ମାୟାଧର ମାନସିଂହ
ଶୁଭ ଜନ୍ମଦିନ
ଜଣେ ଓଡ଼ିଆ କବି ଓ ଲେଖକ ଭାବେ ସାରା ଦେଶରେ ପରିଚିତ ଥିଲେ ମାୟାଧର ମାନସିଂ । ତାଙ୍କ କାଳଜୟୀ ଲେଖା ତାଙ୍କୁ ଆଜି ବି ପାଠକଙ୍କ ମନରେ ଆଦୃତ କରି ରଖିଛି । ଓଡ଼ିଶାର ପୁରୀ ଜିଲ୍ଲାସ୍ଥିତ ନନ୍ଦଳା ଗ୍ରାମରେ ୧୯୦୫ ମସିହା ନଭେମ୍ବର ୧୩ ତାରିଖରେ ଜନ୍ମଗ୍ରହଣ କରିଥିବା ମାୟାଧର ମାନସିଂ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ଛାତ୍ରଜୀବନରୁ ତାଙ୍କର ସାହିତ୍ୟପ୍ରତି ଥିଲା ଅହେତୁକ ଦୁର୍ବଳତା । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି' ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ' ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତି୍ୟକା ହେମଲତା ମାନସିଂହ ତାଙ୍କର ଜୀବନସାଥି ଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟ ବି.ଏ. ପାଠ୍ୟକ୍ରମ ସାରିବାପରେ ପାଟଣା ବିଶ୍ୱବିଦ୍ୟାଳୟରୁ ଏମ.ଏ. ପାସ କରିଥିଲେ । ଇଂଲଣ୍ଡର ଡରହାମ ବିଶ୍ୱବିଦ୍ୟାଳୟରେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟରେ ତୁଳନାତ୍ମକ ପ୍ରବନ୍ଧ ପ୍ରସ୍ତୁତ କରି ସେ ପି.ଏଚ.ଡି. ଉପାଧି ଲାଭ କରିଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ଡକଫରେଟ ଉପାଧିଧାରୀ । ମାୟାଧର ମାନସିଂହ ଜଣେ ଓଡ଼ିଆ କବି ଭାବେ ସୁପରିଚିତ । ସେ ଅନେକ ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟର ରଚୟିତା । ଓଡ଼ିଶା ସାହିତ୍ୟର ଇତିହାସ, ଯାହା କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପ୍ରକାଶ କରିଛନ୍ତି, ତାହା ତାଙ୍କର ଏକ ଉପାଦେୟ ଗ୍ରନ୍ଥ । ତାଙ୍କ "କମଳାୟନ' କାବ୍ୟର ସେ ରଚୟିତା । ରୋମାଣ୍ଟିକ କବିତା ଲେଖି ସେ ପ୍ରସିଦ୍ଧ । ଏଇ ସରକାର ତଳେ, ସମସ୍ତେ ଡାକନ୍ତି ତମେ ତମେ ବୋଲି, ହାୟରେ ତରୁଣ କବିର ଆଶା ପ୍ରଭୃତି ତାଙ୍କର କାଳଜୟୀ ରୋମାଣ୍ଟିକ କବିତା । "ଶିକ୍ଷାବିତ୍ର ଗାଥା' ତାଙ୍କରି ଆତ୍ମଚରିତ । ଏହି ମହାନ କବିଙ୍କର ୧୧ ଅକେଫାବର ୧୯୭୩ ମସିହାରେ ଦେହାନ୍ତ ହୋଇଥିଲା ।


