ଲାଲା ଲଜପତ ରାୟ
ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି
ଭାରତର ଜଣେ ପ୍ରମୁଖ ସ୍ୱାଧୀନତା ସେନାନୀ ଭାବେ ପରିଚିତ ଲାଲା ଲଜପତ ରାୟ । ତାଙ୍କୁ ଦେଶରେ ସମସ୍ତେ ପଞ୍ଜାବକେଶରୀଙ୍କ ନାମରେ ମଧ୍ୟ ଜାଣନ୍ତି । ଲାଲା ଲଜପତଙ୍କ ଜନ୍ମ ୧୮୬୫ ମସିହା ୨୮ ଜାନୁଆରୀରେ ପଞ୍ଜାବରେ ହୋଇଥିଲା । ସେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ପ୍ରମୁଖ ନେତା ଥିଲେ । ବାଲ ଗଙ୍ଗାଧର ତିଲକ ଓ ବିପିନ ଚନ୍ଦ୍ର ପାଲଙ୍କ ସହିତ ତାଙ୍କର ଯୋଡି ଖୁବ ଭଲ ଥିଲା । ତିନିଜଣଙ୍କୁ ଲାଲ-ବାଲ-ପାଲ ବୋଲି ମଧ୍ୟ ସମ୍ଭୋଧନ କରାଯାଉଥିଲା । ଲାଲା ଲାଜପତ ରାୟ ଅନେକ ଗୁରୁତ୍ୱପୂର୍ଣ୍ଣ ସେବାଭିତ୍ତିକ ସଂସ୍ଥାର ସ୍ଥାପନାରେ ପ୍ରମୁଖ ଭୂମିକା ନେଇଥିଲେ । ଦେଶର ସ୍ୱାଧୀନ ଆନ୍ଦୋଳନ ସହିତ, ପଶୁ ଚିକିତ୍ସା ଓ ପଶୁ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ସେ ଅନେକ କାମ କରିଥିଲେ । ପଞ୍ଜାବରେ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ପାଇଁ ସେ ବହୁ କାର୍ଯ୍ୟ କରିଥିଲେ । ବିଗତ ୩୦ ଅକେଫାବର ୧୯୨୮ରେ ସେ ଲାହୋରରେ ସାଇମନ କମିଶନ ବିରୋଧରେ ଆୟୋଜିତ ବିଶାଳ ବିକ୍ଷୋଭ ପ୍ରଦର୍ଶନରେ ଭାଗ ନେଇଥିଲେ । ଫଳରେ ପୋଲିସ୍ର ଲାଠି ଚାର୍ଜରେ ସେ ଗୁରୁତର ଆହତ ହୋଇଥିଲେ । ଏହି କାରଣରୁ ୧୭ ନଭେମ୍ବର ୧୯୨୮ରେ ତାଙ୍କର ଦେହାନ୍ତ ହୋଇଥିଲା ।


