ଆଜି ଜନ୍ମଦିନ, ଲୌହମାନବ ସର୍ଦ୍ଦାର ପଟେଲ

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜଣେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ । ସ୍ୱାଧୀନ ଭାରତର ସେ ଥିଲେ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ । ଭାରତରେ ଥିବା ଗଡ଼ଜାତ ଅଞ୍ଚଳ ଓ ସ୍ୱାଧୀନ ରାଜ୍ୟକୁ ଭାରତ ସହ ମିଶାଇବାରେ ସେ ନେଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା । ଭାରତର ଲୌହମାନବ ଭାବେ ତାଙ୍କର ରହିଛି ସ୍ୱତନ୍ତ୍ର ପରିଚୟ । ୧୮୭୫ ମସିହା ଅକେଫାବର ୩୧ ତାରିଖରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ ସର୍ଦ୍ଦାର ପଟେଲ । ତାଙ୍କର ଦୃଢ଼ ସଂକଳ୍ପ ବଳରେ […]

ଆଜି ଜନ୍ମଦିନ, ଲୌହମାନବ ସର୍ଦ୍ଦାର ପଟେଲ
Samaya Live Picture
Published On

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜଣେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ । ସ୍ୱାଧୀନ ଭାରତର ସେ ଥିଲେ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ । ଭାରତରେ ଥିବା ଗଡ଼ଜାତ ଅଞ୍ଚଳ ଓ ସ୍ୱାଧୀନ ରାଜ୍ୟକୁ ଭାରତ ସହ ମିଶାଇବାରେ ସେ ନେଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା । ଭାରତର ଲୌହମାନବ ଭାବେ ତାଙ୍କର ରହିଛି ସ୍ୱତନ୍ତ୍ର ପରିଚୟ । ୧୮୭୫ ମସିହା ଅକେଫାବର ୩୧ ତାରିଖରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ ସର୍ଦ୍ଦାର ପଟେଲ । ତାଙ୍କର ଦୃଢ଼ ସଂକଳ୍ପ ବଳରେ ଭାରତରେ ୫୬୫ଟି ସ୍ୱାଧୀନ ଗଡ଼ଜାତ ରାଜ୍ୟ ମିଶିଥିଲେ । ସେଥିପାଇଁ ତାଙ୍କୁ ଏକତାର ପ୍ରତୀକ ବୋଲି ମଧ୍ୟ କୁହାଯାଇଥାଏ । ସେ ଜଣେ ଅଭିଜ୍ଞ ପ୍ରଶାସକ ଥିଲେ । ପ୍ରଶାସନିକ କ୍ଷେତ୍ରରେ ତାଙ୍କର ନିଜସ୍ୱ ଅଭିଜ୍ଞତା ରହିଥିଲା । ସ୍ୱାଧୀନ ଭାରତର ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ କରିବାରେ ବିଶେଷ ଭାବେ କାମ କରିଥିଲେ ସେ । ସର୍ଦ୍ଦାର ପଟେଲଙ୍କର ଦୁଇଟି ବିଶେଷତ୍ୱ ଥିଲା – ବିଶ୍ୱାସ ଏବଂ ସଚ୍ଚୋଟତା । ତାଙ୍କର ଅଦମ୍ୟ ଉତ୍ସାହ, ଅସୀମ ଶକ୍ତି ଏବଂ ମାନବୀୟ ସମସ୍ୟାଗୁଡିକ ପ୍ରତି ବ୍ୟବହାରିକ ଦୃଷ୍ଟିକୋଣ ଦ୍ୱାରା ସେ ନିର୍ଭୟ ହୋଇ ସ୍ୱାଧୀନ ଭାରତର ପ୍ରାରମ୍ଭିକ ସମସ୍ୟା ଗୁଡିକର ସମାଧାନ କରିପାରିବାରେ ସଫଳ ହୋଇପାରିଥିଲେ । ୧୯୫୦ ମସିହା ଡିସେମ୍ବର ୧୫ ତାରିଖ ଦିନ ଏଭଳି ଏକ ମହାନ୍‌ ନାୟକଙ୍କର ଦେହବସାନ ଘଟିଥିଲା । ଭାରତୀୟ ଦେଶଭକ୍ତମାନଙ୍କ ମଧ୍ୟରେ ଅମୂଲ୍ୟ ରନି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ୧୯୯୧ ମସିହାରେ ମରଣୋତ୍ତର ଭାରତ ରନି ଉପାଧିରେ ସମ୍ମାନିତ କରାଯାଇଥିଲା । ତାଙ୍କ ଜନ୍ମଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଉଛି । ଏହି ଦିନ ଭାରତୀୟ ଇତିହାସରେ ସର୍ଦ୍ଦାର ପଟେଲଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦେଶବ୍ୟାପୀ ଏକତାର ଶପଥ ନେବା, ଜନ ଅଭିଯାନ ଚଳାଇବା, ଏକତା ପାଇଁ ଦୌଡ ପୋଷ୍ଟର ଏବଂ ପ୍ରଶ୍ନୋତର ପ୍ରତିଯୋଗିତା ଏବଂ ପ୍ରଦର୍ଶନୀ ଆଦିର ଆୟୋଜନ କରାଯାଇଥାଏ । ଭାରତ ସରକାର ସର୍ଦ୍ଦାର ପଟେଲଙ୍କ ସମ୍ମାନରେ ପୃଥିବୀର ସବୁଠାରୁ ଉଚ୍ଚ ପ୍ରତିମା ‘ଷ୍ଟାଚୁ୍ୟ ଅଫ୍‌ ୟୁନିଟି’ (୧୮୨ ମିଟର ଉଚ୍ଚ) ପ୍ରତିମୂର୍ତ୍ତି ଗୁଜୁରାଟ ରାଜ୍ୟର ନର୍ମଦା ଜିଲ୍ଲାରେ ସର୍ଦ୍ଦାର ସରୋବର ଡ୍ୟାମ୍‌ ସନ୍ନିକଟ ସାଧୁବେଟ୍‌ ନାମକ ଏକ ଦ୍ୱୀପରେ ନିର୍ମାଣ କରିଛନ୍ତି ।

ବିଶ୍ୱବିଜୟୀ ଦାଶ
ମୋବାଇଲ ନଂ- ୬୩୭୦୨୦୮୪୨୮

Tags: