ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀ ମୃତ

ସୋରୋ : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଯୁବକ ମୃତ I ୨ ସାଙ୍ଗ ହୋଟେଲରୁ ଖାଇ ଏକ ବାଇକ ଯୋଗେ ଫେରୁଥିବାବେଳେ ବାଟରେ ଧକ୍କା ଦେଲା ଅଜଣା ଗାଡ଼ି । ଘଟଣାସ୍ଥଳରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି I ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ତଳନଗରଠାରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ସୋର ଥାନା ଜହ୍ନିଆ ଗାଁର ଅରଜିତ ବେହେରା ଓ ଜଗନ୍ନାଥପୁର ଗାଁର […]

Samaya Live Picture
Published On

ସୋରୋ : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଯୁବକ ମୃତ I ୨ ସାଙ୍ଗ ହୋଟେଲରୁ ଖାଇ ଏକ ବାଇକ ଯୋଗେ ଫେରୁଥିବାବେଳେ ବାଟରେ ଧକ୍କା ଦେଲା ଅଜଣା ଗାଡ଼ି । ଘଟଣାସ୍ଥଳରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି I ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ତଳନଗରଠାରେ ଏହି ଦୁର୍ଘଟଣା ଘଟିଛି ।

ମୃତକମାନେ ହେଲେ ସୋର ଥାନା ଜହ୍ନିଆ ଗାଁର ଅରଜିତ ବେହେରା ଓ ଜଗନ୍ନାଥପୁର ଗାଁର ବଳରାମ ନାୟକ । ଦୁଇ ଜଣ ଗତକାଲି ବିଳମ୍ବିତ ରାତିରେ ଭଦ୍ରକରୁ କାମ ସାରି ହୋଟେଲରେ ଖାଇ ବାଇକ୍‌ରେ ଘରକୁ ଫେରୁଥିଲେ । ଏତିକିବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଟ୍ରକ ଚାଳକ ଗାଡି ଛାଡି ଫେରାର ହୋଇ ଯାଇଛି I

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସୋରୋ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

Tags: