ଅନ୍‌ଲାଇନ୍‌ ଜାତୀୟ ଉଷୁ ଚାମ୍ପିଅନ୍‌ସିପ୍‌ ଆରମ୍ଭ; ଭାଗ ନେଲେ ଓଡ଼ିଶାର ୧୯

By Papu Mohanty ଭୁବନେଶ୍ୱର : May 15: ପ୍ରଥମ ଅନ୍‌ଲାଇନ୍‌ ଜାତୀୟ ଉଷୁ ଚାମ୍ପିଅନ୍‌ସିପ୍‌ (ସବ୍‌ଜୁନିୟର, ଜୁନିୟର, ସିନିୟର) ଆରମ୍ଭ ହୋଇଛି । ଏହି ପ୍ରତିଯୋଗିତାର ୩ଟି ବର୍ଗରେ ୩୧ଟି ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ, ସେନା ଦଳର ୭୫୦ ଜଣ ଅଂଶଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ଓଡ଼ିଶା ଉଷୁ ସଂଘର ୧୯ ଜଣ ଖେଳାଳି ନାମ ପଞ୍ଜିକୃତ କରିଛନ୍ତି । ଜୁମ୍‌ ଆପ୍‌ ଜରିଆରେ ଏମାନେ ଘରେ ଥାଇ ପ୍ରତିଯୋଗିତାରେ ଭାଗ ନେଇଛନ୍ତି […]

Samaya Live Picture
Published On

By Papu Mohanty

ଭୁବନେଶ୍ୱର : May 15: ପ୍ରଥମ ଅନ୍‌ଲାଇନ୍‌ ଜାତୀୟ ଉଷୁ ଚାମ୍ପିଅନ୍‌ସିପ୍‌ (ସବ୍‌ଜୁନିୟର, ଜୁନିୟର, ସିନିୟର) ଆରମ୍ଭ ହୋଇଛି । ଏହି ପ୍ରତିଯୋଗିତାର ୩ଟି ବର୍ଗରେ ୩୧ଟି ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ, ସେନା ଦଳର ୭୫୦ ଜଣ ଅଂଶଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ଓଡ଼ିଶା ଉଷୁ ସଂଘର ୧୯ ଜଣ ଖେଳାଳି ନାମ ପଞ୍ଜିକୃତ କରିଛନ୍ତି । ଜୁମ୍‌ ଆପ୍‌ ଜରିଆରେ ଏମାନେ ଘରେ ଥାଇ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଏହି ପ୍ରତିଯୋଗିତାର ସିଧା ପ୍ରସାରଣ ଷ୍ଟ୍ରିମ୍‌ ଇଣ୍ଡିଆରେ ଉପଲବ୍ଧ ହେଉଛି । ଆଗାମୀ ୧୮ ତାରିଖରେ ପ୍ରତିଯୋଗିତା ଶେଷ ହେବ । ଏହି ପ୍ରତିଯୋଗିତାରେ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ମୁଖ୍ୟ ଅତିଥି ଏବଂ ଭାରତୀୟ ଅଲିମ୍ପିକ୍‌ ସଂଘ ସଭାପତି ନରିନ୍ଦ୍ରର ଧୃବ ବାତ୍ରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଓଡ଼ିଶାର ଅଂଶୁ ପ୍ରିୟା ସଂଗ୍ରାମ୍‌ ସିଂ, ଆଦିତ୍ୟ ଜେନା, ଆକାଂକ୍ଷିତ ଜେନା, ଅନିମେସ ଧଳସାମନ୍ତ, ଅନୁଷ୍କା ପଟେଲ, ଆଶୁତୋଷ ମହାରଣା, ଚିରସ୍ମିତା ମହାନ୍ତି, ଗଣେଶ ସିଂ, ନୀତିଶ ବାରିକ, ପ୍ରଦୁ୍ୟମ୍ନ କୁମାର ବେହେରା, ପ୍ରିୟମ୍ବଦା ପ୍ରଧାନ, ସୟନ କୁମାର, ଶାଶ୍ୱତ ବେଉରା, ଶ୍ରେୟାସ କଳସ, ସ୍ନେହା ସାମନ୍ତରାୟ, ସୃଷ୍ଟି କଳସ, ଶ୍ୱାତୀ ଶ’, ସ୍ୱୟଂଶୁ ପଣ୍ଡା, ଯସଶ୍ୱିନୀ ମଲ୍ଲିକ ପ୍ରମୁଖ ଅଂଶଗ୍ରହଣ କରିଛନ୍ତି । ରାଜ୍ୟସଂଘର ସାଧାରଣ ସମ୍ପାଦକ ପ୍ରଦୁ୍ୟମ୍ନ ବେହେରା ଏହି ଚାମ୍ପିଅନ୍‌ସିପ୍‌ର ଜଜ୍‌ ମନୋନିତ ହୋଇଛନ୍ତି ।