କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

ଶ୍ରାଦ୍ଧଦିବସରେ ଶ୍ରଦ୍ଧାଞ୍ଜଳି

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
Ipsita Picture
By: Ipsita
Published On

 

 

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓଡ଼ିଆ ସାହିତ୍ୟ ଜଗତର ଜଣେ ବିଶିଷ୍ଠ ପ୍ରତିଭା ଯିଏ ଓଡ଼ିଶାର ସଂସ୍କୃତିକୁ ଏକ ଭିନ୍ନରୂପ ଦେଇଥିଲେ। ୧୮୮୮ ମସିହା ଡିସେମ୍ବର ୯ ତାରିଖରେ ଭଦ୍ରକ ଜିଲ୍ଲାର ତାଳପଦା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଏହି ମହାନ କବିଙ୍କୁ ଓଡ଼ିଶାର କଳା ଓ ସଂସ୍କୃତି ପ୍ରତି ତାଙ୍କର ଅତୁଳନୀୟ ଅବଦାନ ପାଇଁ  ଆଜି ବି ସମସ୍ତେ ମନେ ରଖିଛନ୍ତି । ତାଙ୍କର ଅନନ୍ୟ କୀର୍ତ୍ତି  ପାଇଁ ତାଙ୍କୁ ୧୯୩୪ ମସିହାରେ କାନ୍ତକବିଉପାଧିରେ ସମ୍ମାନିତ କରାଯାଇଥିଲା। ତାଙ୍କର ସବୁଠାରୁ ବଡ଼ ସଫଳତା ତଥା ଓଡ଼ିଶା ପାଇଁ ଶ୍ରେଷ୍ଠ ଅବଦାନ ହେଉଛି କାଳଜୟୀ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ’, ଯାହା ପ୍ରତିଟି ଓଡ଼ିଆଙ୍କ ମନରେ ସ୍ବଦେଶୀ ଅଭିମାନ ଜାଗ୍ରତ କରିଛି। ସେ ଓଡ଼ିଆ ସାହିତ୍ୟକୁ କଣା ମାମୁଁଭଳି ଉଚ୍ଚକୋଟୀର ଉପନ୍ୟାସ, ଜଣାଣ, ସଙ୍ଗୀତ ଏବଂ ପ୍ରସିଦ୍ଧ ପତ୍ରିକା ଡଗରଭେଟି ଦେଇଛନ୍ତି। ଓଡ଼ିଆ ଜାତିକୁ ନିଜର ଲେଖନୀ ମାଧ୍ୟମରେ ଏକଜୁଟ କରିବାର ମହାନ ପ୍ରୟାସ କରିଥିବା ଏହି ଯଶସ୍ୱୀ କବି ୧୯୫୩ ମସିହା ଫେବୃଆରୀ ୨୪ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ, କିନ୍ତୁ ତାଙ୍କର ଅମର କୃତି  ପାଇଁ ଆଜି ବି ଓଡ଼ିଶା ତାଙ୍କୁ ମନେ ପକାଉଛି ।

Tags: