ଅକ୍ଟୋବର ୧୫ରେ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷା
ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ମାସ ୧୫ ତାରିଖରେ ଓଡ଼ିଶା ପ୍ରଶାସନିକ ସେବା (ଓସିଏସ) ପ୍ରିଲିମିନାରୀ ପରୀକ୍ଷା ୨୦୨୨-୨୩ ଆୟୋଜିତ ହେବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଘୋଷଣା କରାଯାଇଛି । ଓସିଏସ ପ୍ରିଲିମ ପରୀକ୍ଷାର ସବିଶେଷ ବିବରଣୀ ପରେ ପ୍ରଦାନ କରାଯିବ ବୋଲି ଓପିଏସସି ପକ୍ଷରୁ କୁହାଯାଇଛି । ଗତ ବର୍ଷ ଡିସେମ୍ବର ମାସରେ ଓସିଏସ ପରୀକ୍ଷା-୨୦୨୨ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗ୍ରୁପ-ଏ ଓ ଗ୍ରୁ-ବି ପାଇଁ ମୋଟ […]
ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ମାସ ୧୫ ତାରିଖରେ ଓଡ଼ିଶା ପ୍ରଶାସନିକ ସେବା (ଓସିଏସ) ପ୍ରିଲିମିନାରୀ ପରୀକ୍ଷା ୨୦୨୨-୨୩ ଆୟୋଜିତ ହେବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଘୋଷଣା କରାଯାଇଛି । ଓସିଏସ ପ୍ରିଲିମ ପରୀକ୍ଷାର ସବିଶେଷ ବିବରଣୀ ପରେ ପ୍ରଦାନ କରାଯିବ ବୋଲି ଓପିଏସସି ପକ୍ଷରୁ କୁହାଯାଇଛି ।
ଗତ ବର୍ଷ ଡିସେମ୍ବର ମାସରେ ଓସିଏସ ପରୀକ୍ଷା-୨୦୨୨ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗ୍ରୁପ-ଏ ଓ ଗ୍ରୁ-ବି ପାଇଁ ମୋଟ ୬୮୩ଟି ପଦ ପାଇଁ ଓପିଏସସି ପକ୍ଷରୁ ନୋଟିଫିକେସନ ଜାରି କରାଯାଇଥିଲା । ଏନେଇ ଚଳିତ ବର୍ଷ ଜାନୁଆରୀ ୧୭ରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିଥିଲା । ଓଡ଼ିଶା ସିଭିଲ ସର୍ଭିସେସ (ମିଳିତ ପ୍ରତିଯୋଗିତାମୂଳକ ନିଯୁକ୍ତି ପରୀକ୍ଷା) ନିୟମ, ୧୯୯୧, ସଂଶୋଧିତ ନିୟମ ୨୦୨୨ ଅନୁଯାୟୀ ପରୀକ୍ଷା ପରିଚାଳନା କରାଯିବ ।
ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ କୁହାଯାଇଛି କି ପରୀକ୍ଷା ସମ୍ପର୍କରେ ସବିଶେଷ ସୂଚନା OPSCର ୱେବସାଇଟ୍ରେ ଖୁବ ଶୀଘ୍ର ପ୍ରକାଶ କରାଯିବ। ପ୍ରାର୍ଥୀ ୱେବସାଇଟକୁ ଯାଇ ଆଡମିଶନ ସାର୍ଟିଫିକେଟ ଡାଉନଲୋଡ କରିବାକୁ ଓପିଏସସି ପକ୍ଷରୁ କୁହାଯାଇଛି । OPSCର ୱେବସାଇଟ୍ https://opsc.govt.inରେ ସମସ୍ତ ତଥ୍ୟ ପ୍ରଦାନ କରାଯିବ।




