ଅବଦୁଲ କଲାମ ଦ୍ୱୀପରୁ ପ୍ରଳୟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର : ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି I ମଙ୍ଗଳବାର ସକାଳ ୯.୫୦ ମିନିଟରେ ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରୁ ସଫଳ ଉତ୍‌କ୍ଷେପଣ ହେଲା ବାଲେଷ୍ଟିକ୍‌ ମିସାଇଲ ‘ପ୍ରଳୟ’ । ୩୫୦ରୁ ୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରବ ପ୍ରଳୟ । ୩୫୯ରୁ ୭୦୦ କେଜି ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ସ୍ଥଳଭାଗରୁ ସ୍ଥଳଭାଗକୁ ଲକ୍ଷ୍ୟଭେଦ କରିପାରୁଥିବା ପ୍ରଳୟ କ୍ଷେପଣାସ୍ତ୍ରର ଫଳାଫଳ […]

Samaya Live Picture
Published On

ବାଲେଶ୍ୱର : ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି I ମଙ୍ଗଳବାର ସକାଳ ୯.୫୦ ମିନିଟରେ ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରୁ ସଫଳ ଉତ୍‌କ୍ଷେପଣ ହେଲା ବାଲେଷ୍ଟିକ୍‌ ମିସାଇଲ ‘ପ୍ରଳୟ’ । ୩୫୦ରୁ ୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରବ ପ୍ରଳୟ । ୩୫୯ରୁ ୭୦୦ କେଜି ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ସ୍ଥଳଭାଗରୁ ସ୍ଥଳଭାଗକୁ ଲକ୍ଷ୍ୟଭେଦ କରିପାରୁଥିବା ପ୍ରଳୟ କ୍ଷେପଣାସ୍ତ୍ରର ଫଳାଫଳ ନେଇ ଚାଲିଛି ସମୀକ୍ଷା ।

ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ବାଲାଷ୍ଟିକ ମିସାଇଲ ‘ପ୍ରଳୟ’ର ଓଜନ ୫ ଟନ୍‌ । ଏହା ଟାର୍ଗେଟକୁ ୧୦ ମିଟର ପରିଧି ମଧ୍ୟରେ ହିଟ୍‌ କରିବାର କ୍ଷମତା ରଖିଛି। ଏଥିରେ ଅତ୍ୟାଧୁନିକ ନାଭିଗେସନ ସିଷ୍ଟମ ଓ ସମନ୍ଵିତ ଆଭିଓନିକ୍ସ ରହିଛି । ଯଦି ଏଲଓସି ନିକଟରେ ଏହାକୁ ମରାଯାଏ, ତେବେ ଚୀନର ଗୁପ୍ତ ସୁଡଙ୍ଗ, ତୋପା ସବୁକିଛି ନଷ୍ଟ କରିଦେବ । ଏହାକୁ ୨୦୧୫ରୁ ନିର୍ମାଣ କରାଯାଉଥିଲା । ଏହାର ପରୀକ୍ଷଣ ଗତବର୍ଷ ୨୦୨୨ରେ ୨୧ ଏବଂ ୨୨ ଡିସେମ୍ବରରେ ମଧ୍ୟ ହୋଇସାରିଛି ।

Tags: