ଅପରେସନ୍ ଅଜୟ: ୭ ଓଡ଼ିଆଙ୍କ ସହ ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ

ଭୁବନେଶ୍ୱର : ହମାସ୍ ଓ ଇସ୍ରାଏଲ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ I ଗାଜା ଉପରେ ଘନ ଘନ ବିମାନ ଆକ୍ରମଣ କରୁଛି ଇସ୍ରାଏଲ । ଯୁଦ୍ଧକୁ ଏବେ ୬ ଦିନରେ ପହଂଚିଛି । ସେପଟେ ଇସ୍ରାଏଲ ସହର ଉପରେ ରକେଟ ମାଡ଼ କରୁଛି ହମାସ୍ । ଲେବାନନ ଓ ସିରିଆ ପଟୁ ମଧ୍ୟ ରକେଟ ମାଡ଼ ହୋଇଛି । ଏସବୁ ସ୍ଥିତି ଭିତରେ ଇସ୍ରାଏଲରେ ଥିବା ଭାରତୀୟଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ ପାଇଛି । […]

Samaya Live Picture
Published On

ଭୁବନେଶ୍ୱର : ହମାସ୍ ଓ ଇସ୍ରାଏଲ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ I ଗାଜା ଉପରେ ଘନ ଘନ ବିମାନ ଆକ୍ରମଣ କରୁଛି ଇସ୍ରାଏଲ । ଯୁଦ୍ଧକୁ ଏବେ ୬ ଦିନରେ ପହଂଚିଛି । ସେପଟେ ଇସ୍ରାଏଲ ସହର ଉପରେ ରକେଟ ମାଡ଼ କରୁଛି ହମାସ୍ । ଲେବାନନ ଓ ସିରିଆ ପଟୁ ମଧ୍ୟ ରକେଟ ମାଡ଼ ହୋଇଛି । ଏସବୁ ସ୍ଥିତି ଭିତରେ ଇସ୍ରାଏଲରେ ଥିବା ଭାରତୀୟଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ ପାଇଛି । ଇସ୍ରାଏଲରେ ଚାଲିଥିବା ଯୁଦ୍ଧ ଭିତରେ ୧୮ହଜାର ଭାରତୀୟ ଫସି ରହିଛନ୍ତି । ସବୁ ଭାରତୀୟଙ୍କୁ ସୁରକ୍ଷିତ ସ୍ୱଦେଶ ଆଣିବା ପାଇଁ କେନ୍ଦ୍ର ସରକାର ଅପରେସନ୍ ଅଜୟର ଶୁଭାରମ୍ଭ କରିଛନ୍ତି ।
ଗତକାଲିରୁ ଆରମ୍ଭ ହୋଇଥିବା ‘ଅପରେସନ ଅଜୟ’ ସକାଳ ୬ଟାରେ ୨୧୨ ଜଣ ଭାରତୀୟଙ୍କୁ ନେଇ ବିମାନ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ଭାରତୀୟଙ୍କ ମଧ୍ୟରେ ଫସି ରହିଥିବା ୭ ଜଣ ଓଡ଼ିଆ ସୁରକ୍ଷିତ ଭାବରେ କିପରି ନିଜ ପରିବାର ପାଖରେ ପହଞ୍ଚି ପାରିବେ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ RCଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତକାଲି ରାତିରେ ବିମାନଟି ତେଲ ଅଭିଭ ଛାଡ଼ିଥିଲା । ଉଦ୍ଧାର ପାଇଁ ପରବର୍ତ୍ତୀ ବିମାନ କେବେ ଇସ୍ରାଏଲ ଯିବ ସେ ନେଇ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ସୂଚନା ଦେଇଛନ୍ତି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ଅପରେସନ ଅଜୟର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଇସ୍ରାଏଲ ଓ ରମଲ୍ଲାରେ ଥିବା ଦୂତାବାସ ସହ ସମ୍ପର୍କ ରଖାଯାଇଛି। ଇସ୍ରାଏଲରେ ରହୁଛନ୍ତି ପ୍ରାୟ ୧୮ ହଜାର ଭାରତୀୟ ରହୁଛନ୍ତି। ତେଣୁ ସେମାନଙ୍କୁ ଭାରତୀୟ ଦୂତାବାସରେ ପଞ୍ଜିକରଣ କରାଇବାକୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଅନୁରୋଧ କରାଯାଇଛି।

Tags: