Odisha Legislative Assembly will begin on November 24
ଓଡ଼ିଶା 

ଆସନ୍ତା ୨୪ରେ ବିଧାନସଭା ଶୀତ ଅଧିବେଶନ

ଆସନ୍ତା ୨୪ରେ ବିଧାନସଭା ଶୀତ ଅଧିବେଶନ ଭୁବନେଶ୍ୱର: ଆସନ୍ତା ୨୪ ତାରିଖଠାରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିବେଶନରେ ୨୫ ତାରିଖ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ସପ୍ଲିମେଣ୍ଟାରି ବଜେଟ ଉପସ୍ଥାପନ ହେବ । ଏହି ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି । ଏଥର ଶୀତ ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି ।
Read More...

Advertisement