ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି , ଇନ୍ଦିରା ଗାନ୍ଧି
ଭାରତୀୟ ରାଜନୀତି ସହିତ ବିଶ୍ୱ ରାଜନୀତିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ ଭାରତର ଏକମାତ୍ର ତଥା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧି । ତାଙ୍କର ରାଜନୈତିକ ଦୃଢ଼ତା ଭାରତ ସହିତ ତାଙ୍କୁ ବିଶ୍ୱ ରାଜନୀତିରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଥିଲା । ୧୯ ନଭେମ୍ବର ୧୯୧୭ ମସିହାରେ ଉତ୍ତରପ୍ରଦେଶର ଆଲାହାବାଦରେ ଏକ କଶ୍ମୀର ପଣ୍ଡିତ ପରିବାରରେ ଇନ୍ଦିରାଙ୍କର ଜନ୍ମ । ପିତା ଜବାହରଲାଲ ନେହରୁ ଭାରତୀୟ ସ୍ୱାଧୀନତା ସଂଗ୍ରାମର […]
ଭାରତୀୟ ରାଜନୀତି ସହିତ ବିଶ୍ୱ ରାଜନୀତିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ ଭାରତର ଏକମାତ୍ର ତଥା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧି । ତାଙ୍କର ରାଜନୈତିକ ଦୃଢ଼ତା ଭାରତ ସହିତ ତାଙ୍କୁ ବିଶ୍ୱ ରାଜନୀତିରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଥିଲା । ୧୯ ନଭେମ୍ବର ୧୯୧୭ ମସିହାରେ ଉତ୍ତରପ୍ରଦେଶର ଆଲାହାବାଦରେ ଏକ କଶ୍ମୀର ପଣ୍ଡିତ ପରିବାରରେ ଇନ୍ଦିରାଙ୍କର ଜନ୍ମ । ପିତା ଜବାହରଲାଲ ନେହରୁ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଆଗଧାଡ଼ିର ନେତା ସହିତ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପିଲାଦିନୁ ଇନ୍ଦିରାଙ୍କ ଉପରେ ପିତା ନେହରୁଙ୍କର ଖୁବ୍ ପ୍ରଭାବ ରହିଥିଲା । ଜେଲ୍ରେ ଥାଇ ନେହରୁ ଇନ୍ଦିରାଙ୍କୁ ଅନେକ ଚିଠି ଲେଖିଥିଲେ ଯେଉଁଥିରେ ଜୀବନର ଅନେକ ନୀତିଶିକ୍ଷା ରହିଥିଲା । ପ୍ରାଥମିକ ସ୍ତରରେ ସେ ଆଲାହାବାଦର ସେଣ୍ଟ୍ ସିସିଲିଆ ଓ ସେଣ୍ଟମେରୀ ଖ୍ରୀଷ୍ଟିଆନ ସ୍କୁଲ, ବେକ୍ସର ଇକୋଲେ ନୌଭେଲା ଏବଂ ପୁନା ଓ ମୁମ୍ବାଇର ପୁ୍ୟପିଲ୍ସ ଓନ୍ ସ୍କୁଲରେ ଶିକ୍ଷାଲାଭ କରିଥିଲେ । ପରେ ଶାନ୍ତିନିକେତନର ବିଶ୍ୱଭାରତୀରେ ଶିକ୍ଷାଲାଭ କରିଥିଲେ । ପରେ ସେ ଅକ୍ସଫୋଡ଼ର ସୋମରଭିଲା ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଥିଲେ । ୧୯୪୧ରେ ଭାରତକୁ ଫେରିବା ପରେ ସେ ସ୍ୱତନ୍ତ୍ରତା ଆନ୍ଦୋଳନରେ ନିଜକୁ ସାମିଲ କରାଇଥିଲେ । ଫିରୋଜ ଗାନ୍ଧିଙ୍କୁ ବିବାହ ପରେ ତାଙ୍କ ନାମ ଇନ୍ଦିରା ଗାନ୍ଧିରେ ପରିବର୍ତ୍ତିତ ହୋଇଥିଲା । ୧୯୪୭ ମସିହାରେ ଭାରତ ବିଭାଜନ ସମୟରେ ସେ ସରଣାର୍ଥୀ ଶିବିରଗୁଡ଼ିକୁ ସଙ୍ଗଠିତ କରିବା ସହ ହଜାର ହଜାର ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇଥିଲେ । ଯେଉଁ କାରଣରୁ କଂଗ୍ରେସ ଦଳ ଭିତରେ ତାଙ୍କର ଏକ ସମ୍ମାନଜନକ ସ୍ଥାନ ସୃଷ୍ଟି ହୋଇଥିଲା । ଇନ୍ଦିରାଙ୍କର ଓଡ଼ିଶା ସହ ବେଶ୍ ଆବେଗିକ ସମ୍ପର୍କ ଥିଲା । ୩୦ ଅକେଫାବର ୧୯୮୪ ମସିହାରେ ସେ ଭୁବନେଶ୍ୱରର ପରେଡ଼ ପଡ଼ିଆରେ ନିଜର ଶେଷତମ ଭାଷଣ ପ୍ରଦାନ କରିଥିଲେ । ଏହାର ପରଦିନ ଅର୍ଥାତ୍ ୩୧ ଅକ୍ଟୋବର ୧୯୮୪ ମସିହାରେ ନିଜର ସୁରକ୍ଷାକର୍ମୀଙ୍କ ଦ୍ୱାରା ନିହତ ହୋଇଥିଲେ । ପରେ ଭୁବନେଶ୍ୱରର ସଂପୃକ୍ତ ପଡ଼ିଆକୁ ଇନ୍ଦିରା ଗାନ୍ଧିଙ୍କ ନାମରେ ଆଇ.ଜି ପାର୍କ ଭାବେ ନାମିତ କରାଯାଇଥିଲା ।




