‘ହୃଦୟ’

ଡ଼. ଦେବୀଲାଲ ମିଶ୍ର

Samaya Live Picture
Published On

ସବୁଠୁ ସୁନ୍ଦର ସେ
ସବୁଠୁ ମଧୁର ସେ
ପ୍ରେମର ଆଧାର ସେ
ପ୍ରକୃତିର ମହ୍ଲାର ସେ
ସେ ନଥିଲେ କିଛି ବି ଭଲ ଲାଗେନି,
କେହି ବି ଭଲ ଲାଗନ୍ତିନି,
ଦୁନିଆଟା ନିରସ ଦିଶେ,
ସବୁକିଛି ଯେମିତି ଅସାର,
ଅନାକର୍ଷକ ପାଲଟେ;
ହୃଦୟ ହିଁ ଜୀବନର ଆସ୍ଥାନ,
ପ୍ରେମର ଆବରଣ,
ଓ ସମ୍ପର୍କର କାରଣ,
ହୃଦୟ ବିନା
କରାଳ କଠୋରତା ଗ୍ରାସ କରେ ପ୍ରକୃତିକୁ,
ଚରିତ୍ର ପାଲଟେ ବିଧ୍ୱଂସକ,
ସମ୍ବେଦନା ଲୋପ ପାଏ ସମ୍ପର୍କରୁ,
ଓ ପ୍ରେମ ସାଜେ ମରୁ ମରିଚିକା
ସବୁ ବିଦଗ୍ଧ ପ୍ରେମିକଙ୍କ ପାଇଁ…

Tags: