ଭୀମରାଓ ରାମଜୀ ଆମ୍ବେଦକର

ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

ଭୀମରାଓ ରାମଜୀ ଆମ୍ବେଦକର
Ipsita Picture
By: Ipsita


ଭୀମରାଓ ରାମଜୀ ଆମ୍ବେଦକର ଜଣେ ଭାରତୀୟ ଆଇନଜୀବୀ, ଅର୍ଥନୀତିଜ୍ଞ, ସମାଜ ସଂସ୍କାରକ ଏବଂ ରାଜନୈତିକ ନେତା ଥିଲେ ଯିଏ ସମ୍ବିଧାନସଭାରେ ଭାରତର ସମ୍ବିଧାନ ପ୍ରସ୍ତୁତ କରୁଥିବା କମିଟିର ନେତୃତ୍ୱ ନେଇଥିଲେ । ଜବାହରଲାଲ ନେହେରୁଙ୍କ ପ୍ରଥମ କ୍ୟାବିନେଟରେ ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଭାବରେ ସେ କାର୍ଯ୍ୟ କରିଥିଲେ ଏବଂ ହିନ୍ଦୁ ଧର୍ମ ତ୍ୟାଗ କରିବା ପରେ ଦଳିତମାନଙ୍କ ଆନ୍ଦୋଳନକୁ ସେ ପ୍ରେରଣା ଦେଇଥିଲେ । ବମ୍ବେ ବିଶ୍ୱବିଦ୍ୟାଳୟର ଏଲଫିନଷ୍ଟନ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଆମ୍ବେଦକର କଲମ୍ବିଆ ବିଶ୍ୱବିଦ୍ୟାଳୟ ଏବଂ ଲଣ୍ଡନ ସ୍କୁଲ ଅଫ୍‌ ଇକୋନୋମିକ୍ସରେ ଅର୍ଥନୀତି ବିଷୟରେ ଅଧ୍ୟୟନ କରିଥିଲେ । ଯଥାକ୍ରମେ ୧୯୨୭ ଏବଂ ୧୯୨୩ରେ ଡକଫରେଟ୍‌ ଡିଗ୍ରୀ ହାସଲ କରିଥିଲେ । ସେ ଲଣ୍ଡନର ଗ୍ରେ'ସ ଇନରେ ଆଇନରେ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ । ତାଙ୍କର ପ୍ରାରମ୍ଭିକ କ୍ୟାରିୟରରେ ସେ ଜଣେ ଅର୍ଥନୀତିଜ୍ଞ, ପ୍ରଫେସର ଏବଂ ଆଇନଜୀବୀ ଥିଲେ । ତାଙ୍କର ପରବର୍ତ୍ତୀ ଜୀବନ ରାଜନୈତିକ କାର୍ଯ୍ୟକଳାପ ଦ୍ୱାରା ଚିହ୍ନିତ ହୋଇଥିଲା । ପତ୍ରିକା ପ୍ରକାଶନ, ଦଳିତମାନଙ୍କ ପାଇଁ ରାଜନୈତିକ ଅଧିକାର ଏବଂ ସାମାଜିକ ସ୍ୱାଧୀନତା ପାଇଁ ସମର୍ଥନ କରିବା ଏବଂ ଭାରତ ରାଷ୍ଟ୍ର ପ୍ରତିଷ୍ଠାରେ ଯୋଗଦାନ କରିବାରେ ସେ ସହଯୋଗ କରିଥିଲେ । ୧୯୯୦ମସିହାରେ ଆମ୍ବେଦକରଙ୍କୁ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ "ଭାରତରନି' ପ୍ରଦାନ କରାଯାଇଥିଲା । ତାଙ୍କର ଦେହାନ୍ତ ୬ ଡିସେମ୍ବର ୧୯୫୬ ମସିହାରେ ହୋଇଥିଲା । ତାଙ୍କ ମୃତ୍ୟୁରେ ଭାରତୀୟ ରାଜନୀତି ଓ ସାମାଜିକ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ହୋଇଥିଲା ।

Read More   ରମାଦେବୀ

Tags:

Related Posts

 ରବି ରାୟ 

ରବି ରାୟ 

 ଇନ୍ଦିରା ଗୋସ୍ୱାମୀ

ଇନ୍ଦିରା ଗୋସ୍ୱାମୀ