ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ଘଟଣା,ପାତାଳରେ ଥିଲେ ବି ଦୋଷୀଙ୍କୁ ବାନ୍ଧି ଆଣି ଦଣ୍ଡ ଦିଆଯିବ – ମନ୍ତ୍ରୀ

ବାରିପଦା : ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମାରିବା ଘଟଣା, ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଯିଏ ବି ଏହି କାଣ୍ଡ କରିଛି ତାକୁ ଖୋଜି ଖୋଜି ଦଣ୍ଡ ଦିଆଯିବ । ଗୋଟେ ପଟେ ବାଲି ତସ୍କରୀକୁ ରୋକିବାକୁ ପ୍ରଶାସନ ଉଦ୍ୟମ କରୁଛି । ବିହାର , ବେଙ୍ଗଲ ଭଳି ଓଡ଼ିଶାର ମାଫିଆମାନେ ଆଇନ୍‌କୁ ହାତକୁ ନେଉଛନ୍ତି । ବଡ଼ ବଡ଼ ସରକାରୀ ଅଧିକାରୀମାନଙ୍କ ଉପରେ ଆକ୍ରମଣ କରୁଛନ୍ତି । […]

ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ଘଟଣା,ପାତାଳରେ ଥିଲେ ବି ଦୋଷୀଙ୍କୁ ବାନ୍ଧି ଆଣି ଦଣ୍ଡ ଦିଆଯିବ – ମନ୍ତ୍ରୀ
Samaya Live Picture
Published On

ବାରିପଦା : ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମାରିବା ଘଟଣା, ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଯିଏ ବି ଏହି କାଣ୍ଡ କରିଛି ତାକୁ ଖୋଜି ଖୋଜି ଦଣ୍ଡ ଦିଆଯିବ । ଗୋଟେ ପଟେ ବାଲି ତସ୍କରୀକୁ ରୋକିବାକୁ ପ୍ରଶାସନ ଉଦ୍ୟମ କରୁଛି । ବିହାର , ବେଙ୍ଗଲ ଭଳି ଓଡ଼ିଶାର ମାଫିଆମାନେ ଆଇନ୍‌କୁ ହାତକୁ ନେଉଛନ୍ତି । ବଡ଼ ବଡ଼ ସରକାରୀ ଅଧିକାରୀମାନଙ୍କ ଉପରେ ଆକ୍ରମଣ କରୁଛନ୍ତି । ଏହି ଆକ୍ରମଣ କରିବାର ଯେଉଁ ଦୁଃସାହସ ସେମାନେ କରଛନ୍ତି ଏହା ତାଙ୍କର ଶେଷ ଦୁଃସାହସ ହେଉ । ଏ ଘଟଣାରେ ମୁଁ ଅଧିକାରୀମାନଙ୍କ ସହ କଥା ହୋଇଛି ।

ଯେଉଁମାନେ ଏହି କାଣ୍ଡ କରିଛନ୍ତି ଏବଂ ଯେଉଁମାନେ ପ୍ରଚ୍ଛଦପଟରେ ରହିଛନ୍ତି ସମସ୍ତଙ୍କୁ ଧରାଯିବ । ତଦନ୍ତ ସେ ପର୍ଯ୍ୟନ୍ତ ହେବ ଯେଉଁ ପର୍ଯ୍ୟନ୍ତ ସେମାନେ ଧରା ନ ପଡ଼ିଛନ୍ତି । କେହି ବର୍ତ୍ତିବା କଥା ନୁହେଁ,ପାତାଳରେ ଥିଲେ ବି ବାନ୍ଧିକି ଆଣି ଦଣ୍ଡ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।

ଏହା ଏକ ଛୋଟ ଘଟଣା ନୁହେଁ, ତେଣୁ ମୁଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି ଯେ ଏହା ଓଡ଼ିଶାରେ ଶେଷ ଘଟଣା ହେଉ । ଅପରାଧକୁ ମୂଳରୁ ନାଶ କରାଯାଉ । ଭବିଷ୍ୟତରେ ଯେମିତି ଏଭଳି ଘଟଣା ନ ଘଟୁ । ଓଡ଼ିଶାକୁ ମୋର ଏହି ସନ୍ଦେଶ ରହିବ , ଯିଏ ଅପରାଧ କରିବ ସେ ଆଇନ ଆଖିରୁ ବର୍ତ୍ତିବ ନାହିଁ । ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ମନ୍ତ୍ରୀ ।

Tags: