୬ଶହ ରୋଲ୍ସ ରୟର୍ସ ଓ ୭ ହଜାର ବିଳାସପୂର୍ଣ୍ଣ ଗାଡ଼ିର ମାଲିକ ସୁଲତାନ ହସନାଲ
ଦୁନିଆରେ ବହୁତ ଧନୀ ଲୋକ ଥା’ନ୍ତି, ଯେଉଁମାନଙ୍କର ଭିନ୍ନ ସଉକ ରହିଥାଏ । ସେମିତି ଜଣେ ଧନୀ ହେଲେ ସୁଲତାନ ହସନାଲ ବୋଲକିଆହ । ସେ ହେଉଛନ୍ତି ବ୍ରୁନେଇ ଦେଶର ସୁଲତାନ । ସେ ସେହି ଦେଶର ସୁଲତାନ ସହିତ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳୁଛନ୍ତି । ବିଶ୍ୱର ଧନୀ ଶାସକ ନାମ ତାଲିକାରେ ତାଙ୍କ ନାମ ରହିଛି । ତେବେ ତାଙ୍କ ସଉକ ସବୁ ଧନୀ ଶାସକଙ୍କଠାରୁ ଭିନ୍ନ । ତାଙ୍କ ପାଖେରେ ୭ ହଜାର ବିଳାସପୂର୍ଣ୍ଣ […]
ଦୁନିଆରେ ବହୁତ ଧନୀ ଲୋକ ଥା’ନ୍ତି, ଯେଉଁମାନଙ୍କର ଭିନ୍ନ ସଉକ ରହିଥାଏ । ସେମିତି ଜଣେ ଧନୀ ହେଲେ ସୁଲତାନ ହସନାଲ ବୋଲକିଆହ । ସେ ହେଉଛନ୍ତି ବ୍ରୁନେଇ ଦେଶର ସୁଲତାନ । ସେ ସେହି ଦେଶର ସୁଲତାନ ସହିତ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳୁଛନ୍ତି । ବିଶ୍ୱର ଧନୀ ଶାସକ ନାମ ତାଲିକାରେ ତାଙ୍କ ନାମ ରହିଛି । ତେବେ ତାଙ୍କ ସଉକ ସବୁ ଧନୀ ଶାସକଙ୍କଠାରୁ ଭିନ୍ନ । ତାଙ୍କ ପାଖେରେ ୭ ହଜାର ବିଳାସପୂର୍ଣ୍ଣ ଗାଡ଼ି ରହିଛି ।

ସେହି ଗାଡ଼ି ମଧ୍ୟରୁ ଗୋଟିଏ ଗାଡ଼ି ସୁନାରେ ନିର୍ମିତ । ଏକ ରିପୋର୍ଟ ଅନୁସାରେ, ବିଳାସପୂର୍ଣ୍ଣ ଗାଡ଼ି ମଧ୍ୟରୁ ୬୦୦ଟି ରୋଲ୍ସ ରୟର୍ସ, ୫୭୦ରୁ ଅଧିକ ମର୍ସିଟିଜ୍ ଓ ବେଞ୍ଜ, ୪୫୦ଟି ଫରାରି, ୩୮୦ରୁ ଅଧିକ ବେଣ୍ଟଲେ, ୧୩୪ଟି କୋଏନିଗ୍ସେଗ୍ ସହିତ ମାକଲରେନ୍ ଏଫ୍୧ଏସ୍, ଫୋର୍ସି ଭଳି ଦାମୀ ବ୍ରଣ୍ଡ ଗାଡ଼ି ରହିଛି ।

ଯାହାର ମୂଲ୍ୟ କୋଟି କୋଟି ଟଙ୍କା ।
କେବଳ ଏତିକିରେ ତାଙ୍କ ସଉକ ଶେଷ ହୋଇନାହିଁ, ସେ ବସୁଥିବା ସୁନାରେ ତିଆରି ସିଂହାସନରେ ବିଭିନ୍ନ ପ୍ରକାରର ରତ୍ନ ଜଡ଼ିତ ରହିଛି ।
ନିକଟରେ ବ୍ରୁନେଇର ସୁଲତାନ ନିଜ ଶାସନର ୫୦ ବର୍ଷ ପୂରଣ ଅବସରରେ ଏକ ଉତ୍ସବ ଅନୁଷ୍ଠିତ କରିଥିଲେ । ଦେଶ ଓ ଦେଶ ବାହାରରୁ ସେହି ଉତ୍ସବରେ ଲକ୍ଷ ଲକ୍ଷ ଲୋକ ଯୋଗ ଦେଇଥିଲେ । ତାଙ୍କ ରାଜବଂଶ ବ୍ରୁନେଇରେ ଦୀର୍ଘ ୬ଶହ ବର୍ଷ ହେବ ରାଜୁତି କରିଆସୁଛନ୍ତି । ୨୧ ବର୍ଷ ବୟସରେ ସୁଲତାନ ହସନାଲ ସିଂହାସନରେ ବସିଥିଲେ ।
ଗାଡ଼ି ସଉକ ବ୍ୟତିତ ତାଙ୍କର ବିଳାସପୂର୍ଣ୍ଣ ଜେଟ୍ ବା ବିମାନର ସଉକ ମଧ୍ୟ ରହିଛି ।

ତାଙ୍କ ପାଖରେ ବୋଇଙ୍ଗ ୭୪୭-୪୦୦, ବୋଇଙ୍ଗ ୭୬୭-୨୦୦ ଏବଂ ଏୟାରବସ୍ ଏ୩୪୦-୨୦୦ ପ୍ରାଇଭେଟ୍ ଜେଟ୍ ରହିଛି । ହେଲେ ବୋଇଙ୍ଗ ୭୪୭-୪୦୦ ଜେଟ୍ ସବୁ ଜେଟ୍ଠାରୁ ଭିନ୍ନ ।

କାରଣ ସେହି ଜେଟ୍ରେ ସୁନାର ଆସ୍ତରଣ ରହିଛି ଏବଂ ବିମାନ ମଧ୍ୟରେ ବିଳାସପୂର୍ଣ ସଭା କୋଠରି, ଡିନର୍ ପ୍ଲେସ୍, ବେଡ୍ ରୁମ୍, ବିଳାସପୂର୍ଣ୍ଣ ବାଥ୍ରୁମ୍ ଆଦି କୋଠରି ରହିଛି ।

ଏକ ରିପୋର୍ଟ ଅନୁସାରେ, ସୁଲତାନ ହସନାଲଙ୍କ ପାଖରେ ୧୪ ହଜାର ୭୦୦ କୋଟିରୁ ଅଧିକ ସମ୍ପତ୍ତି ରହିଛି । ଅର୍ଥ ଉପାର୍ଜନର ମୁଖ୍ୟ ମାଧ୍ୟମ ହେଉଛି ତେଲ ଏବଂ ପ୍ରାକୃତିକ ଗ୍ୟାସର ଭଣ୍ଡାର । ତାଙ୍କର ମହଲର ନାମ ହେଉଛି ‘ନୂରୁଲ ଇମାନ ପ୍ୟାଲେସ୍’ ।

ଯାହାର ମୂଲ୍ୟ ୨ଲକ୍ଷ ୫୫୦ କୋଟି ଟଙ୍କା । ୧୯୮୪ରେ ସେହି ମହଲ ପ୍ରସ୍ତୁତ କରାଯାଇଥିଲା । ଦୁଇ ମିଲଅନ୍ ବର୍ଗଫୁଟରେ କ୍ଷେତ୍ରଫଳରେ ନିର୍ମିତ ସେହି ମହଲରେ ୧୭ଶହରୁ ଅଧିକ କୋଠରି, ୨୫୭ଟି ବାଥରୁମ୍, ୫ଟି ସୁଇମିଂପୁଲ୍, ୧୧୦ ଗ୍ୟାରେଜ୍ ଏବଂ ୨୦୦ ଘୋଡ଼ାଙ୍କ ପାଇଁ ଏୟାର୍କଣ୍ଡିସନ୍ ଥିବା ଅଶ୍ୱଶାଳା ରହିଛି ।




