ଲାଲା ଲଜପତ ରାୟ

ଆଜି ଜନ୍ମଦିନ

ଲାଲା ଲଜପତ ରାୟ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଉମା ଚରଣ ପଟ୍ଟନାୟକ

ସମ୍ବନ୍ଧିତ ଖବର ପବିତ୍ର ମୋହନ ପ୍ରଧାନ

 

ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ 'ପଞ୍ଜାବ କେଶରୀ' ଭାବେ ପରିଚିତ ଲାଲା ଲାଜପତ ରାୟ  ୨୮ ଜାନୁଆରୀ ୧୮୬୫ରେ ଜନ୍ମଗ୍ରହଣ କରିଥିଲେ ।   ଜଣେ ଅସାଧାରଣ ଦେଶପ୍ରେମୀ, ଦୂରଦର୍ଶୀ ନେତା ଏବଂ ସମାଜ ସଂସ୍କାରକ ଥିଲେ। ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରସିଦ୍ଧ 'ଲାଲ-ବାଲ-ପାଲ' ତ୍ରିମୂର୍ତ୍ତିଙ୍କ ମଧ୍ୟରୁ ଜଣେ ଥିଲେ, ଯିଏ ଦେଶରେ ସ୍ୱଦେଶୀ ଆନ୍ଦୋଳନ ଏବଂ ପୂର୍ଣ୍ଣ ସ୍ୱରାଜର ଭିତ୍ତି ସ୍ଥାପନ କରିଥିଲେ। ରାଜନୀତି ବ୍ୟତୀତ ଶିକ୍ଷା ଏବଂ ଅର୍ଥନୀତି କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ।  ତାଙ୍କର  ମହାନ ବଳିଦାନ ଭାରତୀୟ ଯୁବପିଢ଼ିଙ୍କୁ ସବୁଦିନ ପାଇଁ ଅନୁପ୍ରାଣିତ କରି ରଖିବ। ୧୯୨୮ ମସିହାରେ ସାଇମନ କମିଶନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସମୟରେ ବ୍ରିଟିଶ ପୋଲିସର ନିର୍ମମ ଲାଠି ମାଡ଼ରେ ଗୁରୁତର ଆହତ ହୋଇ ସେ ଶେଷରେ ୧୭ ନଭେମ୍ବର, ୧୯୨୮ ମସିହାରେ ଶହୀଦ ହୋଇଥିଲେ । ତାଙ୍କର ସେହି ପ୍ରସିଦ୍ଧ ଉକ୍ତି— "ମୋ ଶରୀରରେ ବାଜିଥିବା ପ୍ରତିଟି ଲାଠି ପ୍ରହାର ବ୍ରିଟିଶ ସାମ୍ରାଜ୍ୟର କଫିନ୍ରେ ଶେଷ କଣ୍ଟା ସଦୃଶ ହେବ"ଆଜି ମଧ୍ୟ ପ୍ରତିଟି ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ବହ୍ନି ପ୍ରଜ୍ୱଳିତ କରେ ।

ସମ୍ବନ୍ଧିତ ଖବର ବାବା ଆମଟେ

Tags:

Related Posts