ଆଜି ଜନ୍ମଦିନ, ଆର.କେ.ନାରାୟଣ
୧୯୦୬ ମସିହାରେ ଅକେଫାବର ୧୦ ତାରିଖରେ ମାଡ୍ରାସରେ ଜନ୍ମଗ୍ରହଣ କରିଥିଲେ ସାରା ବିଶ୍ୱରେ ପରିଚିତ ଭାରତୀୟ ଔପନ୍ୟାସିକ ଆର୍.କେ ନାରାୟଣ । ସେ ପ୍ରଥମ ଦକ୍ଷିଣ ଭାରତୀୟ ଯିଏ କି ଇଂରାଜୀରେ ବହି ଲେଖା ଆରମ୍ଭ କରିଥିଲେ । ସେ ଏକ ଧାରାରେ ଔପନ୍ୟାସିକ, ଗାଳ୍ପିକ ଓ ପ୍ରାବନ୍ଧିକ ଥିଲେ । ତାଙ୍କର ପ୍ରଥମ ୪ଟି ବହି ଗାଁର ପରିବେଶ, ସାମାଜିକ ପରମ୍ପରା, ସାଧାରଣ ଜନସାଧାରଣଙ୍କର ଜୀବନଯାପନ ପ୍ରଣାଳୀ, ଗରିବ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ସମ୍ବନ୍ଧରେ […]
୧୯୦୬ ମସିହାରେ ଅକେଫାବର ୧୦ ତାରିଖରେ ମାଡ୍ରାସରେ ଜନ୍ମଗ୍ରହଣ କରିଥିଲେ ସାରା ବିଶ୍ୱରେ ପରିଚିତ ଭାରତୀୟ ଔପନ୍ୟାସିକ ଆର୍.କେ ନାରାୟଣ । ସେ ପ୍ରଥମ ଦକ୍ଷିଣ ଭାରତୀୟ ଯିଏ କି ଇଂରାଜୀରେ ବହି ଲେଖା ଆରମ୍ଭ କରିଥିଲେ । ସେ ଏକ ଧାରାରେ ଔପନ୍ୟାସିକ, ଗାଳ୍ପିକ ଓ ପ୍ରାବନ୍ଧିକ ଥିଲେ । ତାଙ୍କର ପ୍ରଥମ ୪ଟି ବହି ଗାଁର ପରିବେଶ, ସାମାଜିକ ପରମ୍ପରା, ସାଧାରଣ ଜନସାଧାରଣଙ୍କର ଜୀବନଯାପନ ପ୍ରଣାଳୀ, ଗରିବ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ସମ୍ବନ୍ଧରେ ଥିଲା । ସେ ସାଧାରଣ ଲୋକଙ୍କ ଉନ୍ନତି ପାଇଁ ସବୁବେଳେ ଚେଷ୍ଟିତ ଥିଲେ । ସେ ତାଙ୍କ ଲେଖା ପାଇଁ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିଲେ । ମାଡ୍ରାସର ମିଶନ ସ୍କୁଲ, ସି.ଆର.ସି. ହାଇସ୍କୁଲ ଓ ଖ୍ରୀଷ୍ଟିୟାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସେ ପାଠ ପଢ଼ିଥିଲେ । ମାତ୍ର ବାର ବର୍ଷ ବୟସରେ ସ୍ୱାଧୀନତା ସଂଗ୍ରାମ ପଦଯାତ୍ରାରେ ସେ ଭାଗନେଇଥିଲେ । ସେ ଉଚ୍ଚ ବିଦ୍ୟାଳୟରୁ ପାସ କଲାପରେ ବିଶ୍ୱ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିଲେ । ସେଥିପାଇଁ ସେ ଗୋଟିଏ ବର୍ଷ ଘରେ ରହି ପାଠପଢ଼ା ସହ ଲେଖା ଆରମ୍ଭ କରିଥିଲେ । ଏହାପରେ ସେ ବି.ଏ ଏବଂ ପରେ ଏମ.ଏ. ପାସ କରିଥିଲେ । ନାରାୟଣ ଶିକ୍ଷକତାରୁ ହିଁ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ । ପ୍ରଥମେ ସେ ଖବର କାଗଜ ଓ ପତ୍ରିକା ପାଇଁ ଗଳ୍ପ ଲେଖିଥିଲେ । ଏହାପରେ ସେ ସ୍ୱାଧୀନଭାବେ ନିଜ ଅନୁଭୂତି ଲେଖିବା ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଉପନ୍ୟାସ ଥିଲା ସ୍ୱାମୀ ଆଣ୍ଡ ଫ୍ରେଣ୍ଡସ ଯାହାକୁ ସେ ୧୯୩୫ରେ ପ୍ରକାଶ କରିଥିଲେ । ଏହାପରେ ଅନେକ ବହି ଯଥା ଦି ଡାର୍କ ରୁମ, ଦି ଇଂଲିସ ଟିଚର, ଦି ଗାଇଡ, ଦି ଭେଣ୍ଡର ଅଫ ସୁଇଟ୍ସ ତାଙ୍କୁ ଖୁବ ପରିଚୟ ପ୍ରଦାନ କରିଥିଲା । ତାଙ୍କର ମାଲଗୁଡି ଡେଜ୍ କାହାଣୀ ଏବେବି ଲୋକପ୍ରିୟ । ତାଙ୍କର ଲେଖା ତାଙ୍କୁ ଦେଶବିଦେଶରେ ପରିଚିତ କରାଇଥିଲା । ଏହି ମହାନ ଲେଖକଙ୍କର ୨୦୦୧ ମସିହା ମେ’ ୧୩ରେ ୯୪ ବୟସରେ ଦେହାନ୍ତ ହୋଇଥିଲା । ତାଙ୍କ ଉପନ୍ୟାସକୁ ଭିତ୍ତିକରି “ଗାଇଡ଼’ ହିନ୍ଦୀ ଚଳଚ୍ଚିତ୍ର ଖୁବ୍ ଲୋକପ୍ରିୟ ହୋଇଥିଲା । ଏହାର ନାୟକ ଭୂମିକାରେ ଦେବାନନ୍ଦ ଓ ନାୟିକା ଭୂମିକାରେ ଓ୍ୱାହିଦା ରେହମନ ଅଭିନୟ କରିଥିଲେ ।




