ରାମ ପ୍ରସାଦ ବିସମିଲ
ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି
୧୮୯୭ ଜୁନ୍ ୧୧ରେ ଜନ୍ମିତ ରାମପ୍ରସାଦ ବିସମିଲ ଏକାଧାରାରେ ଜଣେ ଭାରତୀୟ କବି, ଲେଖକ ତଥା ସଂଗ୍ରାମୀ । ସେ ବ୍ରିଟିଶ ବିରୋଧରେ ଅନେକ ଲଢେଇରେ ସାମିଲ ହୋଇ ଦେଶକୁ ସ୍ୱାଧୀନ କରିବା ପାଇଁ ସଂଗ୍ରାମ ଜାରି ରଖିଥିଲେ । ସେ ତାଙ୍କର ସମସ୍ତ ରଚନା ଉର୍ଦ୍ଦୁ ଓ ହିନ୍ଦୀ ଭାଷାରେ କରୁଥିଲେ । ତାଙ୍କର ବିଭିନ୍ନ କ୍ଷେତ୍ରରେ ଥିବା ପାଣ୍ଡିତ୍ୟ ତାଙ୍କୁ ଭିଡ ଭିତରେ ଭିନ୍ନ କରୁଥିଲା । ସେ ଜଣେ ଅନୁବାଦକ ମଧ୍ୟ ଥିଲେ । ସେ ଆର୍ଯ୍ୟ ସମାଜ ସହିତ ଜଡିତ ହୋଇ କାର୍ଯ୍ୟ ସମ୍ପାଦନ କରୁଥିଲେ । ପିଲାଦିନୁ ତାଙ୍କର ଭାଷା ପ୍ରତି ଥିବା ଦୁର୍ବଳତା ବଡହେବାପରେ ତାଙ୍କୁ ଲେଖକ ସଜାଇଥିଲା । ସେ ଦୟାନନ୍ଦ ସରସ୍ୱତୀଙ୍କ ରଚନା ସତ୍ୟାର୍ଥ ପ୍ରକାଶରୁ ଜୀବନରେ ଖୁବ ଅନୁପ୍ରାଣିତ ହୋଇଥିଲେ । ତାଙ୍କ ସ୍ମୃତିରେ ଅମର ସହିଦ ପଣ୍ଡିତ ବିସ୍ମିଲ ଉଦ୍ୟାନ, ସଂଗ୍ରହାଳୟ ନିର୍ମାଣ କରାଯାଇଛି । ଏହି ମହାନ ଲେଖକ ତଥା ସଂଗ୍ରାମୀଙ୍କର ଦେହାନ୍ତ ୧୯ ଡିସେମ୍ବର ୧୯୨୭ ମସିହାରେ ହୋଇଥିଲା ।
Tags:




