ଜୀବନ

ପ୍ରତ୍ୟେକ ମୁହୂର୍ତ୍ତର ମାର୍ମିକ ଆବେଗ, ସ୍ୱପ୍ନର ସ୍ପନ୍ଦିତ ଶିହରଣ, ଉଦ୍ୟମର ଉହ୍ୟ ସମ୍ବେଦନା, ଓ କଳ୍ପନାର କ୍ରିୟାଶୀଳ କଳରବର ନାମ ବୋଧେ ଜୀବନ; ଏ ଜୀବନ ଦେଖାଦିଏ ଅନେକ ଥର, ଭାବନାର ଭବ୍ୟ ସାଗରରେ ଆକାଂକ୍ଷାର ଅନନ୍ତ ଆସରରେ ପ୍ରତିକ୍ଷାର ପ୍ରଶସ୍ତ ମାର୍ଗରେ ଉତ୍ସାହର ଉଚ୍ଚ ଉନ୍ମାଦରେ ପ୍ରେମର ପରମ ପ୍ରଭାବରେ ଓ ପ୍ରାର୍ଥନାର ପୂଜ୍ୟ ପ୍ରଦେଶରେ; ସମୟର ସଶକ୍ତ ପକ୍ଷ ବୋହିନିଏ ଜୀବନକୁ କର୍ମର କାମନା ଦିଏ ଜୀବନକୁ ଅସ୍ତିତ୍ୱ ଆଭିମୁଖ୍ୟର ଆଲିଙ୍ଗନରେ ଜୀବନ ପାଏ […]

Samaya Live Picture
Published On

ପ୍ରତ୍ୟେକ ମୁହୂର୍ତ୍ତର ମାର୍ମିକ ଆବେଗ,
ସ୍ୱପ୍ନର ସ୍ପନ୍ଦିତ ଶିହରଣ,
ଉଦ୍ୟମର ଉହ୍ୟ ସମ୍ବେଦନା,
ଓ କଳ୍ପନାର କ୍ରିୟାଶୀଳ କଳରବର
ନାମ ବୋଧେ ଜୀବନ;
ଏ ଜୀବନ ଦେଖାଦିଏ ଅନେକ ଥର,
ଭାବନାର ଭବ୍ୟ ସାଗରରେ
ଆକାଂକ୍ଷାର ଅନନ୍ତ ଆସରରେ
ପ୍ରତିକ୍ଷାର ପ୍ରଶସ୍ତ ମାର୍ଗରେ
ଉତ୍ସାହର ଉଚ୍ଚ ଉନ୍ମାଦରେ
ପ୍ରେମର ପରମ ପ୍ରଭାବରେ
ଓ ପ୍ରାର୍ଥନାର ପୂଜ୍ୟ ପ୍ରଦେଶରେ;
ସମୟର ସଶକ୍ତ ପକ୍ଷ ବୋହିନିଏ ଜୀବନକୁ
କର୍ମର କାମନା ଦିଏ ଜୀବନକୁ ଅସ୍ତିତ୍ୱ
ଆଭିମୁଖ୍ୟର ଆଲିଙ୍ଗନରେ ଜୀବନ ପାଏ ପରିଚୟ,
ଚରିତ୍ରର ଚମଡ଼ାରେ ଜୀବନ ସାଜେ ଏକ ଅନନ୍ୟ ଆକର୍ଷଣ,
ଓ ସାଇତା ହୋଇ ରହେ
ସ୍ମୃତିର କେଉଁ ଏକ ସୂକ୍ଷ୍ମ ଫରୁଆରେ,
ଏଇ ଅସରନ୍ତି ଜୀବନ।

Tags: