ଶୁଭ ଜନ୍ମଦିନ, ମେରୀ କ୍ୟୁରି
ଜଣେ ଫରାସୀ ଭୌତିକବିଦ ଓ ରସାୟନବିଦ ଭାବେ ବିଶ୍ୱରେ ବେଶ ପରିଚିତ ମେରୀ କ୍ୟୁରି । ଦୁଇଟି ନୋବେଲ ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଓ ଏକମାତ୍ର ବ୍ୟକ୍ତି । ୧୮୬୭ ମସିହା ୭ ନଭେମ୍ବରରେ ସେ ରୁଷରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ୟାରିସ୍ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା ପ୍ରଫେସର ଭାବେ ଗୌରବ ଅର୍ଜନ କରିଛନ୍ତି । ମେରୀ କ୍ୟୁରି ବାର୍ସାରେ ଜନ୍ମଗ୍ରହଣ କରିଥିଲେ ଯାହା ସେତେବେଳେ ପୋଲାଣ୍ଡ ରାଜ୍ୟ ଅନ୍ତର୍ଭୁକ୍ତ ଥିଲା । […]
ଜଣେ ଫରାସୀ ଭୌତିକବିଦ ଓ ରସାୟନବିଦ ଭାବେ ବିଶ୍ୱରେ ବେଶ ପରିଚିତ ମେରୀ କ୍ୟୁରି । ଦୁଇଟି ନୋବେଲ ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଓ ଏକମାତ୍ର ବ୍ୟକ୍ତି । ୧୮୬୭ ମସିହା ୭ ନଭେମ୍ବରରେ ସେ ରୁଷରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ୟାରିସ୍ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା ପ୍ରଫେସର ଭାବେ ଗୌରବ ଅର୍ଜନ କରିଛନ୍ତି । ମେରୀ କ୍ୟୁରି ବାର୍ସାରେ ଜନ୍ମଗ୍ରହଣ କରିଥିଲେ ଯାହା ସେତେବେଳେ ପୋଲାଣ୍ଡ ରାଜ୍ୟ ଅନ୍ତର୍ଭୁକ୍ତ ଥିଲା । ୧୮୯୧ରେ ୨୪ ବର୍ଷ ବୟସରେ ସେ ଉଚ୍ଚତର ଉପାଧି ପାଇଁ ପ୍ୟାରିସ ଗସ୍ତ କରିଥିଲେ । ପରବର୍ତ୍ତୀ ଗବେଷଣା ମଧ୍ୟ ସେଠାରେ ହିଁ କରିଥିଲେ । ୧୯୦୩ ମସିହାରେ ସେ, ତାଙ୍କ ସ୍ୱାମୀ ପେରୀ କ୍ୟୁରି ଏବଂ ହେନେରୀ ବକେରେଲ୍ ଭୌତିକ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରାପ୍ତ କରିଥିଲେ । ଏହାପରେ ୧୯୧୧ରେ ରସାୟନ ନୋବେଲ୍ ପୁରସ୍କାର ମେରୀ ଙ୍କୁ ଏକକ ଭାବେ ପ୍ରଦାନ କରାଯାଇଥିଲା । ତାଙ୍କ ବିଜ୍ଞାନ ପାଇଁ ରହିଛି ଅନେକ ଅବଦାନ । ସେ ନିଜ ଜୀବନର ଅଧିକାଂଶ ସମୟ ପରୀକ୍ଷାଗାରାରେ ବିତାଉଥିଲେ । ତାଙ୍କର ଉଦ୍ଭୁାବନ ରେଡିୟମ ଓ ପୋଲୋନିୟମ ଆଜି ବି ତାଙ୍କୁ ବିଶ୍ୱବାସୀଙ୍କ ଭିତରେ ପ୍ରଶଂସାର ପାତ୍ର କରିଛି । ଏହି ମହାନ ବୈଜ୍ଞାନିକଙ୍କର ଜନ୍ମ ଦିନକୁ ଜାତୀୟ କ୍ୟାନ୍ସର ସଚେତନତା ଦିବସ ଭାବେ ମଧ୍ୟ ପାଳନ କରାଯାଇଥାଏ । ତାଙ୍କର ମୃତ୍ୟୁ ୧୯୩୪ ମସିହା ୪ ଜୁଲାଇରେ ହୋଇଥିଲା ।


