ପ୍ରେମ

ସମସ୍ତ ପାର୍ଥିବ ଆକର୍ଷଣାତୀତ ସୂକ୍ଷ୍ମ ଅନୁଭବ ଯେଉଁଠି ନଥାଏ ସ୍ୱାର୍ଥର ବର୍ବରତା, ଅହଂକାରର ଅଳଙ୍କାର, କିମ୍ବା ଆତ୍ମପ୍ରୟୋଗର ମୋହ; ଥାଏ କେବଳ ସମ୍ବେଦନା, ବିଶ୍ୱାସ,ତ୍ୟାଗ ଓ ଅନ୍ୟକୁ ବୁଝିବା ଓ ଗ୍ରହଣ କରିବାର ମାନସିକତା, ଯେଉଁଠି ହାର୍‍ ମାନେ ଅବିଶ୍ୱାସ ସନ୍ଦେହ, ଭୟ,କପଟ, ପ୍ରତିସ୍ପର୍ଦ୍ଧା ଓ ଘୃଣା; ଓ ତରଳିଯାଏ ପ୍ରକୃତିର ସକଳ କଠୋରତା, ଯେଉଁଠି ନକାରାତ୍ମକ ଚରିତ୍ରର ହୁଏ ବିଲୟ ସକାରାତ୍ମକ ଚେତନାର ସ୍ପର୍ଶରେ, ସେଇଠି ହିଁ ଥାଏ ପ୍ରେମ, ସେଇଠି ହିଁ ଥାଏ ଜୀବନର […]

Samaya Live Picture
Published On

ସମସ୍ତ ପାର୍ଥିବ ଆକର୍ଷଣାତୀତ ସୂକ୍ଷ୍ମ ଅନୁଭବ
ଯେଉଁଠି ନଥାଏ ସ୍ୱାର୍ଥର ବର୍ବରତା,
ଅହଂକାରର ଅଳଙ୍କାର,
କିମ୍ବା ଆତ୍ମପ୍ରୟୋଗର ମୋହ;
ଥାଏ କେବଳ ସମ୍ବେଦନା, ବିଶ୍ୱାସ,ତ୍ୟାଗ
ଓ ଅନ୍ୟକୁ ବୁଝିବା ଓ ଗ୍ରହଣ କରିବାର
ମାନସିକତା,
ଯେଉଁଠି ହାର୍‍ ମାନେ ଅବିଶ୍ୱାସ
ସନ୍ଦେହ, ଭୟ,କପଟ, ପ୍ରତିସ୍ପର୍ଦ୍ଧା ଓ ଘୃଣା;
ଓ ତରଳିଯାଏ ପ୍ରକୃତିର ସକଳ କଠୋରତା,
ଯେଉଁଠି ନକାରାତ୍ମକ ଚରିତ୍ରର ହୁଏ ବିଲୟ

ସକାରାତ୍ମକ ଚେତନାର ସ୍ପର୍ଶରେ,
ସେଇଠି ହିଁ ଥାଏ ପ୍ରେମ,
ସେଇଠି ହିଁ ଥାଏ
ଜୀବନର ପରମ ଆନନ୍ଦର ଆଦି ଉତ୍ସ….

Tags: