ଅମଳ ଋତୁରେ ରସୁଣ କିଲୋ ୫୦୦!

ଭୁବନେଶ୍ୱର : ରୋଷେଇଶାଳରେ କାନ୍ଦିଲାନି ରସୁଣ I ପୂର୍ବରୁ ପିଆଜ ଓ ଟମାଟୋ ପରେ ଏବେ ଖାଉଟିଙ୍କ ଉପରେ ଦାଉ ସାଧୁଛି ରସୁଣ I ରୋଷେଇଶାଳର ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବ୍ୟବହୃତ ହେଉଥିବା ରସୁଣ ରେ ହାତ ମାରି ହେଉନି । ରସୁଣ ୧୦୦ ପିଛା ୫୦ ଟଙ୍କା ଅର୍ଥାତ ରସୁଣ କିଲୋ ୫୦୦ ଟଙ୍କାରେ ପହଂଚିଲାଣି । କେବଳ ଦର ବଢିନି,ବଜାରରେ ପର୍ଯ୍ୟାପ୍ତ ପରିମାଣରେ ରସୁଣ ମଧ୍ୟ ଉପଲବ୍ଧ ନାହିଁ। ଦର ଅଧିକ ଥିବାରୁ ଖୁଚୁରା […]

Samaya Live Picture
Published On

ଭୁବନେଶ୍ୱର : ରୋଷେଇଶାଳରେ କାନ୍ଦିଲାନି ରସୁଣ I ପୂର୍ବରୁ ପିଆଜ ଓ ଟମାଟୋ ପରେ ଏବେ ଖାଉଟିଙ୍କ ଉପରେ ଦାଉ ସାଧୁଛି ରସୁଣ I ରୋଷେଇଶାଳର ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବ୍ୟବହୃତ ହେଉଥିବା ରସୁଣ ରେ ହାତ ମାରି ହେଉନି । ରସୁଣ ୧୦୦ ପିଛା ୫୦ ଟଙ୍କା ଅର୍ଥାତ ରସୁଣ କିଲୋ ୫୦୦ ଟଙ୍କାରେ ପହଂଚିଲାଣି । କେବଳ ଦର ବଢିନି,ବଜାରରେ ପର୍ଯ୍ୟାପ୍ତ ପରିମାଣରେ ରସୁଣ ମଧ୍ୟ ଉପଲବ୍ଧ ନାହିଁ। ଦର ଅଧିକ ଥିବାରୁ ଖୁଚୁରା ବ୍ୟବସାୟୀମାନେ କିଣିବାକୁ ଭୟ କରୁଛନ୍ତି। ହେଲେ ଦୁଃଖର କଥା ହେଉଛି ରସୁଣ ଚାଷ କରିଥିବା ଚାଷୀ ନୁହେଁ ଚଢା ଦରରେ ରସୁଣ ବିକ୍ରି କରି ବ୍ୟବସାୟୀ ମାଲାମାଲ ହେଉଛନ୍ତି । ଆଶ୍ଚର୍ଯ୍ୟକର କଥା ହେଉଛି ଅମଳ ସମୟରେ ଉଚ୍ଚା ଦରରେ ବିକ୍ରି ହେଉଛି ରସୁଣ । ଓଡିଶା ରସୁଣ ପାଇଁ କାନପୁର ,ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଭଳି ରାଜ୍ୟ ଉପରେ ନିର୍ଭର କରୁଛି। ରାଜ୍ୟରେ ରସୁଣ ଉତ୍ପାଦନ ଅପେକ୍ଷାକୃତ କମ୍ ରହିଛି। ସେପଟେ ବଜାରକୁ ନୂଆ ରସୁଣ ଆସିବାକୁ ଆହୁରି ୧୫ଦିନ ଲାଗିପାରେ ବୋଲି ବ୍ୟବସାୟୀମାନେ କହିଛନ୍ତି।

Tags: