ଚୌଧୁରୀ ଭାଗବତ ପ୍ରସାଦ

ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

ଚୌଧୁରୀ ଭାଗବତ ପ୍ରସାଦ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଲାଲା ଲଜପତ ରାୟ

ସମ୍ବନ୍ଧିତ ଖବର ନେତାଜୀ ସୁଭାଷ ଚନ୍ଦ୍ର ବୋଷ

 

ଓଡିଶା ବା ତତ୍କାଳୀନ ଉତ୍କଳର ସେ ଥିଲେ ଜଣେ ପ୍ରାତଃ ସ୍ମରଣୀୟ ବରପୁତ୍ର । ତାଙ୍କ ଦେହବାସନର ଅନେକ ବର୍ଷ ପରେ କେହି ତାଙ୍କୁ ମନେ ପକାନ୍ତୁ ଅବା ମନେ ନ ପକାନ୍ତୁ, ତାଙ୍କର ନୀତି, ଆଦର୍ଶ ଓ ଅବଦାନକୁ ଯଦି ଆମେ ଭୁଲିଯିବୁ ସମ୍ଭବତଃ ଅଗ୍ରଗମନ କରିବା ସକାଶେ ଆମେ ଆଉ ପ୍ରେରଣା ବା ଦୃଷ୍ଟାନ୍ତ ପାଇପାରିବା ନାହିଁ । ଆମର ଅନେକ ଗୁରୁତ୍ବପୂର୍ଣ୍ଣ ଘଟଣା ଇତିହାସର ଅନ୍ଧକାର ଗର୍ଭରେ ସତ୍ତା ହରାଇଛି । ସେହିଭଳି ଓଡ଼ିଶାର ଅନ୍ୟଜଣେ ବରପୁତ୍ର ଥିଲେ ଅବିଭକ୍ତ ବାଲେଶ୍ବର ଜିଲ୍ଲାର ଭଦ୍ରକ ଅଞ୍ଚଳର ତାଳପଦା ଗ୍ରାମର ପୂର୍ବତନ ଜମିଦାର ଓ ବିହାର ଓଡ଼ିଶା ବ୍ୟବସ୍ଥାପକ (ଏବର ବିଧାନସଭା) ର ପ୍ରଥମ ଓଡିଆ ଉପସଭାପତି (ଏବର ଉପ ବାଚସ୍ପତି) ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର । ସେ ଜନ୍ମ ହୋଇଥିଲା ସନ ୧୨୭୧ ସାଲ ଚୈତ୍ର ଦ୍ବାଦଶୀରେ (୧୮୬୫ ମସିହା) ଅପ୍ରେଲ ୨୨ ତାରିଖରେ ଆଉ ତାଙ୍କର ଦେହାବସାନ ଘଟିଥିଲା ଭଦ୍ରକ ସହରରେ ୧୯୩୬ ମସିହା ଜାନୁଆରୀ ୨୩ ତାରିଖରେ ।

ସମ୍ବନ୍ଧିତ ଖବର ବୀର ସୁରେନ୍ଦ୍ର ସାଏ

 

 ( ଉଦ୍ଧୃତ ଲେଖା ଉତ୍କଳ ପ୍ରସଙ୍ଗର ୨୦୨୨ ମସିହା ଏପ୍ରିଲ ମାସ ସଂସ୍କରଣରେ ପ୍ରକାଶିତ   ବିହାର ଓଡିଶାର ପ୍ରଥମ ଓଡିଆ ଉପ ବାଚସ୍ପତି ଭାଗବତ ପ୍ରସାଦ ନିବନ୍ଧର କିୟଦଂଶ । )

Tags:

Related Posts

ଚାଖି ଖୁଣ୍ଟିଆ

ଚାଖି ଖୁଣ୍ଟିଆ

ପାର୍ବତୀ ଗିରି

ପାର୍ବତୀ ଗିରି

ଲାଲା ଲଜପତ ରାୟ

ଲାଲା ଲଜପତ ରାୟ