ମଧୁସୂଦନ ରାଓ

ଆଜି ଜନ୍ମଦିନ

ମଧୁସୂଦନ ରାଓ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ମହାତ୍ମା ଗାନ୍ଧୀ

ସମ୍ବନ୍ଧିତ ଖବର ଲାଲା ଲଜପତ ରାୟ

 

ଭକ୍ତକବି ମଧୁସୂଦନ ରାଓ ଓଡ଼ିଆ ସାହିତ୍ୟ ସହ ଆଧୁନିକ ଓଡ଼ିଆ ଶିକ୍ଷାର ମୁଖ୍ୟ ପୁରୋଧା । ସେ ୧୮୫୩ ମସିହା ଜାନୁଆରୀ ୨୯ ତାରିଖରେ ପୁରୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଭାଗୀରଥୀ ରାଓ ଓ ମାତାଙ୍କ ନାମ ଅମ୍ବିକା ବାଈ ଥିଲା । ସେ ଜଣେ ଆଦର୍ଶ ଶିକ୍ଷକ ଥିଲେ ଏବଂ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଆଜୀବନ ପ୍ରୟାସ କରିଥିଲେ । ସେ ସମୟର ସାମାଜିକ ଓ ସାଂସ୍କୃତିକ ପରିବର୍ତ୍ତନରେ ତାଙ୍କର ଅବଦାନ ଅତୁଳନୀୟ। ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ମଧୁସୂଦନ ରାଓ ଅନେକ କାଳଜୟୀ କୃତି ରଚନା କରିଛନ୍ତି । ବିଶେଷ କରି ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କର 'ବର୍ଣ୍ଣବୋଧ' ପୁସ୍ତକଟି ଆଜି ମଧ୍ୟ ଓଡ଼ିଶାର ପ୍ରତିଟି ଶିଶୁର ପ୍ରଥମ ପାଠ୍ୟ ପୁସ୍ତକ ହୋଇ ରହିଛି । ଏହା ବ୍ୟତୀତ 'ଛାନ୍ଦମାଳା', 'କବିତାବଳୀ', 'ବସନ୍ତ ଗାଥା' ଏବଂ 'କୁସୁମାଞ୍ଜଳି' ଭଳି କାବ୍ୟ ଗ୍ରନ୍ଥରେ ତାଙ୍କର ଭକ୍ତିପୂତ ଓ ଆଧ୍ୟାତ୍ମିକ ଚିନ୍ତାଧାରାର ସ୍ପଷ୍ଟ ପ୍ରତିଫଳନ ଦେଖିବାକୁ ମିଳେ। ସେ ଓଡ଼ିଆ ସାହିତ୍ୟରେ ସନେଟ୍ ବା ଚତୁର୍ଦ୍ଦଶପଦୀ କବିତାର ପ୍ରଚଳନ କରିଥିଲେ । ତାଙ୍କର ଉଚ୍ଚକୋଟୀର ଭକ୍ତି କବିତା ପାଇଁ ତାଙ୍କୁ 'ଭକ୍ତକବି' ଉପାଧିରେ ଭୂଷିତ କରାଯାଇଛି । ବ୍ରାହ୍ମଧର୍ମ ଦ୍ୱାରା ଅନୁପ୍ରାଣିତ ହୋଇ ସେ ସମାଜରୁ କୁସଂସ୍କାର ଦୂର କରିବା ପାଇଁ ଚେଷ୍ଟା କରିଥିଲେ ।  ୧୯୧୨ ମସିହା ଡିସେମ୍ବର ୨୮ ତାରିଖରେ ଏହି ମହାନ୍ ସାରସ୍ୱତ ସାଧକଙ୍କର ପରଲୋକ ଘଟିଥିଲା। ତାଙ୍କର ନୈତିକତା ଏବଂ ଜ୍ଞାନର ଆଲୋକ ଓଡ଼ିଶାର ଜନମାନସରେ ଆଜି ମଧ୍ୟ ଜୀବନ୍ତ ହୋଇ ରହିଛି।

Tags:

Related Posts