ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ,, ବିପ୍ଳବୀ ବାଘା ଯତୀନ୍
ଭାରତୀୟ ମୁକ୍ତି ସଂଗ୍ରାମର ମହାଯୋଦ୍ଧା ଯତୀନ୍ଦ୍ରନାଥ ମୁଖୋପାଧ୍ୟାୟ ସମଗ୍ର ଭାରତୀୟଙ୍କ ପାଖରେ ବିପ୍ଳବୀ ମହାଯୋଦ୍ଧା ବୀର ବାଘା ଯତୀନ୍ ଭାବେ ପରିଚିତ । ୧୯୧୫ ମସିହା ସେପ୍ଟେମ୍ବର ୧୦ ତାରିଖରେ ଭାରତ ମାତାର ସ୍ୱାଧୀନତା ପାଇଁ ଲଢ଼େଇ କରୁଥିବା ଏହି ଯୋଦ୍ଧା ଶହୀଦ ହୋଇଥିଲେ । କୁହାଯାଏ ସେ ଥିଲେ ପରାଧୀନ ଭାରତବର୍ଷର ପ୍ରଥମ ସଶସ୍ତ୍ର ମୁକ୍ତିି ସଂଗ୍ରାମୀ । ୧୯୧୫ ମସିହା ଫେବ୍ରୁଆରୀରେ ଦେଶ ମାତୃକାକୁ ଗୋରା ଫୌଜଙ୍କ ଠାରୁ ମୁକ୍ତି କରିବା ପାଇଁ ଏହି […]
ଭାରତୀୟ ମୁକ୍ତି ସଂଗ୍ରାମର ମହାଯୋଦ୍ଧା ଯତୀନ୍ଦ୍ରନାଥ ମୁଖୋପାଧ୍ୟାୟ ସମଗ୍ର ଭାରତୀୟଙ୍କ ପାଖରେ ବିପ୍ଳବୀ ମହାଯୋଦ୍ଧା ବୀର ବାଘା ଯତୀନ୍ ଭାବେ ପରିଚିତ । ୧୯୧୫ ମସିହା ସେପ୍ଟେମ୍ବର ୧୦ ତାରିଖରେ ଭାରତ ମାତାର ସ୍ୱାଧୀନତା ପାଇଁ ଲଢ଼େଇ କରୁଥିବା ଏହି ଯୋଦ୍ଧା ଶହୀଦ ହୋଇଥିଲେ । କୁହାଯାଏ ସେ ଥିଲେ ପରାଧୀନ ଭାରତବର୍ଷର ପ୍ରଥମ ସଶସ୍ତ୍ର ମୁକ୍ତିି ସଂଗ୍ରାମୀ । ୧୯୧୫ ମସିହା ଫେବ୍ରୁଆରୀରେ ଦେଶ ମାତୃକାକୁ ଗୋରା ଫୌଜଙ୍କ ଠାରୁ ମୁକ୍ତି କରିବା ପାଇଁ ଏହି ବିପ୍ଳବୀ ଯୋଦ୍ଧା ଅଖିଳ ଭାରତ ପ୍ରତ୍ୟକ୍ଷ ସଶସ୍ତ୍ର ସଂଗ୍ରାମ ପାଇଁ ଯୋଜନା କରି ଗୋରାଫୌଜଙ୍କ ବିରୋଧରେ ସଂଗ୍ରାମ ଆରମ୍ଭ କରିଥିଲେ । ବୀର ବାଘା ଯତୀନ୍ ନିଜ ବିପ୍ଳବୀ ସାଥୀମାନଙ୍କୁ ନେଇ ଓଡ଼ିଶା ପଟୁ କୋଲକାତା – ଚେନ୍ନାଇ ରେଳପଥକୁ ଉଡାଇ ଦେଇ ବାଲେଶ୍ୱରର ତତ୍କାଳୀନ ଚାନ୍ଦିପୁର ବନ୍ଦରରେ ଥିବା ଜର୍ମାନ ଯୁଦ୍ଧ ପୋତରୁ ନିଜ ସଂଗ୍ରାମ ପାଇଁ ଲୋଡ଼ା ପଡ଼ୁଥିବା ଅସ୍ତ୍ରଶସ୍ତ୍ର ସଂଗ୍ରହ କରିବାର ଯୋଜନା କିନ୍ତୁ ପୂର୍ବରୁ ଇଂରେଜଙ୍କ ଗୋଇନ୍ଦାମାନେ ଜାଣିପାରିଥିଲେ । ପରବର୍ତ୍ତୀ ସମୟରେ ଏହି ଯୋଦ୍ଧା ତାଙ୍କ ସଂଗ୍ରାମୀ ସତୀର୍ଥ ନିରେନ୍ଦ୍ର ଦାସଗୁପ୍ତ, ଯତୀଶ ପାଲ, ମନୋରଞ୍ଜନ ସେନଗୁପ୍ତ ଓ ଚିନ୍ନପ୍ରିୟ ରାୟଚୌଧୁରୀଙ୍କୁ ଧରି ବେଶ ଚତୁରତାର ସହିତ ଇଂରେଜମାନଙ୍କ ଆଖିରେ ଧୂଳି ଦେଇ ଗୋପନରେ ଓଡ଼ିଶାରେ ପାଦ ଦେଇଥିଲେ । ଏ ତଥ୍ୟ ଇଂରେଜମାନେ ଜାଣିପାରି କପ୍ତିପଦାର ମହୁଲଢ଼ିଆରେ ଚଢ଼ାଉ କରିଥିଲେ । ସେ କିନ୍ତୁ ସେ ସ୍ଥାନରୁ ପଳାୟନ ନକରି ଜଣେ ଭାରତ ମାତାର ସନ୍ତାନ ଭାବେ ସୀମିତ ସାଥୀମାନଙ୍କୁ ଧରି ଇଂରେଜଙ୍କ ବିରୁଦ୍ଧରେ ଆକ୍ରମଣ ଆରମ୍ଭ କରିଥିଲେ । ଉଭୟଙ୍କ ଭିତରେ ଘମାଘୋଟ ଲଢ଼େଇ ହୋଇଥିଲେ । ସେମାନଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ବାଘା ଯତୀନ୍ ନିଜେ ଓ ତାଙ୍କ ଚାରିଜଣ ସତୀର୍ଥ ସଂଗ୍ରାମୀ ବନ୍ଧୁ । ବାଲେଶ୍ୱର ଡାକ୍ତରଖାନାରେ ସେପ୍ଟେମ୍ବର ୧୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଡଃ.ଅରୁନ୍ଧତୀ ଦେବୀ
ମୋ : ୯୯୩୭୧୭୨୮୧୦




