଇ ଦ୍ୱାରା ଧାର୍ଯ୍ୟ ହୋଇ ଥିବା ୧୨୦ […]
କଟକ : ଅଳ୍ପକେ ଟଳିଗଲା ଆଉ ଏକ ଟ୍ରେନ ଦୁର୍ଘଟଣା I କଟକ ଜଗତପୁର ନିକଟରେ ଦୁଇଟି ଯାତ୍ରୀବାହୀ ଟ୍ରେନ୍ ମୁହାଁମୁହିଁ ହୋଇଛନ୍ତି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି I
ମୁହାଁମୁହିଁ ହୋଇଥିବା ଦୁଇଟି ଟ୍ରେନ ମଧ୍ୟରେ ଗୋଟିଏ ପାସେଞ୍ଜର ଟ୍ରେନ୍ ଏବଂ ଅନ୍ୟଟି ମେମୁ ଟ୍ରେନ୍ ହୋଇଥିବା କୁହାଯାଉଛି । ଉଭୟ ଗାଡ଼ି ମଧ୍ୟରେ ରେଳବାଇ ଦ୍ୱାରା ଧାର୍ଯ୍ୟ ହୋଇ ଥିବା ୧୨୦ ମିଟର ଦୂରତା ରଖା ଯାଇଥିଲା। ନୂଆ କରି ସିଗନାଲ କାମ କରାଯାଉ ଥିବାରୁ ଦୁଇଟି ଯାକ ଗାଡ଼ିକୁ ଅଟକା ଯାଇଥିଲା। ସୁରକ୍ଷା ପ୍ରୋଟକଲ୍ ଅନୁସାରେ ଏହି ଦୁଇଟି ଟ୍ରେନ୍ ଯାତ୍ରା କରୁଥିବାରୁ ଏକ ବଡ ଦୁର୍ଘଟଣା ଟଳିଯାଇଥିବା କୁହାଯାଉଛି ।
ପୂର୍ବତଟ ରେଳ ପକ୍ଷରୁ ଅଟୋମେଟିକ୍ ସିଗନାଲିଂ ସିଷ୍ଟମ ବିଭିନ୍ନ ଷ୍ଟେସନ୍ରେ ଏବେ ପ୍ରଚଳନ କରାଯାଉଥିବା କଥା କହିଛନ୍ତି ।




