୯ ବର୍ଷର ବାଳକ ‘ମୋମ୍ଫା ଜୁନିଅର୍’ ଆଫ୍ରିକାର ସବୁଠାରୁ ଧନଶାଳୀ
ନାଇଜେରିଆ : ଆଫ୍ରିକାର ଅରବପତି କିଏ ବୋଲି ପ୍ରଶ୍ନ କରାଗଲେ, ପ୍ରଥମେ ୯ବର୍ଷର ବାଳକ ମୋମ୍ଫା ଜୁନିଅର୍ଙ୍କ ନାମ ଉଠେ । ତାଙ୍କର ସମ୍ପୂର୍ଣ୍ଣ ନାମ ହେଉଛି-ମହମ୍ଦ ଅୱାଲ ମୁସ୍ତଫା । ଏତେ କମ୍ ବୟସରୁ ସେ ଚର୍ଚ୍ଚାରେ ରହିଛନ୍ତି ଯେ, ଆନ୍ତର୍ଜାତୀୟ ପତ୍ରିକାମାନଙ୍କରେ ତାଙ୍କ ଲାଇଫ୍ଷ୍ଟାଇଲ୍ କାହାଣୀ ପ୍ରକାଶ ପାଇଛି । ତାଙ୍କର ବିଳାସପୂର୍ଣ୍ଣ ଜୀବନ ଲୋକଙ୍କୁ ବେଶ୍ ଆକର୍ଷିତ କରେ । ଇନ୍ଷ୍ଟାଗ୍ରାମରେ ତାଙ୍କର ୨୫ ହଜାର ଊର୍ଦ୍ଧ୍ୱ ଫଲୋଅର୍ସ ରହିଛନ୍ତି । ଡେଲିମେଲ୍ […]
ନାଇଜେରିଆ : ଆଫ୍ରିକାର ଅରବପତି କିଏ ବୋଲି ପ୍ରଶ୍ନ କରାଗଲେ, ପ୍ରଥମେ ୯ବର୍ଷର ବାଳକ ମୋମ୍ଫା ଜୁନିଅର୍ଙ୍କ ନାମ ଉଠେ । ତାଙ୍କର ସମ୍ପୂର୍ଣ୍ଣ ନାମ ହେଉଛି-ମହମ୍ଦ ଅୱାଲ ମୁସ୍ତଫା ।

ଏତେ କମ୍ ବୟସରୁ ସେ ଚର୍ଚ୍ଚାରେ ରହିଛନ୍ତି ଯେ, ଆନ୍ତର୍ଜାତୀୟ ପତ୍ରିକାମାନଙ୍କରେ ତାଙ୍କ ଲାଇଫ୍ଷ୍ଟାଇଲ୍ କାହାଣୀ ପ୍ରକାଶ ପାଇଛି । ତାଙ୍କର ବିଳାସପୂର୍ଣ୍ଣ ଜୀବନ ଲୋକଙ୍କୁ ବେଶ୍ ଆକର୍ଷିତ କରେ । ଇନ୍ଷ୍ଟାଗ୍ରାମରେ ତାଙ୍କର ୨୫ ହଜାର ଊର୍ଦ୍ଧ୍ୱ ଫଲୋଅର୍ସ ରହିଛନ୍ତି ।
ଡେଲିମେଲ୍ ରିପୋର୍ଟ ଅନୁସାରେ, ମୋମ୍ଫା ଜୁନିଅର୍ଙ୍କ ନାମରେ ଅନେକ ବିଳାସପୂର୍ଣ୍ଣ କାର୍ ଏବଂ ବଙ୍ଗଳା ରହିଛି । ଏହିପରିକି ତାଙ୍କର ଏକ ପ୍ରାଇଭେଟ୍ ଜେଟ୍ ମଧ୍ୟ ରହିଛି ।

ସେ ସବୁବେଳେ ଦାମୀ ଚଷମା ସହିତ ‘ଗୁଚି’ କମ୍ପାନୀର ପୋଷାକ ପିନ୍ଧିଥାନ୍ତି ।
ସେହିପରି ମୋମ୍ଫା ଜୁନିଅର୍ଙ୍କ ପିତା ଇସ୍ମାଇଲିଆ ମୁସ୍ତଫା ନିଜ ବିଳାସପୂର୍ଣ୍ଣ ଜୀବନଯାପନ ପାଇଁ ମଧ୍ୟ ବେଶ୍ ଚର୍ଚ୍ଚିତ । ସେ ହେଉଛନ୍ତି, ନାଇଜେରିଆର ଲାଗୋସ୍ ଆଇଲାଣ୍ଡରେ ଥିବା ‘ମୋମ୍ଫା ବୁ୍ୟରୋ ଦେ ଚେଞ୍ଚ’ କମ୍ପାନୀର ସିଇଓ ।

ତେବେ ବାପା ଓ ପୁଅଙ୍କର ସମ୍ପତ୍ତି ନାଇଜେରିଆ ଏବଂ ଆରବରେ ରହିଛି । ମୋମ୍ଫା ଜୁନିଅର୍ଙ୍କ ଲୋକପ୍ରିୟତାକୁ ଦେଖି କିଛି ବିଦେଶୀ କମ୍ପାନୀ ତାଙ୍କୁ ବିଜ୍ଞାପନ କରିବା ପାଇଁ ପ୍ରସ୍ତାବ ଦେଇଥାନ୍ତି ।

ମୋମ୍ଫା ଜୁନିଅର୍ ୬ ବର୍ଷ ବୟସର ଥିବା ସମୟରେ ତାଙ୍କ ପିତା ତାଙ୍କୁ ‘ବେଣ୍ଟଲେଇ’ ନାମ ଏକ ସିଲ୍ଭର ରଙ୍ଗର କାର୍ ଉପହାର ଦେଇଥିଲେ ।

ଏହି କମ୍ପାନୀର ଗାଡ଼ିର ମୂଲ୍ୟ ପ୍ରାୟ ୪ରୁ ୫ କୋଟି ଟଙ୍କାରୁ ଆରମ୍ଭ । ସେବେଠାରୁ ମୋମ୍ଫା ଜୁନିଅର୍ଙ୍କ ଲୋକପ୍ରିୟତା ବଢ଼ିଥିବା ଦେଖିବାକୁ ମିଳିଥିଲା ।




