ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଆତ୍ମହତ୍ୟା
ଭୁବନେଶ୍ୱର : ଝୁଲନ୍ତା ଅବସ୍ଥାରେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ଖୋର୍ଦ୍ଧା ବାଣପୁର ଅଞ୍ଚଳର ଅନୀଲ ଛୋଟରାୟ । ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ନୟାପଲ୍ଲୀ ଥାନା ନୂଆସାହି ଘରୁ ପୋଲିସ ମୃତଦେହ ଉଦ୍ଧାର କରିଛି । ଅନୀଲ ସ୍ତ୍ରୀ ଓ ପିଲାଙ୍କ ସହ ନୟାପଲ୍ଲୀ ନୂଆସାହିରେ ରହୁଥିଲେ । ଘରେ କେହି ନଥିବାବେଳେ ଗତକାଲି ପୋଲିସ କବାଟ ଭାଙ୍ଗି ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । ଅନୀଲଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ […]
ଭୁବନେଶ୍ୱର : ଝୁଲନ୍ତା ଅବସ୍ଥାରେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ଖୋର୍ଦ୍ଧା ବାଣପୁର ଅଞ୍ଚଳର ଅନୀଲ ଛୋଟରାୟ । ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ନୟାପଲ୍ଲୀ ଥାନା ନୂଆସାହି ଘରୁ ପୋଲିସ ମୃତଦେହ ଉଦ୍ଧାର କରିଛି । ଅନୀଲ ସ୍ତ୍ରୀ ଓ ପିଲାଙ୍କ ସହ ନୟାପଲ୍ଲୀ ନୂଆସାହିରେ ରହୁଥିଲେ । ଘରେ କେହି ନଥିବାବେଳେ ଗତକାଲି ପୋଲିସ କବାଟ ଭାଙ୍ଗି ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । ଅନୀଲଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ମାଆ ଓ ଭାଇ । ସାଇଣ୍ଟିଫିକ ଟିମ୍ ସହାୟତାରେ ପୋଲିସ ତଦନ୍ତ ଜାରି ରଖିଛି ।




