ଅଙ୍ଗଦାନ କରି ଅମର ରହିଲେ ଦମୟନ୍ତୀ

ଭୁବନେଶ୍ବର: ମୃତ୍ୟୁ ପରେ ବି ଅମର । ବୟସରେ ଅନେକ ସାନ ହୋଇ ମଧ୍ୟ ସମାଜକୁ ଦେଇଛି ମହତ ଦାନ I ଜୀବିତ ନ ଥାଇ ମଧ୍ୟ ବଞ୍ଚାଇଛି ଅନ୍ୟର ଜୀବନ । ନାଁ ତା’ର ଦମୟନ୍ତୀ ମହାନ୍ତ I ବୟସ ୧୪ ଵର୍ଷ I ଆଖି ବୁଜିବା ପରେ ଦମୟନ୍ତୀଙ୍କର ଅଙ୍ଗଦାନ କରିଛନ୍ତି ପରିବାର ଲୋକେ I ସଫଳତାର ସହିତ ଯକୃତ(ଲିଭର୍‌) ପୁନରୁଦ୍ଧାର କରିବାରେ ସଫଳତା ହାସଲ କରିଛନ୍ତି। ଏହି ଯକୃତକୁ ନୂଆଦିଲ୍ଲୀସ୍ଥିତ ଆଇଏଲ୍‌ବିଏସ ହସ୍‌ପିଟାଲକୁ […]

Samaya Live Picture
Published On

ଭୁବନେଶ୍ବର: ମୃତ୍ୟୁ ପରେ ବି ଅମର । ବୟସରେ ଅନେକ ସାନ ହୋଇ ମଧ୍ୟ ସମାଜକୁ ଦେଇଛି ମହତ ଦାନ I ଜୀବିତ ନ ଥାଇ ମଧ୍ୟ ବଞ୍ଚାଇଛି ଅନ୍ୟର ଜୀବନ । ନାଁ ତା’ର ଦମୟନ୍ତୀ ମହାନ୍ତ I ବୟସ ୧୪ ଵର୍ଷ I ଆଖି ବୁଜିବା ପରେ ଦମୟନ୍ତୀଙ୍କର ଅଙ୍ଗଦାନ କରିଛନ୍ତି ପରିବାର ଲୋକେ I ସଫଳତାର ସହିତ ଯକୃତ(ଲିଭର୍‌) ପୁନରୁଦ୍ଧାର କରିବାରେ ସଫଳତା ହାସଲ କରିଛନ୍ତି। ଏହି ଯକୃତକୁ ନୂଆଦିଲ୍ଲୀସ୍ଥିତ ଆଇଏଲ୍‌ବିଏସ ହସ୍‌ପିଟାଲକୁ ବିମାନ ଯୋଗେ ପଠାଯାଇଛି।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବରେଇଗଡାର ଦୁଖଃବନ୍ଧୁ ମହାନ୍ତ ଓ ଦମୟନ୍ତୀ ମହାନ୍ତଙ୍କ ଝିଅ ଦମୟନ୍ତୀ I ଦୁଃଖ ବନ୍ଧୁ ଅନେକ ଦିନରୁ ଭୁବନେଶ୍ୱରରେ ରହି ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ I ୫ ମାସ ତଳେ ଦମୟନ୍ତୀ ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା I ତାଙ୍କର କିଡ଼ନୀ ସମସ୍ୟା ଥିବା ଜଣା ପଡିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ପ୍ରତିଦିନ ଡାଏଲିସିସ ଚାଲୁଥିଲା I ହେଲେ ଫେବୃଆରୀ ୧୫ ରେ ତାଙ୍କର ବ୍ରେନ ଡେଡ଼ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତି କରାଯାଇଥିଲା I ପରେ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ହେଲେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଆସି ନଥିଲା। ୩ ଦିନ ପୂର୍ବେ ତାଙ୍କର ଏପୋ‌ନିଆ ପରୀକ୍ଷା ପରେ ସେ ମସ୍ତିଷ୍କ ମୃତ ହୋଇ ଯାଇଥିବା ଜଣାପଡ଼ିଥିଲା। ଗୁରୁବାର ରାତିରେ ସେ ମୃତ ବୋଲି ଡାକ୍ତର ଘୋଷଣା କରିଥିଲେ।

ମୃତକଙ୍କ ଶରୀରରୁ ଅଙ୍ଗ ପୁନରୁଦ୍ଧାର କରି ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଏମ୍‌ସ ଭୁବନେଶ୍ବର। ଅସମୟରେ ଝିଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଥିଲେ ମଧ୍ୟ ମନର କୋହକୁ ମନରେ ଚାପି ରଖି ଅଙ୍ଗଦାନ କରିବାକୁ ନିଷ୍ପତି ନେଇଥିଲେ I ଏମ୍‌ସ ପକ୍ଷରୁ ଆବଶ୍ୟକ ସମସ୍ତ ପରୀକ୍ଷା କରାଯାଇ ନୂଆଦିଲ୍ଲୀ ସ୍ଥିତ ଆଇଏଲ୍‌ବିଏସ୍‌କୁ ଯୋଗାଯୋଗ କରାଯାଇଥିଲା। ଏହି ପ୍ରକ୍ରିୟାରେ ନେତୃତ୍ୱ ନେଇଥିଲେ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦେଶକ ଡ଼.ଆଶୁତୋଷ ବିଶ୍ୱାସ I ଡାକ୍ତରଙ୍କ ପରାମର୍ଶ କ୍ରମେ ଆରମ୍ଭ ହୋଇଥିଲା ଦମୟନ୍ତୀଙ୍କ ଶରୀରରୁ ଅଙ୍ଗ ପୁନରୁଦ୍ଧାର I ଶୁକ୍ରବାର ୪ଟାରୁ ମୃତ ଶରୀରରୁ ଫୁସ୍‌ଫୁସ୍‌ ଓ ଯକୃତ ବାହାର କରାଯାଇ ଏକ ରେଫ୍ରିଜରେଟର୍‌ରେ ରଖାଯାଇ ଥିଲା। ତେବେ ଦମୟନ୍ତୀଙ୍କ ଫୁସ୍‌ଫୁସ୍‌ ଖରାପ ହୋଇଯାଇଥିବାରୁ କେବଳ ଯକୃତକୁ ଦିଲ୍ଲୀ ପଠାଯାଇଛି।

ଏହି ଅଙ୍ଗକୁ ଶୀଘ୍ର ଏବଂ ବିନା ବାଧାରେ ଏମ୍‌ସରୁ ବିମାନବନ୍ଦରକୁ ଯିବା ନିମନ୍ତେ ସ୍ଥାନୀୟ ପୁଲିସ୍‌ ପକ୍ଷରୁ ଗ୍ରୀନ୍‌ କରିଡର୍‌ର ବ୍ୟବସ୍ଥା କରାଯାଇଥିଲା। ଏମ୍‌ସ ମେଡିସିନ୍‌ ବିଭାଗର ସହକାରୀ ପ୍ରଫେସର୍‌ ଡ. ଶ୍ରୀକାନ୍ତ ବେହେରା ସମସ୍ତ ପ୍ରକ୍ରିୟାକୁ ସଫଳତାର ସହିତ ସଂଯୋଜନା କରିଥିଲେ। ଗ୍ୟାଷ୍ଟ୍ରୋ ସର୍ଜରୀ ବିଭାଗର ଡ. ବ୍ରହ୍ମଦତ୍ତ ପଟ୍ଟନାୟକ ଅଙ୍ଗ ପୁନରୁଦ୍ଧାର ସର୍ଜନଙ୍କ ଟିମ୍‌ରେ ସାମିଲ ଥିଲେ।

Tags: