ଅନଲକ୍-୨; ଏଣିକି ରାତି ୯ଟାରୁ ସକାଳ ୫ଟା କର୍ଫ୍ୟୁ
ଭୁବନେଶ୍ୱର : ଜୁନ ୩୦:ରାଜ୍ୟରେ ଏଣିକି ରାତ୍ରୀକାଳୀନ କର୍ଫୁ୍ୟକୁ କୋହଳ କରିଛନ୍ତି ସରକାର । ରାତି ୭ଟା ପରିବର୍ତ୍ତେ ଏବେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫୁ୍ୟ ଜାରି ରହିବ । କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଅନଲକ-୨ର ନିର୍ଦ୍ଦେଶାନାମା ଅନୁସାରେ ଓଡିଶାରେ ଅନଲକ-୨ର ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର । ତେବେ କେନ୍ଦ୍ର ଗାଇଡଲାଇନ ଅନୁସାରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ଯାଏଁ ଥିଲାବେଳେ ରାଜ୍ୟରେ କିନ୍ତୁ ରାତି […]
ଭୁବନେଶ୍ୱର : ଜୁନ ୩୦:ରାଜ୍ୟରେ ଏଣିକି ରାତ୍ରୀକାଳୀନ କର୍ଫୁ୍ୟକୁ କୋହଳ କରିଛନ୍ତି ସରକାର । ରାତି ୭ଟା ପରିବର୍ତ୍ତେ ଏବେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫୁ୍ୟ ଜାରି ରହିବ । କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଅନଲକ-୨ର ନିର୍ଦ୍ଦେଶାନାମା ଅନୁସାରେ ଓଡିଶାରେ ଅନଲକ-୨ର ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର । ତେବେ କେନ୍ଦ୍ର ଗାଇଡଲାଇନ ଅନୁସାରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ଯାଏଁ ଥିଲାବେଳେ ରାଜ୍ୟରେ କିନ୍ତୁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହା ଜାରୀ ରହିବ । ରାଜ୍ୟରେ କରୋନା ମହାମାରୀର ସ୍ଥିତିକୁ ନଜରରେ ରଖି ଓଡିଶାରେ ରାତ୍ରକାଳୀନ କର୍ଫ୍ୟୁ ୧୦ଟା ପରିବର୍ତ୍ତେ ୯ଟା କରାଯାଇଛି । ତେବେ ରାଜ୍ୟରେ ଜୁଲାଇ ୧ରୁ ରାତ୍ରୀକାଳୀନ କର୍ଫ୍ୟୁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଛି । ଏହି ରାତ୍ରକାଳୀନ କର୍ଫ୍ୟୁ ସମୟରେ କେବଳ ଜରୁରୀ ସେବା ଓ ମାଲ ପରିବହନକୁ ଅନୁମତି ମିଳିବ ବୋଲି କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଥିବା ବେଳେ ରାଜ୍ୟ ସରକାର ଏଥିରେ ଆଉ କିଛି ସେବା ଉପରେ କରୋନା କଟକଣା ଛାଡ୍ କରିଛନ୍ତି । କର୍ଫ୍ୟୁ ସମୟରେ ଜରୁରୀ ସେବା ସହ ଡକଫର, ଉଭୟ ସରକାରୀ ଏବଂ ବେସରକାରୀ ମେଡିକାଲର ସ୍ୱାସ୍ଥ୍ୟକର୍ମୀ, ସ୍ଥାନୀୟ ପ୍ରଶାସନୀକ ଅଧିକାରୀ, ପୋଲିସ୍, ସରକାରୀ ଅଫିସର, ଯଦି କାହାର ମେଡିକାଲ ଜରୁରୀ କାର୍ଯ୍ୟ ଥାଏ ସେମାନଙ୍କୁ ବି ଏହି ନାଇଟ୍ କର୍ଫ୍ୟୁ ସମୟରେ ଯିବା ପାଇଁ ଅନୁମତି ମିଳିବ । ସେହିଭଳି ଔଷଧ ଦୋକାନୀ ଏବଂ ଏଠାରେ କାମ କରୁଥିବା କର୍ମଚାରୀଙ୍କ ସମେତ ରାଜ୍ୟ ସରକାରଙ୍କ ଦ୍ୱିତୀୟ ଅନଲକ୍ ପର୍ଯ୍ୟାୟରେ ଇଣ୍ଡଷ୍ଟ୍ରିଆଲ୍ ଇନଷ୍ଟିଚ୍ୟୁଟରେ ନିୟୋଜିତ କର୍ମଚାରୀମାନଙ୍କୁ ମଧ୍ୟ ଏହି ସମୟରେ ମଧ୍ୟ ଯିବା ଆସିବା ପାଇଁ ଅନୁମତି ମିଳିବ । ଏମାନେ ନିଜର ଆଇଡି କାର୍ଡ ଦେଖାଇ ଯାଇପାରିବେ । କର୍ଫ୍ୟୁ ବେଳେ ପବ୍ଲିକ ଏବଂ ପ୍ରାଇଭେଟ୍ ଟ୍ରାନ୍ସଫୋର୍ଟ ବନ୍ଦ ରହିବ । କି;ୁ ଓଲା, ଉବେର ସେବା ଏୟାରପୋର୍ଟ, ରେଳ ଷ୍ଟେସନ, ଏବଂ ବସ ଷ୍ଟାଣ୍ଡମାନଙ୍କରେ ଯାତ୍ରୀମାନଙ୍କ ସୁବିଧା ଦୃଷ୍ଟିରୁ ଚଳାଚଳା ପାଇଁ ଅନୁମତି ଦିଆଯାଇଛି । ସେହିଭଳି ପେଟ୍ରୋଲ ପମ୍ପ ଏବଂ ସିଏନଜି ଷ୍ଟେସନ ଖୋଲା ରହିବା ସହ ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କୁ କର୍ଫ୍ୟୁ ସମୟରେ ଯାଆସ ପାଇଁ ଅନୁମତି ମିଳିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ।




