ଦୀପାବଳି

  ସୁସ୍ଥ  ସ୍ମୃତିର ସତେଜ ପାଖୁଡାରୁ ଭାସି ଆସୁଥିବା ସେ ସୁଦିବ୍ୟ ମହକ ମତୁଆଲା କରେ ହୃଦୟର ସହସ୍ର ସ୍ୱପ୍ନ କଢ଼ିକୁ କେଉଁ ଏକ ସ୍ଥାନରେ ଚେତନାର ଜୀବସତ୍ତା ରୋମାଂଚିତ ହୁଏ ଜୀବନର ଉଦ୍ଦେଶ୍ୟ ସକଳ ଶକ୍ତିର ଧ୍ୟାନ ଓ ଆବାହନରେ ଉଲ୍ଲସିତ ହୁଏ ଦିବ୍ୟ ସତ୍ତା ଆନନ୍ଦ ଅଧୀର ମାନସ ସାଗରରେ ଖେଳିଯାଏ ମର୍ମ ଆକର୍ଷକ ତରଙ୍ଗ ଆତ୍ମଜ୍ଞାନର ଦୀପ ଜଳିଉଠେ ଅଜ୍ଞାନ ଓ ଅହଂକାରର ଅନ୍ଧକାର ଚିରି ସଳିତା ସାଜେ ଜୀବନର ଅନୁଭୂତି ଏବଂ […]

Samaya Live Picture
Published On

 

ସୁସ୍ଥ  ସ୍ମୃତିର ସତେଜ ପାଖୁଡାରୁ

ଭାସି ଆସୁଥିବା ସେ ସୁଦିବ୍ୟ ମହକ

ମତୁଆଲା କରେ ହୃଦୟର ସହସ୍ର ସ୍ୱପ୍ନ କଢ଼ିକୁ

କେଉଁ ଏକ ସ୍ଥାନରେ ଚେତନାର ଜୀବସତ୍ତା

ରୋମାଂଚିତ ହୁଏ ଜୀବନର ଉଦ୍ଦେଶ୍ୟ

ସକଳ ଶକ୍ତିର ଧ୍ୟାନ ଓ ଆବାହନରେ

ଉଲ୍ଲସିତ ହୁଏ ଦିବ୍ୟ ସତ୍ତା

ଆନନ୍ଦ ଅଧୀର ମାନସ ସାଗରରେ

ଖେଳିଯାଏ ମର୍ମ ଆକର୍ଷକ ତରଙ୍ଗ

ଆତ୍ମଜ୍ଞାନର ଦୀପ ଜଳିଉଠେ

ଅଜ୍ଞାନ ଓ ଅହଂକାରର ଅନ୍ଧକାର ଚିରି

ସଳିତା ସାଜେ ଜୀବନର ଅନୁଭୂତି

ଏବଂ ଏହି ଦୀପାବଳୀର ଦିବ୍ୟ ବିଭୂତିରେ

ଗତିଶୀଳ ହୁଏ ଜୀବନର ଯାତ୍ରା

ଏକ ଅନନ୍ୟ ଲକ୍ଷ୍ୟ ଅଭିମୁଖେ..

Tags: