ରବୀନ୍ଦ୍ରନାଥ ଠାକୁର

ଆଜି ଜନ୍ମଦିନ

ରବୀନ୍ଦ୍ରନାଥ ଠାକୁର
Ipsita Picture
By: Ipsita
Published On

 

 

ଭାରତୀୟ ସାହିତ୍ୟ ଏବଂ ସମାଜ ସଂସ୍କାର କ୍ଷେତ୍ରରେ ରବୀନ୍ଦ୍ରନାଥ ଠାକୁରଙ୍କ ଅବଦାନ ଅତୁଳନୀୟ । ସେ ୭ ମେ ୧୮୬୧ ମସିହାରେ କଲିକତାର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ନୋବେଲ ପୁରସ୍କାର ବିଜେତା ରବୀନ୍ଦ୍ରନାଥ ଠାକୁର । ତାଙ୍କର ସଫଳତାର ଫର୍ଦ୍ଦ ଖୁବ ଅଧିକ । ୧୯୧୩ ମସିହାରେ ନିଜର କବିତା ସଂକଳନ 'ଗୀତାଞ୍ଜଳି' ପାଇଁ ତାଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ସମ୍ମାନ ପାଇବାରେ ସେ ଥିଲେ ପ୍ରଥମ ଏସୀୟ ବ୍ୟକ୍ତି । ଭାରତର ଜାତୀୟ ସଙ୍ଗୀତ 'ଜନ ଗଣ ମନ' ଏବଂ ବାଂଲାଦେଶର ଜାତୀୟ ସଙ୍ଗୀତ  ରଚୟିତା ଭାବେ ସେ ସମଗ୍ର ବିଶ୍ବରେ ପରିଚିତ । ସମାଜ ପାଇଁ ତାଙ୍କର କାର୍ଯ୍ୟ ମଧ୍ୟ ବହୁତ ମହତ୍ତ୍ବପୂର୍ଣ୍ଣ ଥିଲା; ସେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଶାନ୍ତିନିକେତନ ଓ ବିଶ୍ବଭାରତୀ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହା ସହିତ ସେ ଜାତିଭେଦ ପ୍ରଥା ଓ ଅନ୍ଧବିଶ୍ବାସ ବିରୋଧରେ ସ୍ବର ଉତ୍ତୋଳନ କରି ସମାଜକୁ ଏକଜୁଟ କରିବାକୁ ଚେଷ୍ଟା କରିଥିଲେ । ୭ ଅଗଷ୍ଟ ୧୯୪୧ ମସିହାରେ ଏହି ମହାନ ବ୍ୟକ୍ତିତ୍ବଙ୍କର ପରଲୋକ ଘଟିଥିଲା, କିନ୍ତୁ ତାଙ୍କର ଶିକ୍ଷା ଏବଂ ଆଦର୍ଶ ଆଜି ମଧ୍ୟ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି ।

Tags: