ଅଜଣା ଜନ୍ତୁ ଆକ୍ରମଣରେ ୪୦ ମେଣ୍ଢା ମୃତ

ଢେଙ୍କାନାଳ : ଢେଙ୍କାନାଳରେ ପୁଣି ଅଜଣା ଜନ୍ତୁ ଆତଙ୍କ I ପୁଣି ଦେଖା ଦେଇଛି ମେଣ୍ଢା ମଡ଼କ I ଢେଙ୍କାନାଳ ସଦର ବ୍ଲକ ସୋଗରପଶି ପଞ୍ଚାୟତ ଆରଦା ଗ୍ରାମରେ ଅଜଣା ଜନ୍ତୁ ଆକ୍ରମଣରେ ୪୦ ମେଣ୍ଢା ମୃତ I ଶନିବାର ସକାଳେ ଗ୍ରାମର ସାଧୁ ଚରଣ ରାଉତଙ୍କ ଗୁହାଳରେ ସବୁ ମେଣ୍ଢା ମରି ପଡିଥିବାର ଦେଖା ଯାଇଥିଲା I ମେଣ୍ଢାମାନଙ୍କ ତଣ୍ଟିରୁ ରକ୍ତ ପିଇବା ସହ ଅଜଣା ଜନ୍ତୁ ମାରିଦେଇଥିବା ଜଣାପଡିଛି । ଖବର ଗାଁ ଲୋକ […]

Samaya Live Picture
Published On

ଢେଙ୍କାନାଳ : ଢେଙ୍କାନାଳରେ ପୁଣି ଅଜଣା ଜନ୍ତୁ ଆତଙ୍କ I ପୁଣି ଦେଖା ଦେଇଛି ମେଣ୍ଢା ମଡ଼କ I ଢେଙ୍କାନାଳ ସଦର ବ୍ଲକ ସୋଗରପଶି ପଞ୍ଚାୟତ ଆରଦା ଗ୍ରାମରେ ଅଜଣା ଜନ୍ତୁ ଆକ୍ରମଣରେ ୪୦ ମେଣ୍ଢା ମୃତ I ଶନିବାର ସକାଳେ ଗ୍ରାମର ସାଧୁ ଚରଣ ରାଉତଙ୍କ ଗୁହାଳରେ ସବୁ ମେଣ୍ଢା ମରି ପଡିଥିବାର ଦେଖା ଯାଇଥିଲା I ମେଣ୍ଢାମାନଙ୍କ ତଣ୍ଟିରୁ ରକ୍ତ ପିଇବା ସହ ଅଜଣା ଜନ୍ତୁ ମାରିଦେଇଥିବା ଜଣାପଡିଛି ।
ଖବର ଗାଁ ଲୋକ ଜାଣିବା ପରେ ଅନୁସନ୍ଧାନରୁ ଜଣାପଡୁଛି କି କୈାଣସି ଅଜଣା ଜନ୍ତୁ ଏପରି କାଣ୍ଡ ଭିଆଇଛି। କାରଣ ଏକ ପଶୁର ପାଦ ଚିହ୍ନ ସେଠାରେ ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଛନ୍ତି।ଯାହାକୁ ନେଇ ଗାଁରେ ଆତଙ୍କ ଖେଳି ଯାଇଛି।
ସାଧୁଚରଣଙ୍କର ଛୋଟବଡ ୪୨ଟି ମେଣ୍ଢା ଥିଲେ। ମେଣ୍ଢା ଚାଷରୁ ସେ ଜୀବିକା ନିର୍ବାହ କରୁଥିଲେ। ଏବେ ତାଙ୍କ ପରିବାର ଦୁଃଖରେ ଭାଙ୍ଗିପଡିଛନ୍ତି। ନିଆଳୀ ମେଣ୍ଢା ମଡକ ଓ ସଦ୍ୟ ଆରଦା ଗାଁର ମେଣ୍ଢା ମଡକକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Tags: