ଅଜାଙ୍କ ଦଶାହରେ ୨ ନାତି ମୃତ
ବାଲେଶ୍ୱର : ଅଜାଙ୍କ ଦଶାହରେ ୨ ନାତିଙ୍କ ସଲିଳ ସମାଧି I ତୁଠ କର୍ମ ପରେ ଗାଡ଼ିଆରେ ଗାଧୋଉଥିବା ବେଳେ ପାଣିରେ ବୁଡି ଯାଇଥିଲେ ଦୁଇ ନାତି I ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୱାଦା ଗ୍ରାମରେ I ମୃତକ ମାନେ ହେଲେ ମୃତକମାନେ ହେଲେ ସୁଶାନ୍ତ ପାଢ଼ୀ ଓ ଚନ୍ଦନ କର I ସେମାନଙ୍କ ବୟସ ୨୦ ରୁ ୨୫ ବର୍ଷ ମଧ୍ୟରେ ହେବ I ଘଟନାନୁସାରେ,ୱାଦା […]
ବାଲେଶ୍ୱର : ଅଜାଙ୍କ ଦଶାହରେ ୨ ନାତିଙ୍କ ସଲିଳ ସମାଧି I ତୁଠ କର୍ମ ପରେ ଗାଡ଼ିଆରେ ଗାଧୋଉଥିବା ବେଳେ ପାଣିରେ ବୁଡି ଯାଇଥିଲେ ଦୁଇ ନାତି I ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୱାଦା ଗ୍ରାମରେ I ମୃତକ ମାନେ ହେଲେ ମୃତକମାନେ ହେଲେ ସୁଶାନ୍ତ ପାଢ଼ୀ ଓ ଚନ୍ଦନ କର I ସେମାନଙ୍କ ବୟସ ୨୦ ରୁ ୨୫ ବର୍ଷ ମଧ୍ୟରେ ହେବ I
ଘଟନାନୁସାରେ,ୱାଦା ଗ୍ରାମରେ ଅଜା ସ୍ବର୍ଗତ ବିଷ୍ଣୁ ଚରଣ ପାଢ଼ୀଙ୍କ ଦଶାହ କର୍ମ ଥିଲା। କର୍ମବେଳେ ପିତାମ୍ବର ପାଢ଼ୀଙ୍କ ପୁଅ ସୁଶାନ୍ତ ଓ ବିଦୁ ଅଞ୍ଚଳର ଚନ୍ଦନ କର ପଥରକଟା ଘାଟତୁଠ ନିକଟରେ ଥିବା ଏକ ଗାଡ଼ିଆରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକ ସେମାନଂକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୁଇ ଜଣଂକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଦଶାହ କର୍ମବେଳେ ୨ ନାତିଙ୍କ ମୃତ୍ୟୁକୁ ନେଇ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି I




