ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି, ଦୟାନନ୍ଦ ସରସ୍ୱତୀ
ଜଣେ ଲେଖକ, ସମାଜ ସଂସ୍କାରକ ଓ ଆର୍ଯ୍ୟ ସମାଜର ସଂସ୍ଥାପକ ଭାବେ ପରିଚିତ ଦୟାନନ୍ଦ ସରସ୍ୱତୀ । ୧୨ ଫେବ୍ରୁଆରୀ ୧୮୨୪ରେ ଜନ୍ମିତ ଦୟାନନ୍ଦ ସଂସ୍କୃତ ଓ ହିନ୍ଦୀ ଭାଷାରେ ଜଣେ ପ୍ରଭାବଶାଳୀ ବକ୍ତା ଭାବେ ମଧ୍ୟ ପରିଚିତ । ତାଙ୍କ ମତରେ ଲୌକିକ ବ୍ୟବହାରରେ ସାଧୁତା, ଯଥାର୍ଥ କର୍ମସାଧନା, କର୍ତ୍ତବ୍ୟ ପ୍ରତି ନିଷ୍ଠା ବଳରେ ପ୍ରାଣୀ ଜୀବନରେ ଫଳପ୍ରାପ୍ତ ହୁଅନ୍ତି । ତାଙ୍କର ଉପଲବ୍ଧ ସତ୍ୟକୁ ପ୍ରତିପାଦିତ କରିବାକୁ ଯାଇ ସେ ଆର୍ଯ୍ୟ ସମାଜ ସ୍ଥାପନା […]
ଜଣେ ଲେଖକ, ସମାଜ ସଂସ୍କାରକ ଓ ଆର୍ଯ୍ୟ ସମାଜର ସଂସ୍ଥାପକ ଭାବେ ପରିଚିତ ଦୟାନନ୍ଦ ସରସ୍ୱତୀ । ୧୨ ଫେବ୍ରୁଆରୀ ୧୮୨୪ରେ ଜନ୍ମିତ ଦୟାନନ୍ଦ ସଂସ୍କୃତ ଓ ହିନ୍ଦୀ ଭାଷାରେ ଜଣେ ପ୍ରଭାବଶାଳୀ ବକ୍ତା ଭାବେ ମଧ୍ୟ ପରିଚିତ । ତାଙ୍କ ମତରେ ଲୌକିକ ବ୍ୟବହାରରେ ସାଧୁତା, ଯଥାର୍ଥ କର୍ମସାଧନା, କର୍ତ୍ତବ୍ୟ ପ୍ରତି ନିଷ୍ଠା ବଳରେ ପ୍ରାଣୀ ଜୀବନରେ ଫଳପ୍ରାପ୍ତ ହୁଅନ୍ତି । ତାଙ୍କର ଉପଲବ୍ଧ ସତ୍ୟକୁ ପ୍ରତିପାଦିତ କରିବାକୁ ଯାଇ ସେ ଆର୍ଯ୍ୟ ସମାଜ ସ୍ଥାପନା କରିଥିଲେ । ଆର୍ଯ୍ୟ ସମାଜ ଜରିଆରେ ଶିକ୍ଷାର ପ୍ରସାର କରାଇ ନାରୀକୁ ପୁରୁଷ ସହ ସମାନ ଅଧିକାର ଦେବାର ଯୁକ୍ତି ସେ ଦର୍ଶାଇଥିଲେ । ଈଶ୍ୱରଙ୍କୁ ଲାଭ କରିବା ଉଦ୍ଦେଶ୍ୟରେ ମାତ୍ର ୧୫ ବର୍ଷ ବୟସରେ ଗୃହତ୍ୟାଗ ପୂର୍ବକ ମଥୁରା ଚାଲିଗଲେ । ସେଠାରେ ସେ ବିରଜାନନ୍ଦ ସରସ୍ୱତୀଙ୍କୁ ଗୁରୁ କରି ତାଙ୍କର ତ‰ାବଧାନରେ ସକଳ ବେଦ ଅଧ୍ୟୟନ କଲେ । ସନ୍ନ୍ୟାସ ଦୀକ୍ଷା ଗ୍ରହଣ କ୍ରମେ ତାଙ୍କର ନୂତନ ନାମ ହେଲା ଦୟାନନ୍ଦ । ବେଦାଧ୍ୟୟନ ଓ ତାହାର ଗୂଢ଼ ନିହିତାର୍ଥ ବ୍ୟାଖ୍ୟାରୁ ତାଙ୍କର ଗଭୀର ଜ୍ଞାନର ପରିଚୟ ମିଳିଥିଲା । ସେ ବହୁ ପ୍ରତିବାଦୀ ପଣ୍ଡିତମାନଙ୍କ ସହ ତର୍କ ଆଲୋଚନା କରି ବିଜୟୀ ହୋଇଥିଲେ । ତାଙ୍କୁ “ସରସ୍ୱତୀ’ ଉପାଧି ପ୍ରଦାନ କରାଯାଇଥିଲା । ସନ୍ନ୍ୟାସୀ ଦୟାନନ୍ଦଙ୍କୁ ସ୍ୱାମୀଜୀ ଆଖ୍ୟା ପ୍ରଦାନ କରାଗଲା । ସନ୍ନ୍ୟାସୀ ଦୟାନନ୍ଦ ଏହାପରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ନାମରେ ସର୍ବ ପରିଚିତ ହେଲେ । ଏହି ମହାନ ସନ୍ଥଙ୍କର ୩୦ ଅକଫବୋର ୧୮୮୩ରେ ମହାପ୍ରୟାଣ ଘଟିଥିଲା ।




