କବିଶେଖର ଚିନ୍ତାମଣି ମହାନ୍ତି 

ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

କବିଶେଖର ଚିନ୍ତାମଣି ମହାନ୍ତି 
Ipsita Picture
By: Ipsita
Published On



ଜଣେ ବିଶିଷ୍ଟ ଓଡ଼ିଆ କବି, ଲେଖକ ଓ ଶିକ୍ଷକ ଭାବେ ପ୍ରସିଦ୍ଧି ଲାଭ କରିଥିଲେ କବିଶେଖର ଚିନ୍ତାମଣି ମହାନ୍ତି । ତାଙ୍କ ଜନ୍ମ ୧୬ ମାର୍ଚ୍ଚ ୧୮୬୭ ମସିହାରେ ଭଦ୍ରକ ଭଦ୍ରକ ଅନ୍ତର୍ଗତ ଅସ୍ତଳଠାରେ ହୋଇଥିଲା । ସର୍ବଦା ତାଙ୍କର କାବ୍ୟକବିତାର ଆଧାର ରହୁଥିଲା ଉତ୍କଳର ପ୍ରକୃତି । ୧୯୩୫ ମସିହାରେ ମହାରାଜା ବିକ୍ରମଦେବ ବର୍ମାଙ୍କ ଉଦ୍ୟମରେ ବିଶାଖାପାଟଣା ଅନ୍ତର୍ଗତ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ "କବିଶେଖର' ଉପାଧି ମିଳିଥିଲା । ତାଙ୍କ ସାହିତ୍ୟରେ ରାଧାନାଥ ରାୟଙ୍କ ପ୍ରଭାବ ଅନେକାଂଶରେ ଦେଖିବାକୁ ମିଳିଥାଏ । ତାଙ୍କ ବିଶିଷ୍ଟ ରଚନାଗୁଡ଼ିକ ମଧ୍ୟରୁ "ମହେନ୍ଦ୍ରଗିରି' ଅନ୍ୟତମ ଏବଂ ସେଥିରେ ରାଧାନାଥଙ୍କ ଚିଲିକା ଖଣ୍ଡକାବ୍ୟର ପ୍ରଭାବ ରହିଥିବାର ନଜିର ଅଛି । ଏହାସହ ସେ ସୁରଙ୍ଗୀ, ଉଦ୍ୟାନଖଣ୍ଡ, ବିକ୍ରମାଦିତ୍ୟ, ମୁକୁନ୍ଦଦେବ ଓ ସୁଭଦ୍ରା ଆଦି କାବ୍ୟଗ୍ରନ୍ଥ, ପତ୍ର-ପୁଷ୍ପ ଛୋଟ କବିତାସଂଗ୍ରହ, ଏବଂ ଓଡ଼ିଶାର ସାମାଜିକ ସଂସ୍କାର ଉପରେ ଆଧାରିତ ଶନିସପ୍ତା ଓ ଟଙ୍କାଗଛ ଆଦି ଉପନ୍ୟାସ ରଚନା କରିଛନ୍ତି । ତାଙ୍କର ପୁତ୍ର ଉପେନ୍ଦ୍ର ପ୍ରସାଦ ମହାନ୍ତି ଭଦ୍ରକ ହାଇସ୍କୁଲରେ ପ୍ରଧାନଶିକ୍ଷକ ଥିଲେ ଏବଂ ଜଣେ କବି ଭାବେ ସୁପରିଚିତ । ତାଙ୍କ କାବ୍ୟ "ଦୀଲିପ' ଓଡ଼ିଶା ସାହିତ୍ୟ ଏକାଡ଼େମୀର ପ୍ରଥମ କାବ୍ୟ ଓ କବିତା ବିଭାଗରେ ପୁରସ୍କାର ଲାଭ କରିଥିଲା । ୧୯୪୩ ମସିହା ଡିସେମ୍ବର ୧୭ରେ ଏହି ମହାନ କବିଙ୍କର ଦେହାନ୍ତ ହୋଇଥିଲା ।

Tags: